Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗ; ବଡ ବୟାନ ଦେଲେ ଧର୍ମଗୁରୁ ଶଙ୍କରାଚାର୍ଯ୍ୟ

ପୁରୀ: ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗ ନେଇ ବଡ ବୟାନ ଦେଇଛନ୍ତି ଧର୍ମଗୁରୁ ଶଙ୍କରାଚାର୍ଯ୍ୟ। ଆଜି ପୁରୀ ଗୋବର୍ଦ୍ଧନ ପୀଠରେ ଗୁରୁପୂର୍ଣ୍ଣିମା ଉତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ସେଠାରେ ଉପସ୍ଥିତ ଭକ୍ତମଣ୍ଡଳିକୁ ସମ୍ବୋଧିତ କରି ଏହି ମନ୍ତବ୍ୟ ଦେଇଛନ୍ତି ଗୁରୁ ଶଙ୍କରାଚାର୍ଯ୍ୟ।

ସେ କହିଛନ୍ତି ଯେ ଶ୍ରୀମନ୍ଦିର ରତ୍ନଭଣ୍ଡାର ପ୍ରସଙ୍ଗରେ ସୁପ୍ରିମକୋର୍ଟ ଦ୍ୱାରା ଗଠିତ କମିଟି ତାଙ୍କ ସହ ଆଲୋଚନା କରିବା ଉଚିତ। ତାଙ୍କ ପରାମର୍ଶ ଗ୍ରହଣ କରିବା ଉଚିତ୍ । ଶ୍ରୀମନ୍ଦିରର ଧର୍ମଗୁରୁ ଭାବେ ସେ ଉଚିତ ପରାମର୍ଶ ଦେଇପାରିବେ ବୋଲି କହିଛନ୍ତି ।

ଏହାଛଡା ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପରିଚାଳନା କମିଟି ତାଙ୍କ ପରାମର୍ଶ ନେବା ଆବଶ୍ୟକ। ଏହି ପ୍ରସଙ୍ଗରେ ସେ ଉଚିତ ପରାମର୍ଶ ଦେଇପାରିବେ ବୋଲି କହିଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ