Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦୁଇ ବସ୍‌ ମୁହାଁମୁହିଁ ଧକ୍କା; ୧୬ ଆହତ , ଜଣେ ଗୁରୁତର 

ବାଲେଶ୍ବର: ପୁଣି ଏକ ମର୍ମନ୍ତୁଦ ଦୁର୍ଘଟଣା । ମୁହାଁମିହିଁ ଧକ୍କା ହେଲେ ଦୁଇ ବସ୍‌। ବାଲେଶ୍ୱର ଜିଲ୍ଲା ଟାମୁଳିଆ ଓଭର ବ୍ରିଜ ଉପରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା। ଉଭୟ ଗାଡିର ଡ୍ରାଇଭର ଗୁରୁତର ଥିବା ଜଣାପଡିଛି । ତେବେ ଏହି ଦୁର୍ଘଟଣାରେ ଦୁଇ ବସ ଚାଳକଙ୍କୁ ମିଶାଇ ମୋଟ ୧୬ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ଜଣାପଡିଛି। ସମସ୍ତ ଆହତଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁଯାୟୀ,  ‘ମନିସା’ ନାମକ ଏକ ଯାତ୍ରୀବାହୀ ବସ୍‌ ଆଜି ସକାଳେ  ଯାଉଥିବା ବେଳେ ବୀପରିତ ଦିଗରୁ ଆସୁଥିଲା ଆଉ ଏକ ଯାତ୍ରୀବାହୀ ବସ୍‌ ‘ସାଇ ଅରବିନ୍ଦ’ । ଟାମୁଳିଆ ଓଭର ବ୍ରିଜ ଉପରେ ଉଭୟ ପରସ୍ପରକୁ ଧକ୍କା ଦେଇଥିଲେ। ଦୁର୍ଘଟଣାରେ ‘ମନିସା’ ବସ୍‌ର ଡ୍ରାଇଭର ଗୁରୁତର ହୋଇ ପଡିଛନ୍ତି । ଦୁର୍ଘଟଣାରେ ଦୁଇଟି ବସ୍ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories