ଲକ୍ଷ୍ମୀପୁର: ଲକ୍ଷ୍ମୀପୁର ବ୍ଲକ ସଦର ରାମ ମନ୍ଦିର ରେ ଚୋରି ଘଟଣା ର ସନ୍ଧାନ ପାଈବା ସକାଶେ ସାଇଣ୍ଟିଫିକ୍ ଟିମ୍ ସହ ସନ୍ଧାନି କୁକୁର ର ସାହାଯ୍ୟ ନିଆଯାଇଥିଲା।୪ଜଣିଆ ଟିମ୍ ଗୁରୁବାର ସକାଳେ ରାମମନ୍ଦିର ରେ ପହଞ୍ଚି ଛାନ୍ ଭିନ୍ କରିବା ସହ ଚୋର ଦ୍ବାରା ଭଙ୍ଗାଯାଈଥିବା ତାଲା ଓ ବିଭିନ୍ନ ସାମଗ୍ରୀ କୁ ସନ୍ଧାନି କୁକୁର ସମ୍ମୁଖରେ ରଖି ଅଗ୍ରଗତି କରାଯାଇଥିଲା।ସନ୍ଧାନି କୁକୁର ସାମଗ୍ରୀ ଗୁଡିକ କୁ ଗନ୍ଧ ବାରିଥିଲେ ମଧ୍ୟ ମନ୍ଦିର ପରିସର ରେ ହିଁ ରହିଯାଇ ଆଗକୁ ବଢିପାରି ନଥିଲା।ଲକ୍ଷ୍ମୀପୁରରେ ଘଟିଥିବା ଜେତିକି ଚୋରି ଘଟଣାରେ ସନ୍ଧାନି କୁକୁରକୁ ଅଣା ଜାଇଛି କିନ୍ତୁ ଥରେ ମଧ୍ୟ ଚୋରଙ୍କୁ ଧରିବା ତ ଦୂରର କଥା କିଛି ସୁରାକ ମଧ୍ୟ ଦେବାରେ ସକ୍ଷମ ହୋଇପାରୁନାହିଁ । ସନ୍ଧାନି କୁକୁର ଆସିବା ମାତ୍ରେ ଦେଖିବା ଲୋକେ ଆରମ୍ଭରୁ ହିଁ କହିପକାଉଛନ୍ତି,ଅଯଥାରେ ସବୁବେଳେ ସନ୍ଧାନି କୁକୁର ଆଣୁଛନ୍ତି ପ୍ରହସନ ସକାଶେ,କେବେତ କିଛି ମିଳୁନି, କାହିଁକି ଆଣୁଛନ୍ତି କେଜାଣି ବୋଲି ଟୁପୁରୁ ଟାପୁରୁ ହେଉଥିବା ଶୁଣିବାକୁ ହିଁ ମିଳିଥିଲା।ସାଇଣ୍ଟିଫିକ୍ ଦଳ କେବଳ ଫିଙ୍ଗର ପ୍ରିଣ୍ଟ୍ ନେଇ ଚାଲି ଜାଇଛି।ଏହି ଚୋରି ଘଟଣା ଏବେ ଲକ୍ଷ୍ମୀପୁର ପୋଲିସ ପାଇଁ ଚ୍ୟାଲେଞ୍ଜ୍ ଶୃଷ୍ଟି ହୋଇଥିବା ହୋଇ ଥିବା ବେଳେ ଦୁର୍ବୁତ୍ତ କେବେ ପୋଲିସର ହାତରେ ଧରା ପଡୁଛି ତାହା ଦେଖିବାକୁ ବାକି ରହିଲା।ପ୍ରକାସ ଥାଉକି ଲକ୍ଷ୍ମୀପୁର ବ୍ଲକ କାର୍ଯ୍ୟାଳୟ ରାସ୍ତା କଡରେ ଥିବା ରାମ ମନ୍ଦିର ଭିତରୁ ମଙ୍ଗବାର ରାତିରେ କେହି ଦୁର୍ବୁତ୍ତ ପସି ଲକ୍ଷାଧିକ ଟଙ୍କାର ରୁପା ସାମଗ୍ରୀ ଚୋରି କରି ନେଇଥିବା ବୁଧବାର ସକାଳେ ଜଣା ପଡିଥିଲା।ମନ୍ଦିର ପୂଜକ ପ୍ରକାସ ମହାପାତ୍ର ବୁଧବାର ଦିନ ପୂଜା କରିବାକୁ ଆସି ଚୋରି ହେଇଥିବା ଜାଣିବା ପରେ ମନ୍ଦିର କମିଟିକୁ ଜଣାଇବା ପରେ ଲକ୍ଷ୍ମୀପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ।ଲିଖିତ ଅଭିଯୋଗକୁ ଭିତ୍ତି କରି ଥାନା କେସ୍ ନମ୍ବର୍ ୭୧/୨୩ ରେଏକ ମାମଲା ରୁଜୁ କରିଥିଲା ପୋଲିସ୍।
ରାମମନ୍ଦିର ରେ ଚୋରି ଘଟଣା: ସନ୍ଧାନି କୁକୁର ପାଦେବି ଆଗେଇପାରିଲା ନାହି଼
