ନ୍ୟାୟବନ୍ତ ଓ ପ୍ରଦୂଷଣ ମୁକ୍ତ ସମାଜ ଗଠନ ପାଇଁ ପରାମର୍ଶ

ସମ୍ବଲପୁର:ସ୍ଥାନୀୟ ପବ୍ଲିକ ଲାଇବ୍ରେରି ଠାରେ ରାଷ୍ଟ୍ରଗଠନରେ ଯୁବପ୍ରସ୍ତୁତି ଧାରାବାହିକ ପ୍ରଶିଷଣ ଶିବିରର ଚତୁର୍ଦ୍ଦଶ ସପ୍ତାହର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ମା ଵାଗଦେବୀ ଙ୍କ ପୂଜା ଓ ବିଶ୍ୱଶାନ୍ତି ପ୍ରାର୍ଥନା ପରେ ଆଜିର ପ୍ରଶିକ୍ଷକ ପ୍ରାକ୍ତନ ଅଧ୍ୟକ୍ଷ ପ୍ରୋ.ମୁରଲୀଧର ପ୍ରେମନାଥ ନାୟକ ନ୍ୟାୟପରାୟଣତା ଉପରେ ତାଙ୍କର ଶିକ୍ଷାଦାନ ଆରମ୍ଭ କରି ବହୁ ମହାପୁରୁଷଙ୍କ ଜୀଵନୀ ଓ ନ୍ୟାୟାବନ୍ତ ଗୁଣ ଉପରେ ବିଶେଷ କରି ରାଜା ଶିବିଙ୍କ ନ୍ୟାୟପରୟାଣତା କାହାଣୀ ଆଲୋଚନା କରି ପିଲାଙ୍କୁ ନ୍ୟାୟବନ୍ତ ହେବାକୁ ପରାମର୍ଶ ଦେଇଥିଲେ। ଦ୍ଵତୀୟଅଧିବେଶନ କୁ ଆରମ୍ଭ କରି ଖ୍ୟାତନାମା ଚକ୍ଷୁ ବିଶେଷଜ୍ଞ ଡାକ୍ତର ସୁରେଶ ଚନ୍ଦ୍ର ଦାନୀ ବିଭିନ୍ନ ପ୍ରକାର ପ୍ରଦୂଷଣ ଓ ସାଧାରଣ ଭାବରେ ଆମେ ନଜ କୋଠରୀ କୁ କିପରି ପ୍ରଦୂଷଣମୁକ୍ତ କରିପାରିବା ତାର ଉପଯୋଗୀ ବ୍ୟବସ୍ଥା ଉପରେ ଛାତ୍ର ଛାତ୍ରୀ ମାନଙ୍କୁ ପରାମର୍ଶ ଦେଇ ନିଜ ର ଘର ତଥା ପରିବେଶ କୁ ସୁସ୍ଥ ରଖିବାର ସାଧନ ବିଷୟରେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମ ର ସଂଯୋଜକ ଶ୍ରୀ ରାଜେନ୍ଦ୍ର ପଣ୍ଡା ସମଗ୍ର ବ୍ୟବସ୍ଥା କୁ ସଞ୍ଚାଳନ କରିଥିବାବେଳେ ପିଲାଙ୍କୁ ପ୍ରେରଣା ଦେବାପାଇଁ ପ୍ରୋ. ଆଦିତ୍ୟ ପ୍ରସାଦ ପାଢ଼ୀ, ପ୍ରୋ ଶଙ୍କର ପ୍ରସାଦ ପତି,ସମ୍ପାଦକ ରଘୁନାଥ ମିଶ୍ର,ଶିକ୍ଷାବିଡ଼ କାମଦେବ ସାହୁ ,ଡ଼ ଗିରିଧାରୀ ହୋତା,ଶିବ ଶଙ୍କରଷଡ଼ଙ୍ଗୀ,ପ୍ରୋ.ରବିନାରାୟଣ ମିଶ୍ର ପ୍ରୋ.ସଚିନ୍ଦ୍ର କୁ.ମିଶ୍ର,ସାମ୍ବାଦିକ ଅର୍ଜୁନ ରଞ୍ଜନ ପଣ୍ଡା,ଉଦିତ ପାଟଯୋଶୀ ଓ ଗୋଳକ ବିହାରୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ,ଆଜିର ପ୍ରଶିକ୍ଷଣ ଶିବିର ରେ ମୋଟ ୨୭ ଟି ହାଇସ୍କୁଲ ରୁ ୩୯ ଜଣ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେଶେଷର ଧନ୍ୟବାଦ ଓ ଜାତୀୟ ସଙ୍ଗୀତ ପରେ କାର୍ଯ୍ୟକ୍ରମ ଶେଷ ହେଲା।