ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ବନ ମହୋତ୍ସବ ସପ୍ତାହ ପାଳିତ ।


ଗୋପାଳପୁର ୧/୭ ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ଏନ୍ ଏସ ଏସ ପକ୍ଷରୁ ବନ ମହୋତ୍ସବ ସପ୍ତାହ ପାଳିତ।ବ୍ରହ୍ମପୁର ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ କ୍ୟାମ୍ପସ ପରିସର ରେ ଥିବା ନୂତନ ସମ୍ମିଳନୀ କକ୍ଷ ନିକଟରେ ଚାରାରୋପଣ କରି ବନମହୋତ୍ସବ ସପ୍ତାହର ଶୁଭାରମ୍ଭ କରିଥିଲେ। ଏହି ଅବସରରେ କୁଳପତି କ୍ୟାମ୍ପସ କୁ ସବୁଜସୁନ୍ଦର କରିବା ସହ ମୁକ୍ତ ବାୟୁ ପାଇବା ପାଇଁ ପ୍ରୟାସ କରିଛନ୍ତି। ଶିଶୁ ଯତ୍ନ ଭଳି ଗଛ ଲଗାଇବା ଠାରୁ ଗୋଟିଏ ଗଛ କୁ ପୌଷ୍ୟ ଗ୍ରହଣ କରି ତାର ଯତ୍ନ ନେବା ପାଇଁ ପରାମର୍ଶ ଦେଇଥିଲେ। ପ୍ରତ୍ୟକ ଛାତ୍ରଛାତ୍ରୀ ଓ କର୍ମଚାରୀ ଗୋଟିଏ ଲେଖାଏଁ ଗଛ ଲଗାଇବାକୁ ପରାମର୍ଶ ଦେଇଥିଲେ। ଏହି ଅବସରରେ କୁଳସଚିବ ସଚ୍ଚିଦାନନ୍ଦ ନାୟକ ଚାରା ରୋପଣ କରିବା ସହ ବନମହୋତ୍ସବ କାର୍ଯ୍ୟକ୍ରମର ଆବଶ୍ୟକତା ଓ ବୃକ୍ଷରୋପଣର ଉପକାରିତା ଉପରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମର ମୁଖ୍ୟଅତିଥି ଭାବେ ବିଶିଷ୍ଟ ସମାଜସେବୀ ତଥା ବୃକ୍ଷପ୍ରେମୀ ବନମାଳୀ ପ୍ରଧାନ ଯୋଗଦେଇ କ୍ୟାମ୍ପସ ପରିସରରେ ଚାରାରୋପଣ କରିବା ସହ ବୃକ୍ଷକୁ ମା ଭାବେ ଗ୍ରହଣ କରି ତା ସେବା କରିବା ପାଇଁ ଆହ୍ବାନ ଦେଇଥିଲେ। କାର୍ଯ୍ୟକ୍ରମରେ ଏନଏସଏସ ର ପୂର୍ବତନ ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ଡକ୍ଟର ସତିଶ ନାୟକ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ବୃକ୍ଷରୋପଣ କରିବା ସହ ଯତ୍ନ ଓ ସୁରକ୍ଷା ନେବାପାଇଁ ସମସ୍ତଙ୍କୁ ଶପଥପାଠ କରାଇଥିଲେ। ଏହି ଅଭିଯାନରେ ଏନଏସଏସ ପକ୍ଷରୁ ସପ୍ତାହ ବ୍ୟାପି ବିଶ୍ବବିଦ୍ୟାଳୟ ପରିସରରେ ଥିବା ହଷ୍ଟେଲ ,ବିଭିନ୍ନ ବିଭାଗ ସମ୍ମୁଖରେ ୧୦୦୦ ଚାରା ରୋପଣ କରାଯିବ ବୋଲି କୁଳପତି କହିଥିଲେ। ଏନଏସଏସ ବ୍ୟୁରୋ ସଂଯୋଜକ ଡ. ଜୟନ୍ତ କୁମାର ପଣ୍ଡା,କାର୍ଯ୍ୟକ୍ରମ ଅଧିକାରୀ ଡ.ଇକବାଲ ଅହମ୍ମଦ ଭଟ୍ଟ, ଅଲିତା ମିଞ୍ଜ,ଡ.ସସ୍ମିତା ବେହେରା, ଡ.ଅଞ୍ଜନ ପୃଷ୍ଟି, କ୍ୟାମ୍ପସ ସୁପରଭାଇଜର ପ୍ରଦୀପ ବେହେରା ପ୍ରମୂଖ ଉପସ୍ଥିତ ଥିଲେ।