Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଫାଇଲେରିଆ-କୃମିନାଶକ ସଂପର୍କରେ ନଗର ସ୍ତରୀୟ ବୈଠକ

ସମ୍ବଲପୁର:ନଗର ସ୍ୱାସ୍ଥ୍ୟ ସମିତି,ସହରାଂଚଳ ସ୍ୱାସ୍ଥ୍ୟ ମିଶନ ସମ୍ବଲପୁର ତରଫରୁ ଆଜି ଫାଇଲେରିଆ ସାମୁହିକ ଔଷଧ ସେବନ ଓ ଜାତୀୟ କୃମିନାଶକ ଦିବସ (ଅଗଷ୍ଟ-୨୦୨୩) ଉପରେ ନଗର ସ୍ତରୀୟ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏଥିରେ ପ୍ରଦୀପ କୁମାର ସାହୁ କମିଶନର ସମ୍ବଲପୁର ମହାନଗର ନିଗମଙ୍କ ଅଧ୍ୟକ୍ଷତା କରିଥିଲେ।ବୈଠକ ରେ ଶଙ୍କର କୁମାର ସାହୁ ଡେପୁଟି କମିଶନର ,ଡା ପ୍ରଦୀପ କୁମାର ହୋତା ଏ.ଡି.ୟୁ.ପି.ଏଚ.ଓ ,ଡା ମହେନ୍ଦ୍ର ନନ୍ଦ ନଗର ସ୍ୱାସ୍ଥ୍ୟ ଅଧିକାରୀ ଉପସ୍ଥିତ ରହି ଫାଇଲେରିଆ ନିରାକରଣ ଉପରେ ସଚେତନ ବାର୍ତ୍ତା ପ୍ରଦାନ କରିବା ସହ ବିଭିନ୍ନ ବିଭାଗୀୟ ସହଯୋଗ କ୍ରମେ ଫାଇଲେରିଆ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ ସମ୍ଭବ ହୋଇ ପାରିବ ବୋଲି ମତ ପ୍ରକାଶ କରିଥିଲେ l ଏହି ବୈଠକ ରେ ଜ଼ିଲ୍ଲା ର ବିଭିନ୍ନ ଅଗ୍ରଣୀ ଶିକ୍ଷ୍ୟାନୁଷ୍ଠାନ ର ଅଧ୍ୟକ୍ଷ, ଟ୍ରକ ,ଅଟୋ ସଂଘ ର ସଭାପତି ,ଏମ ସି ଏଲ କମ୍ପାନୀ ର ପ୍ରତିନିଧି, ଭିସୁଟ ର ପ୍ରତିନିଧି ,ରେଜିଷ୍ଟାର ଭିମସାର , ସ୍ବେଛାସେବୀ ଅନୁଷ୍ଠାନ ପ୍ରଭୃତି ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମ ରେ ସମ୍ପୂର୍ଣ ସହଯୋଗ କରିବେ ବୋଲି ମତ ପ୍ରକାଶ କରିଥିଲେ l କାର୍ଯ୍ୟକ୍ରମକୁ ସିପିଏମ ନିକୁ ରଞ୍ଜନ ପ୍ରତିହାରୀ ପରିଚାଳନା କରି ଥିବା ବେଳେ ଡା .ଯଶୋବନ୍ତ ହୋତା ଭିବିଡି କନ୍ସଲଟାଣ୍ଟ, ବନ୍ଦନା ନାୟକ , ହେନାନୀ ଆନନ୍ଦ ଏପିଏମ- ସହରାଞ୍ଚଳ ସ୍ୱାସ୍ଥ୍ୟ, ଡା. ଭାରତୀ ସ୍ଵରାଜ ସାହୁ ଡିଓ, ପିସିଆଇ ସଂସ୍ଥା, ବାଲେଶ୍ଵର ବିଶି ପିଏ , କଳ୍ପା ପରମାର, ଧର୍ମରାଜ ନାରାୟଣ ସିଂଦେଓ ଓ ନଗର ସ୍ଵାସ୍ଥ୍ୟ ସମିତି ସହିତ କାର୍ଯ୍ୟରତ ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ରହି କାର୍ଯ୍ୟ ପରିଚାଳନା ରେ ସହାୟତା କରିଥିଲେ l