ସରକାରୀ ତୃଟୀ,ପଶ୍ଚିମାଞ୍ଚଳ ପରିବା ବଜାର ବେଲଗାମ୍:ମଧ୍ୟସ୍ଥି ମାଲେମାଲ

ସମ୍ବଲପୁର : ସରକାର ତୃଟୀ କଲେ ଫଳ ଯାହା ଭୋଗିବାକୁ ପଡେ ତାହା ଭୋଗୁଛି ସାରା ପଶ୍ଚିମ ଓଡିଶା ବାସୀଙ୍କୁ । କୃଷି ଉତ୍ପାଦନ କ୍ଷେତ୍ରରେ ପଶ୍ଚିମ ଓଡିଶା ଯେତେ ଆଗକୁ ଗଲେ କ’ଣ ହେବ ରାଜ୍ୟ ସରକାରଙ୍କ ଆନ୍ତରିକତା ଅଭାବରୁ କୃଷି ଉତ୍ପାଦିତ ଦ୍ରବ୍ୟର ସଂରକ୍ଷଣ ଅବା ଏହାକୁ ମହଜୁଦ ରଖିଭା ଭଳି ଭିତ୍ତିଭୂମି ସ୍ଥାପନା କରିବା ଦିଗରେ ସରକାର ବିଫଲ ହୋଇପଡିଲେ । ଫଳରେ ସମ୍ବଲପୁର କାହିଁକି ସମଗ୍ର ପଶ୍ଚିମାଞ୍ଚଳରେ ପରିବା ବଜାର ଲଗାମଛଡା ହୋଇ ବେଲଗାମରେ ପରିନତ ହୋଇଛି। ପରିବା ଦର ଶୁଣିଲେ ଛାତି ଦୋହଳି ଯିବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି ସମଗ୍ର ପଶ୍ଚିମ ଓଡିଶାର ପୁରପଲ୍ଲି ଠାରୁ ବ୍ଲକ୍ ସଦର ଯାଏ। ଅଥଚ ଶାସକ ଦଳ ଚେଇଁ ଶୋଇଛି । ପରିବା ଦର ଆକାଶ ଛୁଆଁ ହୋଇଛି।ଯାହାକି ଏକ ମୁଣ୍ଡ ବଥାର କାରଣ ସାଜିଛି। ପରିବା ପ୍ରେମୀଙ୍କ ବଜାର ଦର ଶୁଣି ମୁଣ୍ଡ ଗରମ ହୋଇଯାଉଛି। ଏହି ଅସନ୍ତୋଷ ସିଧାସଲଖ ସରକାର ଉପରେ ଯେକେହିନା ଲଦିବ। ସରକାର ଆଜିଯାଏ ନିଜ ତରଫରୁ ଶୀତଳ ଭଣ୍ଡାର ଟିଏ କରିପାରିଲେନି। ଉତ୍ପାଦିତ ପରିବା ସଂରକ୍ଷଣ ପାଇଁ ଏ ଯାଏ ରାଜ୍ୟ ସରକାର କୃଷିମନ୍ତ୍ରୀଙ୍କ ଦକ୍ଷତା ବିକାଶ ଦିଗରେ କେବେ ଦିନେ ଚିନ୍ତା କରି ନାହାଁନ୍ତି। ଯିଏବା ଦିନେ ଚେଷ୍ଟା କରୁଥିଲେ ରାଜ୍ୟ ସରକାର ସେହି ମନ୍ତ୍ରୀ ମାନଙ୍କ ପ୍ରତି କୋପ ଦୃଷ୍ଟି ରଖି ବିକାଶ କରାଇଦେଲେନି । ସେଥିପାଇଁ ସମଗ୍ର ପଶ୍ଚିମ ଓଡିଶା ବାସୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ହିଁ ଦୋଷ ଦେବେ। ତତ୍କାଳିନ କୃଷିମନ୍ତ୍ରୀ ସୁରେନ୍ଦ୍ର ପ୍ରସାଦ ନାୟକ ଓ ପ୍ରଦୀପ ମହାରଥୀଙ୍କ ସମୟରେ ପଶ୍ଚିମାଞ୍ଚଳର କୃଷିଭିତ୍ତିକ ଉତ୍ପାଦିତ ଦ୍ରବ୍ୟର ସଂରକ୍ଷଣ,ବଜାରିକରଣ,ଚାଷୀଙ୍କୁ ଉପଯୁକ୍ତ ମୂଲ୍ୟ ପ୍ରଦାନ,ଆମଦାନି ଓ ରତ୍ପାନି ଭଳି ବୃହତ ଲକ୍ଷ ରଖାଯାଇ ସମ୍ବଲପୁର ଜିଲ୍ଲା ପ୍ରସିଦ୍ଧ ନିଲଡୁଙ୍ଗରୀ ଠାରେ ଏକ ବୃହତ ମାର୍କେଟ ଟର୍ମିନାଲ୍ ସ୍ଥାପନା କରିବାକୁ ନିଷ୍ପତ୍ତି ନେବାପରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କର କମଳରେ ଏଭଳି ବୃହତ ପ୍ରକଳ୍ପର ଶିଳାନ୍ୟାସ କରାଗଲା । ନିଜେ ମୁଖ୍ୟମନ୍ତ୍ରୀ ଯାହା ଶିଳାନ୍ୟାସ କଲେ ତାହା ପଶ୍ଚିମ ଓଡିଶା ବାସୀଙ୍କୁ ବମ୍ବେକା ଲଡୁ ଭଳି ଭାଲୁ ଲାଙ୍ଗୁଡ ଦେଖାଇବାରୁ ଆଜି ପଶ୍ଚିମ ଓଡିଶା ପରିବା ବଜାରରେ ଲାଗିଛି ବଡ ଧରଣର ନିଆଁ।ଆଳୁ,ପିଆଜ,କଞ୍ଚାଲଙ୍କା,ଟମାଟୋ,ସିମଲା ମରୀଚ,ବିଟ,ଗାଜର ଭଳି ଅନେକ ପରିବା ପାଇଁ ରାଜ୍ୟ ସରକାର ବାହାର ରାଜ୍ୟରେ ନିର୍ଭରଶୀଳ ସିନା,ନିଜର ଭିତ୍ତିଭୂମି ସ୍ଥାପନା ପାଇଁ ତିଲେ ମାତ୍ର ଦରଦ ଦେଖାଉ ନାହାଁନ୍ତି। ଫଳରେ ଆଜି ପଶ୍ଚିମ ଓଡଶା ବଜାରରେ କୁନ୍ଦୁରୁ, ଭେଣ୍ଡି,ପୋଟଳ, ସାରୁ,ବାଇଗଣ, ଖମ୍ବଆଳୁ,ଅମୃତଭଣ୍ଡା, ଜହ୍ନି, କାକୁଡି ଭଳି ପରିବା ଦର ଶୁଣିଲେ ଲୋକଙ୍କ ଚେତା ପଶିଯିବ। ଆଊ ଅଦା ରସଣ ଦାମ ଶୁଣିଲେ ପ୍ରାଣ ବାୟୁ ଉଡିଯିବ। ଟମାଟୋ କିଲୋ ପ୍ରତି ୧୨୦ରେ ପହଞ୍ଚି ଥିବା ବେଳେ ଅଦାର ମୂଲ୍ୟ ୨୪୦ରେ ପହଞ୍ଚିଛି। ଆଉ ପଶ୍ଚିମ ଓଡିଶାର ଚାଷୀ ଯାହା ଉତ୍ପାଦନ କରନ୍ତି ସେଠି ମଧ୍ୟସ୍ଥି ପହଞ୍ଚି ଖୁବ କମ ଦାମରେ ଯାହା କିଣି ନେଉଛି ତାହାର ମୁଲ୍ୟ ବଜାରରେ ୪ ଗୁଣରେ ବିକ୍ରି ହେଉଛି । ସାଧାରଣ କୃଷି ଉତ୍ପାଦିତ ପନି ପରିବାରର ଆକାଶ ଛୁଆଁ ଦରଦାମ ବୃଦ୍ଧିର ଦୋଷ କେନ୍ଦ୍ର ସରକାର ଉପରେ ଲଦିବା ନାଁ ରାଜ୍ୟ ସରକାରଙ୍କ ଉତ୍ତର ଦାୟିତ୍ୱ ସଂପାଦନା କରି ପାରୁନଥିବା ପଞ୍ଚାୟତ ଶାସନ ଉପରେ ଲଦିବା ତାହାହିଁ ସାଧାରଣ ଜନତାଙ୍କ ଚେତନା ଜାଗ୍ରତ ହେବାର ଏକ ମୁଖ୍ୟ ବିଷୟ । କୃଷି ଉତ୍ପାଦିତ ଦ୍ରବ୍ୟର ଚାହିଦାକୁ ଦେଖି ପଞ୍ଚାୟତ ସରକାର ମାନେ ମଧ୍ୟ ନିଜ ପଞ୍ଚାୟତରେ କେଉଁ ସଶ୍ୟ ଅବା ପନି ପରିବାର ମୂଲ୍ୟ କେତେ ହେବ ସେ ଦିଗରେ ସୂଚନା ଫଳକ ମାରିବା ନିୟମ ରହିଛି । କିନ୍ତୁ ତାହା କୌଣସି ଏକ ପଞ୍ଚାୟତରେ କାର୍ଯ୍ୟ କରୁଥିବା ନଜରକୁ ଆସୁନି । ଫଳରେ ରାଜ୍ୟ ସରକାର,ବ୍ଲକ୍ ,ପଞ୍ଚାୟତର ଦୁର୍ବଳତାକୁ ନେଇ ମଧ୍ୟସ୍ଥି ମାଲେମାଲ ହୋଇ ସେମାନଙ୍କୁ ଲଲିପପ୍ ଦେଖାଇବା ପରେ ମଧ୍ୟ ବ୍ଲକ୍ ବା ଜିଲ୍ଲା ପ୍ରଶାସନର ଚେତନା ଉଦୟ ନହେବା ହିଁ ରାଜ୍ୟ ସରକାରଙ୍କ ଦକ୍ଷତା,ସ୍ୱଚ୍ଛତା ଓ ୫ ଟିକୁ ସିଧାସଳଖ ଅଙ୍ଗୁଳି ଦେଖାଉଛି । ତଥାପି ସରକାର ନୀରବଦ୍ରଷ୍ଟା ସାଜିବାରୁ କେବଳ ପଶ୍ଚିମ ଓଡିଶା ନୁହେଁ,ବରଂ ସମଗ୍ର ଓଡିଶାରେ ବେଲଗାମ ହୋଇଛି ପରିବା ବଜାର ଦର ।