ସମ୍ବଲପୁର: ସମ୍ବଲପୁରର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ସେବାର ପ୍ରତିଷ୍ଠା ଦିବସ ଓ ଅମର ସେବା ଦିବସ ଧନୁପାଲିସ୍ଥିତ ମହାବୀରପଡାରେ ପାଳନ କରାଯାଇଛି | ପ୍ରତିବର୍ଷ ଜୁନ୍ ୨୬ ତାରିଖରେ ସେବାର ପ୍ରତିଷ୍ଠା ଦିବସ ପାଳନ କରାଯାଉଥିବାବେଳେ ଜୁଲାଇ ୪ ତାରିଖରେ ସେବା ଅଧ୍ୟକ୍ଷ ଡକ୍ଟର ଅମର ତାଣ୍ଡିଆଙ୍କ ଜନ୍ମଦିନକୁ ଅମର ସେବା ଦିବସ ଭାବେ ପାଳନ କରାଯାଏ | ତେବେ ଚଳିତ ବର୍ଷ ଜୁଲାଇ ୪ ତାରିଖରେ ସେବାର ପ୍ରତିଷ୍ଠା ଦିବସ ଓ ଅମର ସେବା ଦିବସ ପାଳନ କରିବା ପାଇଁ ରେଙ୍ଗାଲିରେ ଥିବା ସେବା ସଦସ୍ୟ ନିଷ୍ପତ୍ତି ନେଇଥିଲେ | ଫଳରେ ମଙ୍ଗଳବାର ରାତ୍ରି ସମୟରେ ଆଡମ୍ବରପୂର୍ଣ୍ଣଭାବରେ ଉଭୟ ଦିବସକୁ ପାଳନ କରାଯାଇଛି | ରେଙ୍ଗାଲିରେ ଥିବା ସେବାର କର୍ମକର୍ତ୍ତାଙ୍କ ଦ୍ବାରା ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ହିମାଂଶୁ ମିଶ୍ର, ନିଶାନଭଙ୍ଗା ସରପଂଚ ସରୋଜ ମେହେର, ବରିଷ୍ଠ ସାମ୍ବାଦିକ ସରୋଜ ସାହୁ, ସକାଳ ଓ ନନ୍ଦିଘୋଷ ଟିଭି ସମ୍ବଲପୁର ଶାଖା ପରିଚାଳକ ନରୋତ୍ତମ ଗୁରୁ, ଯୁବ ବିଜେଡି ସଭାପତି ଲକ୍ଷ୍ମୀପ୍ରସାଦ ମହାପାତ୍ର, ସାମ୍ବଦିକ ସୁଶାନ୍ତ ମହାପାତ୍ର ସାମ୍ବାଦିକ ଗୁଣମଣି ବିଶ୍ବାଲ, ସମାଜସେବୀ କାର୍ତ୍ତିକ କଲେତ ପ୍ରମୁଖ ଅତିଥିଭାବେ ଯୋଗ ଦେଇଥିଲେ | କାର୍ଯ୍ୟକ୍ରମ ଆରମ୍ଭରେ ଅତିଥିମାନଙ୍କ ଦ୍ବାରା ମାଁ ସମଲେଙ୍କଠାରେ ପୂଜାର୍ଚ୍ଚନା କରାଯାଇଥିଲା | ଏହାପରି ସେବା ସଂଗଠନର ଏକ ଜର୍ସି ଉନ୍ମୋଚନ କରାଯାଇଥିଲା | ପରେ ପ୍ରତିଷ୍ଠା ଦିବସ ଓ ଜନ୍ମଦିବସ ଅବସରରେ ସଦସ୍ୟ ଓ ପ୍ରଶଂସକଙ୍କ ଦ୍ବାରା କେକ୍ କଟାଯାଇଥିଲା | ତେବେ ସେବାର ଏ ଯାତ୍ରାରେ ସେବା ତାର ନାଁର ସାର୍ଥକତା ପ୍ରତିପାଦନ କରୁଛି ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ |
ବିଭିନ୍ନ ସମାଜସେବା କ୍ଷେତ୍ରରେ ସେବାର ଯୋଗଦାନ ତଥା ଲମ୍ବାପଥର ଯାତ୍ରାକୁ ଅତିଥିମାନଙ୍କ ସମ୍ମୁଖରେ ଉପଦେଷ୍ଟା ଗୌରୀ ଶଙ୍କର ମିଶ୍ର ପଠନ କରିଥିଲେ | ତେବେ ଆଗକୁ ରେଙ୍ଗାଲି ଅଂଚଳରେ ଅତିଶୀଘ୍ର ପ୍ରତି ପଂଚାୟତରେ ସେବାର ପଂଚାୟତସ୍ତରୀୟ ସଂଗଠନ କରାଯିବ ବୋଲି ବୈଠକରେ ସୂଚନା ଦେଇଛନ୍ତି ସେବାର ଅଧ୍ୟକ୍ଷ ଡକ୍ଟର ଅମର ତାଣ୍ଡିଆ | ଆଗାମୀ ଦିନରେ ଆପଣ ମାନେ ହିଁ ସେବାକୁ ଆଗକୁ ନେବେ ଓ ସାହସ ଦେବେ ବୋଲି ଅଧ୍ୟକ୍ଷ ଅମର ତାଣ୍ଡିଆ କହିଛନ୍ତି | ଏହା ସହ ରକ୍ତଦାନ କ୍ଷେତ୍ରରେ ସେବାର ଭୂମିକାକୁ ପ୍ରତ୍ୟେକ ଅତିଥି ଓ ଉପସ୍ଥିତ ରେଙ୍ଗାଲିବାସୀ ଭୁରି ଭୁରି ପ୍ରଶଂସା କରିଥିଲେ | କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଦିଲ୍ଲୀପ ମୁଦୁଲି, ମଞ୍ଜୁ ଓରାମ, ଚିତ୍ତରଂଜନ ରାଉଲ, ସୁପ୍ରିତ ନାୟକ,ବିଭୁଦତ୍ତ ଦାସ, ସଂଜୟ ଓରାମ, ଉତ୍ତମ ବାଗ, ଓ ସେବାର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ |