Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଜବେଷ୍ଟ ବିଜ୍ଞାପନ ଗାଡିରେ ପ୍ରେସ୍: ପୋଲିସ ଓ ପରିବହନ ବିଭାଗକୁ କାହିଁକି ଦୃଷ୍ଟିଗୋଚର ହେଉନାହିଁ ?

ଲକ୍ଷ୍ମୀପୁର: ଆଜି ଯେକୌଣସି ଗାଡିରେ ପ୍ରେସ୍ ଲେଖିକି ଯାତାୟତ କରୁଛନ୍ତି ସାଧାରଣଲୋକ।ବିଶେଷ କରି କୋରାପୁଟ ଜିଲ୍ଲାରେ ପୋଲିସ୍ ଓ ଆରଟିଓ ଙ୍କ ତରଫରୁ ସେମିତି କିଛି ଚଢାଉ କିମ୍ବା ଯାଞ୍ଚ ନଥିବା କାରଣରୁ ଅନାୟସରେ ୪ଚକିଆ ଗାଡିରେ ପ୍ରେସ୍ ଲେଖି ଅନେକ ଅସାମାଜିକ କାର୍ଯ୍ୟ ହେଉଥିବା ପରେ ଜଣାପଡୁଛି।କୋରାପୁଟ ଜିଲ୍ଲାରେ ପ୍ରେସ୍ ଲେଖିକି ବାହାର ରାଜ୍ୟର କିଛି ଗାଡି ଭଡାରେ ବୁଲାଉଥିବା ମଧ୍ୟ ଦେଖିବାକୁ ମିଳିଛି।ଶନିବାର ଲକ୍ଷ୍ମୀପୁର ବଜାରରେ ବୁଲୁଥିବା ଏକ ଗାଡିର ସମ୍ମୁଖ କାଚ ଗ୍ଲାସ୍ ରେ ପ୍ରେସ୍ ଲେଖା ଥିବା ଦେଖିବାକୁ ମିଳିଛି।ସିଜି-୧୭-କେକେ-୭୧୯୩ ନମ୍ବର ଥିବା ଏକ ପିକଅପ୍ ଭ୍ୟାନ୍ ସ୍ବସ୍ତିକ୍
ଆଜବେଷ୍ଟ ବିଜ୍ଞାପନ କରିବାକୁ ଲକ୍ଷ୍ମୀପୁର ଆସିଥିଲା।ଗାଡି ଚାଳକକୁ ପଚାରିବାରୁ ଜଗଦଲପୁରର ଏହା ପ୍ରେସ ଗାଡି ବୋଲି କହିଥିଲା। ଏନେଇ ଗାଡିର ମାଲିକ ଙ୍କୁ ଯୋଗାଯୋଗ କରିବାରୁ ପ୍ରେସ୍ କଢାଦିଆଯିବ ବୋଲି ଖାଲି କହିଥିଲେ।ପ୍ରେସ୍ ଲେଖି ଗଞ୍ଜାଇ ମଧ୍ୟ ଚାଲାଣ କରାଯାଉଛି,ଏମାନଙ୍କୁ କିପରି ଏଠାରେ ବୁଲିବାକୁ ଅନୁମତି ଦିଆ ଜାଉଛି ତାହା ପ୍ରଶ୍ନବାଚି ଶୃଷ୍ଟିକରୁଛି।ଓଡିଶାର ଗାଡି ବାହାର ରାଜ୍ୟକୁ ଗଲେ ସେଠାକାର ପରିବହନ ବିଭାଗ କିନ୍ତୁ ଛାଡୁ ନାହାନ୍ତି,ମନଇଛା ଫାଇନ୍ ଆଦାୟ କରୁଛନ୍ତି ଅଥଚ କୋରାପୁଟ ପରିବହନ ବିଭାଗ କିପରି ଏମାନଙ୍କୁ ଦୟା ଦେଖାଉଚି ବୋଲି ସାଧାରଣରେ ପ୍ରଶ୍ନ ଉଠିଚି।ଗାଡିଟିର ନମ୍ବର ପ୍ଲେଟ୍ ହଳଦିଆ ଓ କଳା ଥିବା ବେଳେ ଏମାନେ ସାମୁହିକ ଅନୁମତି ଟଙ୍କା ବାନ୍ଧୁଛନ୍ତି ନା ହାତଗୁଞା ଦେଇ ଓଡିଶାର କୋରାପୁଟ ଜିଲ୍ଲାରେ ବୁଲୁଛନ୍ତି ତାହା ଜଣା ପଡୁନାହିଁ।ଖାଲି ସେତିକି ନୁହେଁ ଜିଲ୍ଲାର ପ୍ରତ୍ୟେକ ଅଞ୍ଚଳରେ ମଧ୍ୟ ଏହିପରି ଅନେକ ଗାଡି ପ୍ରେସ୍ ନାମରେ ମନଇଛା ବୁଲୁଥିବା ଦେଖିବାକୁ ମିଳିଛି।ତେଣୁ ଏଥି ପ୍ରତି ପରିବହନ ଓ ପୋଲିସ ବିଭାଗ ଦୃଷ୍ଟି ଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାମ୍ବାଦିକଙ୍କ ମହଲରେ ଦାବି ହୋଇଛି।

କିଛି ଦିନ ତଳେ ଏଭଳି ମହାରାଷ୍ଟ୍ରର ଏକ ସ୍କର୍ପିଓ ଗାଡି ଗେଲ୍ ଇଣ୍ଡିଆ କମ୍ପାନି ଦ୍ବାରା ବ୍ୟବହାର କରୁଥିବା ଦେଖିବାକୁ ମିଳିଥିଲା।ଗାଡିର ପଛପଟ ପ୍ରେସ୍ ବୋଲି ଲେଖାଥିବା ଦେଖି ସାମ୍ବାଦିକ ମାନେ ପ୍ରତିବାଦ କରିବାରୁ ଗାଡି ଚାଳକ ପରବର୍ତି ମୁହୁର୍ତରେ ହଟାଇ ଦେଇଥିବା ଦେଖିବାକୁ ମିଳିଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ