ରାଜଧାନୀର ଏକ ବ୍ୟବସାୟିକ ପ୍ରତିଷ୍ଠାନରେ ଆଇଟି ଚଢାଉ; ୨୦ରୁ ଅଧିକ ସ୍ଥାନରେ ଚାଲିଛି ରେଡ୍‌


ଭୁବନେଶ୍ୱର: ସୂଚନା ଅନୁଯାୟୀ ରାଜଧାନୀର ଏକ ବ୍ୟବସାୟିକ ପ୍ରତିଷ୍ଠାନରେ ଆଇଟି ରେଡ୍ । ଆଜି ସକାଳ ସକାଳୁ ଡିଏନ୍ ହୋମ୍ସ ପ୍ରାଇଭେଟ ଲିମିଟେଡରେ ଆଇଟି ରେଡ୍ କରିଥିବା ଜଣାପଡିଛି । ଟିକସ ଫାଙ୍କିବା ଅଭିଯୋଗରେ ଆଇଟି ଏହି ପ୍ରତିଷ୍ଠାନ ଉପରେ ଚଢାଉ କରିଥିବା ଜଣାପଡିଛି। ୨୦ରୁ ଅଧିକ ସ୍ଥାନରେ ଚାଲିଛି ରେଡ୍।  ଆଇଟି ବିଭାଗର ୭ଜଣିଆ ଟିମର ଖୋଳତାଡ କରୁଛନ୍ତି।

ସୂଚନା ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ୩୦କୋଟି ନଗଦ ଟଙ୍କା ଜବତ କରାଯାଇଛି । ରେଡ୍ ବେଳେ ବହୁ ମୂଲ୍ୟବାନ କାଗଜପତ୍ର ମଧ୍ୟ ଜବତ କରାଯାଇଛି ।

କନଷ୍ଟ୍ରସନ୍ ସହ ଅନ୍ୟ ବ୍ୟବସାୟରେ କୋଟି କୋଟି ଟଙ୍କା ଲଗାଇଛି ଡିଏନ ହୋମ୍ସ  । ଏପରିକି  ରାଜ୍ୟ ବାହାରେ ମଧ୍ୟ ଏହାର କାରବାର ଚାଲିଛି ।  ଏହି ଚଢାଉରେ ମୋଟ ୨୦ଟି ଟିମ୍‌ ଏହି ଚଢ଼ାଉରେ ସାମିଲ ହୋଇଛନ୍ତି।  କାଗଜପତ୍ର ଯାଞ୍ଚ କରିବା ସହ ଉକ୍ତ ପ୍ରତିଷ୍ଠାନ ଇନ୍‌କମ୍‌ ଟ୍ୟାକ୍ସ ଦେଉଛି କି ନାହିଁ ତାର ଯାଞ୍ଚ କରାଯାଇଛି।