Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସେପଟେ ସରଗରମ ମହାରାଷ୍ଟ୍ର ରାଜନୀତି; ଏପଟେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ସାଂଘାତିକ ବୟାନ, କହିଲେ…

ଭୁବ‌ନେଶ୍ବର: ସେପଟେ ସରଗରମ ମହାରାଷ୍ଟ୍ର ରାଜନୀତି। ମହାରାଷ୍ଟ୍ରର ମହାନାଟକ ଉପରେ ସାରାଦେଶର ନଜର ରହିଛି। ଏହାକୁ ନେଇ ଏବେ ବିସ୍ଫୋରକ ବୟାନ ଦେଇଛନ୍ତି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି । ସେ କହିଛନ୍ତି, ମହାରାଷ୍ଟ୍ର ପରିସ୍ଥିତି ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ । ସେ ଆହୁରି କହିଛନ୍ତି ଯେ, ଓଡ଼ିଶାରେ ବିଜେଡି ବିଜେପି ଏକାଠି ଅଛନ୍ତି। କେନ୍ଦ୍ର, ବିଜେପି ଯାହା କହିବ, ବିଜେଡି ତାହା କରିବ ବୋଲି ତାରା କହିଛନ୍ତି ।

ସେ ଏହା ମଧ୍ୟ କହିଛନ୍ତି ଯେ ଆଉ ଗୋଟିଏ ପାଦ ଆଗକୁ ଯାଇ କହିଛନ୍ତି, ଅମିତ୍ ଶାହଙ୍କ କଥା ନମାନିଲେ, ଓଡ଼ିଶାରେ ବିଜେଡିକୁ ବିଜେପି ଭାଗ ଭାଗ କରିଦେବ । କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଚଢାଉ ଆରମ୍ଭ କଲେ, ଆପେ ଆପେ ବିଜେଡି ଭାଗ ହୋଇଯିବ ବୋଲି ଅଭିଯୋଗ କରିଛନ୍ତି କଂଗ୍ରେସ ବିଧାୟକ ତାରା ବାହିନୀପତି । ଏପଟେ କଂଗ୍ରେସର ଅଭିଯୋଗକୁ ଖଣ୍ଡନ କରିଛି ବିଜେଡି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ