Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଜି ବିଜେଡିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ: ନିର୍ଦ୍ଧାରଣ ହେବ ସାଧାରଣ ନିର୍ବାଚନ ରଣନୀତି!

ସମ୍ବଲପୁର: ଆଜି ଭୁବନେଶ୍ବର ଶଙ୍ଖ ଭବନରେ ବସୁଛି ବିଜୁ ଜନତା ଦଳର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ। ଏଥିରେ ଦଳର ସଭାପତି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧ୍ୟକ୍ଷତା କରିବେ।ବୈଠକରେ ଦଳର ସମସ୍ତ କର୍ମକର୍ତ୍ତାଙ୍କ ସହିତ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସଦସ୍ୟା ଯୋଗ ଦେବେ। ଏଥିପାଇଁ ସମ୍ବଲପୁର ଓ ନିକଟସ୍ଥ ଜିଲ୍ଲାରୁ ବିଜେଡି ନେତା ଗତ ରାତିରୁ ଭୁବନେଶ୍ବର ମୁହାଁ ହୋଇଛନ୍ତି ।

ସମ୍ଭବତଃ ଆଗାମୀ ସାଧାରଣ ନିର୍ବାଚନ ପାଇଁ ଏହି ବୈଠକରେ ରଣନିତୀ ସ୍ଥିର ହେବ।ଦଳ ଭିତରେ ସଂହତି,ସାଂଗଠାନିକ ଭୂମିକା ନିର୍ବାହ, ଗାଁ,ପଡା,ସାହିଠୁ ସବୁ ବୁଥ୍ ମଜଭୁତ କରିବା,ଦଳ ପ୍ରତି ଅନୁରାଗୀଙ୍କୁ ଚିହ୍ନଟ କରି ସେମାନଙ୍କୁ ସମ୍ମାନ ଦେବା,ବିଶୃଙ୍ଖଳା ହଟାଇ ଦଳ ଭିତରେ ଶୃଙ୍ଖଳା ରକ୍ଷା କରିବା,ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସହିତ ଲୋକଙ୍କୁ ଯୋଡିବା,ସମଭାବାପନ୍ନ ହୋଇ ଦଳକୁ ଗୋଟିଏ ସୂତାରେ ବାନ୍ଧି ରଖିବା,ଆଗାମୀ ସାଧାରଣ ନିର୍ବାଚନକୁ ମୁକାବିଲା କରି ଦଳର ବିଜୟ ପାଇଁ କୌଶଳ ନିର୍ଦ୍ଧାରଣ କରିବା ଭଳି ଆଲୋଚନା ହେବାର ସମ୍ଭାବନା ରହିଛି । ପୁଣି ଆଗୁଆ ନିର୍ବାଚନ ପାଇଁ ବୈଠକରେ ମତବି ଖୋଜା ପଡିବା ସମ୍ଭାବନା ରହିଛି । ଆଗୁଆ ନିର୍ବାଚନ ପାଇଁ ସରକାର ଏକ ପ୍ରକାର ଚିନ୍ତା କରୁଥିବା ନେଇ ଏହି ରାଜ୍ୟ କାର୍ଯ୍ୟକାରିଣୀ ବୈଠକର ବିଶେଷ ଗୁରୁତ୍ୱ ରହୁଥିବା ରାଜନୈତିକ ବିଶେଷଜ୍ଞ ମାନେ ବିଶ୍ଲେଷଣ କରୁଛନ୍ତି। ତେବେ ସବୁକୁ ଦୃଷ୍ଟିରେ ରଖି ଦଳ ମୁଖିଆ ବୈଠକରେ ନିର୍ବାଚନ ମୈଦାନକୁ ସଜାଡିବ ଓ ଦଳ ସୈନିକଙ୍କୁ ପଠାଇବା ନେଇ କର୍ଣ୍ଣମନ୍ତ୍ର ଦେବେ।କାର୍ଯ୍ୟକାରିଣୀରେ ଏଭଲି ନିଷ୍ପତ୍ତି ନେବା ଭଳି ରଣ କୌଶଳ ଅବଲମ୍ବନ କରାଯିବ ବୋଲି ଲକ୍ଷ ରହିଥିବା କୁହାଯାଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ