Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ନିରନ୍ତର କୃଷି କାର୍ଯ୍ୟକ୍ରମର ଅନୁଭୂତି କର୍ମଶାଳା

ସମ୍ବଲପୁର: କୃଷିକ୍ଷେତ୍ରରେ କ୍ରମବର୍ଦ୍ଧିଷ୍ଣୁ ଅନିଶ୍ଚିତତା,କୃଷିରୁ ଆୟ କମିବା,କୃଷି ପରିସଂସ୍ଥାନର ଅବକ୍ଷୟ,ଗ୍ରାମାଞ୍ଚଳର ଦାରିଦ୍ର ଏବେ ବଡ ସଂକଟ ହୋଇ ଦେଖା ଦେଇଥିବା ବେଳେ ଜଳବାୟୁ ପରିବର୍ତ୍ତନ ଅନ୍ୟ ଏକ ସମସ୍ୟା ହୋଇ ଠିଆ ହୋଇଛି। ଏହି ସବୁର ନିରାକରଣ ଓ କୃଷି କ୍ଷେତ୍ରରେ ପୁନଃସର୍ଜନାକୁ ପ୍ରୋତ୍ସାହିତ କରି କୃଷିକୁ ନିର୍ଭରଯୋଗ୍ୟ କରିବା ଓ ଏହି ବ୍ୟବସ୍ଥାକୁ ସାମଗ୍ରିକ ପରିବର୍ତ୍ତନ ଆବଶ୍ୟକତାକୁ ଆଖି ଆଗରେ ଆଜି ଯୁଯୋମୁରା ବ୍ଲକ୍ ସଭାକକ୍ଷରେ “ନିରନ୍ତର କୃଷି କାର୍ଯ୍ୟକ୍ରମର ଅନୁଭୂତି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।କର୍ମଶାଳାରେ ଏଫଇଏସର ଜିଲ୍ଲା ସଂଯୋଜକ ସଂଜୀବ ସାହୁ ବ୍ଲକ୍ ର ସ୍ଥିତି ଓ କର୍ମଶାଳାର ଉଦ୍ଦେଶ୍ୟ ସଂପର୍କରେ କହିଥିଲେ।ଫାଉଣ୍ଡେସନ୍ ଫର ଇକୋଲଜିକାଲ ସିକ୍ୟୁରିଟି(ଏଫଇଏସ) ପକ୍ଷରୁ ଉଦଘାଟନୀ ଉତ୍ସବରେ ଯୁଯୋମୁରା ବ୍ଲକ୍ ର ବିଡିଓ ନିଳାମ୍ବର ମହାନନ୍ଦ ମୁଖ୍ୟଅତିଥି,ଏଫଇଏସର ପୋଗ୍ରାମ ମେନେଜର ହୃଷିକେଶ ମହାପାତ୍ର,ପରାମର୍ଶଦାତା ତପନ ପାଢୀ,ବିଏଓ ମନୋରଞ୍ଜନ ସେଠୀ ବ୍ଲକ୍ ପୋଗ୍ରାମ ଅଫିସର ଗୌତମ ବେହେରା,ବିଭିଓ ଡା.ହିମାଂଶୁ ଶେଖର ସାହୁ,ଏଏଫଓ ପିୟୁଷ ରଞ୍ଜନ ବେହେରା ଅତିଥି ଭାବେ ଯୋଗ ଦେଇଥିଲେ। କର୍ମଶାଳାରେ ଅଂଶଗ୍ରହଣ କରିଥିବା ଲିନାରାଣୀ ସାହୁ ଯୁଯୋମୁରା,ବାଇପନ୍ତି ସାହୁ ରେଙ୍ଗଲି ଓ ରେଢାଖୋଲର ତାଲିମଦାତା ଅକ୍ଷୟ କୁମାର ଶତପଥୀଙ୍କ ସହିତ ଯୁଯୋମୁରା ବ୍ଲକର କୃଷିମିତ୍ର, କୃଷକସାଥି, ଏମବିକେ, ଜିଆରଏସ ଓ ସିଏଲଏଫ ଯୋଗଦେଇ ନିଜର ଅଭିଜ୍ଞତା ଓ ଅନୁଭୂତି ସଂପର୍କରେ ଆଲୋଚନା କରିଥିଲେ।କୃଷି ବିଜ୍ଞାନ ସମ୍ପର୍କିତ ତାଲିମ୍,ଉପକରଣ ଓ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ,ଗାଇଡେଡ ମେଣ୍ଟରିଙ୍ଗ,ତାଲିମଦାତାଙ୍କ ମାଧ୍ୟମରେ କ୍ଷେତ୍ର ସ୍ତରରେ ସହ ନ୍ତେ ସରକାରଙ୍କ କୃଷିଭିତ୍ତିକ ଯୋଜନା ଗୁଡିକ ଗ୍ରାମ୍ୟ ଗୋଷ୍ଠି ମଧ୍ୟରେ ରହୁଥିବା ସମସ୍ୟା ଓ ସମାଧାନ କିପରି କରାଯାଇ କୃଷିକର୍ମୀ ମାନଙ୍କୁ ସୁଦୃଢ଼ କରାଯାଇପାରିବ ସେ ସଂପର୍କରେ ତର୍ଜମା କରିଥିଲେ।

ଏହି କର୍ମଶାଳାରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ,ଓଡିଶା ଜୀବିକା ମିଶନ ଏବଂ ପଞ୍ଚୟାତରାଜ ଓ ପାନୀୟ ଜଳ ବିଭାଗର ମିଳିତ ସମନ୍ବିତ ଓ ସହଯୋଗରେ କୃଷି କାର୍ଯ୍ୟକୁ ସମୃଦ୍ଧିଶାଳୀ କରା ଯାଇପାରିବ ବୋଲି ଗୁରୁତ୍ୱ ଦିଆଯାଇଥିଲା।