Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବଢୁଛି ହୀରାକୁଦ ଜଳସ୍ତର; ଆଜି ସକାଳ ସୁଦ୍ଧା ଜଳସ୍ତର ୬୦୬.୪୩ ଫୁଟ

ଭୁବନେଶ୍ବର: ବଢୁଛି ହରାକୁଦ ଜଳଭଣ୍ଡାରର ଜଳସ୍ତର। ସେପଟେ ଛତିଶଗଡ କଲ୍‌ମା ବ୍ୟାରେଜର ସବୁ ଗେଟ ଖୋଲିଦେଇଛି। ଏହାଫଳରେ ଛତିଶଗଡ଼ରେ ଜଳସ୍ତର ଅଧିକ ବଢିବାରେ ଲାଗିଛି। ଆଜି ସକାଳ ୯ ଟା ସୁଦ୍ଧା ଜଳଭଣ୍ଡାରରେ ଜଳସ୍ତର ୬୦୬ ଦଶମିକ ୪୩ ଫୁଟ ରହିଛି ।

ଉପର ମୁଣ୍ଡରୁ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୫୭ ହଜାର ୨୬୪ କ୍ୟୁସେକ ଜଳ ପ୍ରବେଶ କରୁଛି । ସେହିପରି ସେକେଣ୍ଡ ପିଛା ୩୬ ହଜାର ୮୫୦ କ୍ୟୁସେକ ଜଳ ନିଷ୍କାସିତ ହେଉଛି । ଉପରମୁଣ୍ଡରେ ବର୍ଷା ହେଉଥିବାରୁ କଲ୍‌ମା ବ୍ୟାରେଜର ସମସ୍ତ ଗେଟ ଖୋଲିଦେଇଛି ଛତିଶଗଡ। ଯାହା ଫଳରେ ମହାନଦୀର ବଢୁଛି ଜଳସ୍ତର।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ