Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବିଜେଡି ଯୁବ ସଭାପତି ପ୍ରଦ୍ୟୁମ୍ନ ତ୍ରିପାଠିଙ୍କ ପ୍ରଚେଷ୍ଠାରେ ଗୁରୁତରଙ୍କୁ ସହାୟତା

ବରପାଲି :ବରପାଲି ବ୍ଲକ୍ ପାଟକୁଲୁଣ୍ଡା ରେଲୱେ ଦୁର୍ଘଟଣାରେ ଆହାତ ସୁଶାନ୍ତ ମହାନନ୍ଦଙ୍କୁ ମୂଖ୍ଯମନ୍ର୍ତୀ ରିଲିଫ ପାଣ୍ଠିରୁ ଚିକିତ୍ସା ସହାୟତା ମିଳିଯାଇଛି। ଗତ ରବିବାର ସୁଶାନ୍ତ ବରପାଲି ରେଲୱେ ଜଗନ୍ନାଥନଗର ଟ୍ରାଗ ପାର ହେଉଥିବା ବେଳେ ଚଳନ୍ତା ଟ୍ରେନ ଦୁର୍ଘଟଣାର ଶିକାର ହୋଇଥିଲେ। ଦୁର୍ଘଟଣାରେ ବାମ ଗୋଡ଼ଟି ଗୁରୁତର ହୋଇଥିବା ବେଳେ ଡାହାଣ ହାତରେ ଆଘାତ ଲାଗିଥିଲା। ବର୍ତ୍ତମାନ ବୁର୍ଲା ଭିଏସ ଏସ ଡାକ୍ତରଖାନାରେ ଚିକିତ୍ସା ଜାରୀ ରହିଥିବା ବେଳେ ତାଙ୍କର ବାମ ଗୋଡଟି ହରାଇବାକୁ ପଡିଥିଲା।

ତାଙ୍କ ପରିବାରର ଆର୍ଥିକ ଦୁରାବସ୍ଥା ଲାଗିରହିଥିବାରୁ ଚିକିତ୍ସା ସହାୟତା ପାଇଁ ବରଗଡ ଜିଲ୍ଳା ଯୁବ ବିଜେଡି ସଭାପତି ପ୍ରଦ୍ଯୁମ୍ନ ତ୍ରିପାଠୀଙ୍କ ସହାୟତା ନେଇଥିଲେ। ପ୍ରଦ୍ଯୁମ୍ନ ବାବୁ ପରିବାର ଲୋକଙ୍କୁ ବୁଝାସୁଝା କରିବ ସହ ତୁରନ୍ତ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ, ଜିଲ୍ଲା ପ୍ରଶାସନ ଏବଂ ଭଟଲି ବିଧାୟକ ସୁଶାନ୍ତ ସିଂହ ଙ୍କ ସହ ଯୋଗାଯୋଗ ସହ ଘଟଣା ସମ୍ପର୍କରେ ଟୁଇଟର ମାଧ୍ୟମରେ ଅନୁରୋଧ ଜଣାଇଥିଲେ। ଗତ ସୋମବାର ବରଗଡ ଜିଲ୍ଲାପାଳଙ୍କ ମନିଷା ବାନାର୍ଜିଙ୍କ ଯରିଆରେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ତିରିଶ ହଜାର ଟଙ୍କା ଚିକିତ୍ସା ସେବାକାର୍ଯ୍ଯ ପାଇଁ ସହଯୋଗ ମିଳିଥିବା ଜଣାପଡିଥିଲା। ସହାୟତା ରାଶି ମିଳିଥିବାରୁ ଅସହାୟ ପରିବାର ନିଜ ସନ୍ତୋଷ ଜଣାଇଥିବା ବେଳେ ପ୍ରଦ୍ଯୁମ୍ନ ବାବୁ ଅଞ୍ଚଳ ତରଫରୁ ମୂଖ୍ଯମନ୍ର୍ତୀଙ୍କ ସମେତ ଜିଲ୍ଳାପାଲ,ବିଧାୟକ ସୁଶାନ୍ତ ସିଂଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି। ସେହିପରି ଗୁରୁତରଙ୍କ ପରିବାର ଲୋକଙ୍କ ସ୍ବାନ୍ତନା ଦେବା ସହ ସୁଶାନ୍ତଙ୍କ ସୁସ୍ଥତା ପାଇଁ ଆଶୁ କାମନା କରିଛନ୍ତି।