Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ନାଳ ହେଲାନି ସଂପୂର୍ଣ୍ଣ:ଜମୁଛି ପାଣି,ଆଗକୁ ଡେଙ୍ଗୁ ଭୟ

ସମ୍ବଲପୁର(ପଡିଆବାହାଲ) ଜାତୀୟ ରାଜପଥ ଦୋହରୀ କରଣ ସମୟରେ ରାସ୍ତାର ଉଭୟ ପାର୍ଶ୍ୱରେ ସ୍ଥାୟୀ ନାଳ ନିର୍ମାଣ କରିବା କଥା । କାମ ହେବାର ୪ ବର୍ଷ ହୋଇଗଲା,ନାଁ ଠିକା ସଂସ୍ଥା ଏ କାମ କରୁଛି ନାଁ ଜାତୀୟ ରାଜପଥ ପ୍ରାଧିକରଣ(ଏଏନଏଚଆଇ) ହାରି ଗୁହାରୀ କଲେବି ଶୁଣୁଛି। ସ୍ଥାନୀୟ ଜନସାଧାରଣ ,ଜନ ପ୍ରତିନିଧି ବାରମ୍ବାର ଅଧୁରା କାର୍ଯ୍ୟକୁ ସଂପୁର୍ଣ୍ଣ କରିବାକୁ ଦାବି କରୁଥିଲେବି ପ୍ରଶାସନିକ ଅବେହେଲା ଦେଖାଇ ଏହା ସଂପୂର୍ଣ୍ଣ କରିବାରେ ଠିକା ସଂସ୍ଥା ଟାଲଟୁଲ ନୀତି ଅବଲମ୍ବନ କରି ଚାଲିଛି । ଏପଟେ ବର୍ଷା ଆରମ୍ଭ ହେବାରୁ ନାଳ ନୁହେଁ ରାସ୍ତାରେ ଗଡୁଛି ପାଣି। ଫଳରେ ଧୋଇ ହୋଇ ଯାଉଛି ରାସ୍ତା। ଉଭୟ ପାର୍ଶ୍ୱର ସର୍ଭିସ୍ ରୋଡର ଫିନିସିଙ୍କ କାମ ହୋଇ ନଥିବାରୁ ଦଶହରା ପୁର୍ବରୁ ଉଭୟ କଡର ସର୍ଭିସ୍ ରୋଡର ସ୍ଥାୟୀତ୍ୱ ନେଇ ସନ୍ଧେହ ପ୍ରକାଶ ପାଇଛି । ପୁନଶ୍ଚ ନାଳ ଗୁଡିକରେ ମଳି ଆବର୍ଜ୍ଜନା ସହିତ ପାଣି ଜମି ରହିବା କାରଣରୁ ଦୁର୍ଗନ୍ଦ ସହିତ ମଶା ମାଛିଙ୍କ ପ୍ରାଦୁର୍ଭାବ ବଢିବାରେ ଲାଗିଛି। ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ନାଳ ସଫା ରଖିବା ସହ ଗର୍ତ୍ତ,ଖାଳ ପୋତି ଟାୟାର,ବୋତଲ,ଭଙ୍ଗା ହାଣ୍ଡି,କଟା ପଇଡ ଭଳି ଯେଉଁଥିରେ ପାଣି ଜମି ରହିବା ଭୟ ରହିଛି ତାକୁ ପରିସ୍କାର କରିବାକୁ ବ୍ୟାପକ ସଚେତନତା କରୁଥିଲେବି ଅସଲରେ ଗ୍ରାମାଞ୍ଚଳ ଗୁଡିକରେ ଏଥି ପ୍ରତି ସ୍ୱାସ୍ଥ୍ୟ ବିଭାଗର ଆଖି ଦୃଶିଆ କାର୍ଯ୍ୟାନୁଷ୍ଠାନ ହେଉ ନଥିବାରୁ କେହି କାହାକୁ ଖାତିର କରୁନାହାଁନ୍ତି। କିନ୍ତୁ ଯଦି ଏଭଳି ଅବସ୍ଥା ଜାରି ରୁହେ ତେବେ ପଡିଆବାହାରେ ମ୍ୟାଲେରିଆ,ଡେଙ୍ଗୁ ଭଳି ଭୟାନକ ରୋଗର ଆଶଙ୍କା ରହୁଥିବା ପୁଣି ଚେତାଇ ଦେଇଛନ୍ତି ଅଞ୍ଚଳର ସାମାଜିକ କର୍ମୀ ଡା.ରାଜାରାମ ଷଡଙ୍ଗୀ । ଗତ ୨ ବର୍ଷ ଧରି ଏଭଳି ଜନହିତକର କାର୍ଯ୍ୟ ସଂପୁର୍ଣ୍ଣ କରାଯିବାକୁ ଏଏନଏଚଆଇ କର୍ତ୍ତୁପକ୍ଷଙ୍କ ସହିତ ସ୍ଥାନୀୟ ତହସିଲଦାର,ସଦର ପୋଲିସ,ଏସଡିପିଓ ସଦର,ଉପଵଜିଲ୍ଲାପାଳ,ଜିଲ୍ଳାପାଳଙ୍କ ଠାରେ ବିଭିନ୍ନ ସ୍ତରରେ ଅଭିଯୋଗ ଆଲୋଚନା ସତ୍ତ୍ୱେ ଫଳ ଶୁନ ରହୁଛି। ଯାହା ଫଳରେ ଗତ ବର୍ଷ ପରି ଏହି ଅଞ୍ଚଳରୁ ଡେଙ୍ଗୁ ଜ୍ୱରରେ ମୃ୍ତ୍ୟୁ ହୋଇଥିବା ଭଳି ଚଳିତ ବର୍ଷ ମଧ୍ୟ ଏଭଳି ଯେପରି ପୁନାରାବୃତ୍ତି ନଘଟେ ସେ ଦିଗରେ ଜିଲ୍ଲା ପ୍ରଶାସନ ମିଳିତ ପଦକ୍ଷେପ ନେବା ନେଇ ଏଠାରେ ଯୋର ଦିଆଯାଇଛି।