Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଫେରିଲେ ବବି ଭାଇ,ଚର୍ଚାରେ ବରୁଣ,ସିଦ୍ଧାର୍ଥ

ସମ୍ବଲପୁର :(ଯୁଯୋମୁରା) ବିଜେଡିର ସମ୍ବଲପୁର ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଣବ ପ୍ରକାଶ ଦାଶ (ବବି ଭାଇ)ଙ୍କ ଯୁଯୋମୁରା ଗସ୍ତରେ ଦେଖିବାକୁ ମିଳିଥିଲା ୨ଟି ସମାନ୍ତରାଳ ସ୍ୱାଗତ ସମ୍ବର୍ଦ୍ଧନା ।ଯୁଯୋମୁରା ଥାନା ଛକରେ ରୋହୀତ ଗୋଷ୍ଠିର ସମାବେଶ ହୋଇଥିଲା । ସେଥିରେ ବ୍ଲକ୍ ଅଧ୍ୟକ୍ଷା ଓ କିଛି ନିର୍ବାଚିତ ସରପଞ୍ଚ୍ ,ସମିିତି ସହିତ ଦଳିୟ କାର୍ଯ୍ୟକର୍ତ୍ତାଙ୍କୁ ଦେଖିବାକୁ ମିଳିଥିଲା।କିନ୍ତୁ ସେହି ବ୍ଲକର ମୁଣ୍ଡେର ଠାରେ ଯେଉଁ ସମାବେଶର ସ୍ୱାଗତ ସମ୍ବର୍ଦ୍ଧନା ହେଲା ତାହା ସମସ୍ତଙ୍କୁ ତାଜୁବ କରିଦେଲା ।ବିଜେଡି ଦର୍ପଣରେ ନିଜର ପରାକାଷ୍ଠା ଦେଖାଇଲେ ବରୁଣ ଦେହୂରୀ। ହଜାର ହଜାର ସଂଖ୍ୟାରେ ମହିଳା ଓ ଯୁବ ସମାଜକୁ ଧରି ଯେଉଁ ଭଲି ସମ୍ବର୍ଦ୍ଧନା ହେଲା ତାହାହଁ ଆଜି ଦିନର ବଡ ଚର୍ଚା ପାଲଟିଛି। ସ୍ଥାନୀୟ ନେତୃତ୍ୱ ଓ ନିଜସ୍ୱ ଉପସ୍ଥିତିକୁ ସୂଚାଇ ଦେଲେ ବରୁଣ । କିଏ ଏହାକୁ କେଉଁ ଦୃଷ୍ଟିକୋଣରେ ଗ୍ରହଣ କରିବ ତାହା ଭିନ୍ନ କଥା,କିନ୍ତୁ ବରୁଣ ଦେଖାଇଲେ ନିଜ ସମର୍ଥକଙ୍କୁ ଧରି ଏକ ମହାନ ଶକ୍ତି। ନେତା ବା ସଂଗଠକଙ୍କ ଅଭାବ ନାହିଁ ରେଢାଖୋଲ ମାଟିରେ।ଏହା ସେ ପ୍ରମାଣିତ କରି ଦେଖାଇଲେ। ଥଇଥାନ ନିର୍ବାଚନ ମଣ୍ଡଳି ବୋଲି ରେଢାଖୋଲକୁ ଧରିନେଲେ ଏଥର ଯେ କୌଣସି ଦଳ ହେଉ ତାହାକୁ ମହଙ୍ଗା ପଡିବ ଓ ସ୍ଥାନୀୟ ପ୍ରାର୍ଥୀ ଉପରେ ପର୍ଯ୍ୟବେକ୍ଷକଙ୍କ ନଜରକୁ ଆଣିବାରେ ଏକ ବୃହତ ଉଦାହରଣ ସୃଷ୍ଟି କରିବାରେ ନିଜର ପାରିବାପଣକୁ ପ୍ରଷ୍ପୁଟିତ କରିବାରେ ଅନନ୍ୟ ଭୂମିକା ନିର୍ବାହ କରିଛନ୍ତି ବରୁଣ। ଅବଶ୍ୟ ଏହି ପ୍ରଚ୍ଛଦ ପଟ୍ଟର ନାୟକ ଭାବେ ପୁର୍ବତନ ମନ୍ତ୍ରୀ ସୁଶାନ୍ତ ସିଂ ବୋଲି କୁହାଯାଉଛି। ଏହାତ ଭଲ । ଯଦି ଗୋଟିଏ ଦଳ ର ବଳ ହୋଇ ଦାୟିତ୍ୱ ସମ୍ଭାଳିବାକୁ ସୁଶାନ୍ତ ଆସିପାରିଲେ ତେବେ ପ୍ରଶନ୍ନ ଗଲେ କୁଆଡେ ? ରେଢାଖୋଲ ପାଇଁ ଯଦି ଏତେ ଆଶାୟୀ ତେବେ ନିଜ ସମର୍ଥକଙ୍କୁ ଧରି ରେଢାଖୋଲ ନିର୍ବାଚନ ମଣ୍ଡଳୀରେ ନିଜର ଉପସ୍ଥିତି ଯାହିର କରିବାରେ କଣ ସମସ୍ୟା ଥିଲା ତାହାହିଁ ଆଜି ବଡ ପ୍ରଶ୍ନ ହୋଇ ଠିଆ ହୋଇଛି ମୈଦାନରେ। ବବି ଅବା କାହାକୁ ଜାଣିବେ ? ଯେତିକି ଜାଣିଲେ ସେତିକି ନିଜ ଭିତରେ ରଖିଲେ।ସେ ତ ପର୍ଯ୍ୟବେକ୍ଷକ,ଦଳ କେତେ ଭାଗ ଭାଗ ହେଉ ତାଙ୍କର କଣ ଯାଏ ଆସେ ସେଥିରେ । ଯାହା ଦେଖିଲେ ଓ ଅନୁଭବ କଲେ ତାହାହିଁ ସେ ଠିକ ଯାଗାରେ ଠିକ୍ ସମୟରେ ଥୋଇବେ। ଦଳ ପାଇଁ କିଏ ସବୁ ବଳ ଦେଖାଇଲେ ତାହାହିଁ ଥିଲା ବବି ବାବୁଙ୍କ ରିପୋର୍ଟ । କିଏ ଆସିଲା ଗଲା ଠିଆ ହୋଇ ଫଟୋ ଉଠାଇଲା ତାହା ବଡ ନଥିଲା ବଡକାମ ଥିଲା କିଏ ସବୁ କଣ ଓ କାହାକୁ ନେଇ କଲେ ତାର ଟିକନିକି ହିସାବ ରଖିଛନ୍ତି ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଣବ ପ୍ରକାଶ ଦାଶ(ବବି ଭାଇ)। ଏଥିରୁ ବାରି ହେଉଛି ନୂଆଁ ଖେଳର ନୂଆଁ ସମିକରଣ। ଆଗାମୀ ସେପ୍ଟେମ୍ବରକୁ ଏହା ଅଧିକ ସ୍ୱଷ୍ଟ ହେବ। ଏଭଳି ଏକ ବାତାବରଣ ରେଢାଖୋଲରୁ ତିଆରି ହୋଇ ପହଞ୍ଚିଛି ସମ୍ବଲପୁରରେ । ସମ୍ବଲପୁରରେ ବି ମସ୍ତବଡ ଖେଳ ଦେଖାଇଲେ ସମ୍ବଲପୁର ପୌରପାଳିକାର ପୁର୍ବତନ ଉପାଧ୍ୟକ୍ଷ ତଥା ବିଶିଷ୍ଟ ସମାଜସେବୀ ସିଦ୍ଧାର୍ଥ ସାହା(ସିଦ୍ଧୁ ଭାଇ) । ହଜାର ହଜାର ସଂଖ୍ୟାରେ ନିଜ ଯୁବ ଓ ମହିଳା ସହିତ ୪ ଦିଗର ବିଜେଡି ନେତାଙ୍କୁ ଧରି ଜେଲଖାନା ଛକରେ ଦେଖାଇଲେ ନିଜର କରିସ୍ମା।ଲୋକେ ଦେଖି ସମସ୍ତେ ତାଜୁବ ହୋଇଗଲେ ବାଇକ ରାଲିଠୁ ଜନ ସମାବେଶ। ଯୁଯୋମୁରାରେ ବରୁଣ ଓ ସମ୍ବଲପୁରରେ ସିଦ୍ଧୁ ଭାଇଙ୍କ ଏହି ସାଂଗଠନିକ କାମକୁ ନେଇ ଗଳି କନ୍ଦି ,ଚା ଖଟିରୁ ଭାଟି ଯାଏ ଚର୍ଚା। ହେଲେ ଯୁଯୋମୁରାରେ ବରୁଣ ଦେହେରୀଙ୍କ ପ୍ରତି ଅନେକଙ୍କ ଇର୍ଷା ସିନା କିନ୍ତୁ ସେ ଦେଖାଇଲେ ଅସଲ କାମ। ମୁଣ୍ଡେର ଠାରେବ ପର୍ଯ୍ୟବେକ୍ଷକଙ୍କୁ ଯେଭଳି ଆକର୍ଷଣୀୟ ସମ୍ବର୍ଦ୍ଧନା ଦିଆଗଲା ତାହା ଥାନା ଛକରେ ଥିବା ବିଜେଡି ନେତା ଓ ତାଙ୍କ ସମର୍ଥକ ମାନେ ଏଥୁରୁ କିଛି ଶିଖିବାରବି ଅଛି। ଯୁଯୋମୁରାରେ ମହିଳା ସଶକ୍ତି କରଣ ଫିକା ପଡିଥିଲା। ପ୍ରକୃତ ଜନ ପ୍ରତିନିଧିଙ୍କ ବଦଳରେ ନସର ପସର ହେଉଥିଲେ ଛାୟା ନେତୃବୃନ୍ଦ। ହେଲେ ବରୁଣଙ୍କ ସଂଗଠନରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ମାଧବ ମିର୍ଦ୍ଧାଙ୍କ ସହିତ ପୁର୍ବତନ ମନ୍ତ୍ରୀ ସୁଶାନ୍ତ ସିଂ,ସ୍ଥାନୀୟ ବିଧାୟକ ଇଂ ରୋହିତ ପୂଝାରୀ,ଜିଲ୍ଲା ବିଜେଡି ସଭାପତି ସିଦ୍ଧାର୍ଥ ଦାଶ ପ୍ରମୂଖ ଚେହେରା ସହିତ ହଜାର ହଜାର ମହିଳା,ଯୁବକଙ୍କ ଉପସ୍ଥିତି ଦେଖି ଶୁଣିବାକୁ ମିଳୁଛି ସାବାସୀ ଦେଇଛନ୍ତି ବବି ଭାଇ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ