Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ହଳଦିଆପଦର ହନୁମାନ ନଗର ତେଜରାତି ଦୋକାନ ରୁ ଚୋରି।

ଗୋପାଳପୁର,୦୧/୦୭ ଗୋଳନ୍ଥରା ଥାନା ଅନ୍ତର୍ଗତ ହଳଦିଆପଦର ହନୁମାନ ନଗରରେ ଥିବା ଲକ୍ଷ୍ମୀ ନୃସିଂହ ଜେନେରାଲ ଷ୍ଟୋରରୁ ଚୋରା ମାନେ ତାଲା ଭାଙ୍ଗି ନଗଦ ଟଙ୍କା ସହ ୪୦ ହଜାର ଟଙ୍କା ର‌ ବିଭିନ୍ନ ସାମଗ୍ରୀ ଚୋରି କରି ନେଇଥିବା ନେଇ ଦୋକାନ ମାଲିକ ସଞ୍ଜୀବ ପାଣିଗ୍ରାହୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ ସବୁଦିନ ପରି ସଞ୍ଜିବ ଶୁକ୍ରବାର ରାତିରେ ଦୋକାନ ତାଲା ବନ୍ଦ କରି ଘରକୁ ପଳାଇଥିଲେ।ଆଜି ସକାଳେ ଦୋକାନ କୁ ଆସିବା ବେଳେ ଦୋକାନ ର ତାଲା ଭଙ୍ଗା ଯାଇଥିବା ସହ ଦୋକାନ ପରିସରରୁ ୪ ହଜାର ଟଙ୍କା ସହ ୪୦ ହଜାର ଟଙ୍କା ର‌ ବିଭିନ୍ନ ସାମଗ୍ରୀ ଚୋରି ହୋଇଥିବା ଜାଣିବାକୁ ପାଇଥିଲେ।ଘଟଣା ନେଇ ଥାନାରେ ଲିଖିତ ଅଭିଯୋଗ ପରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତନାଘନା କରିଥିବା ଜଣାପଡିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories