Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ସାଙ୍ଗାନା ହାଇସ୍କୁଲ୍ ରେ ବନମହୋତ୍ସବ ପାଳନ

ଲକ୍ଷ୍ମୀପୁର: ଲକ୍ଷ୍ମୀପୁର ସ୍ଥିତ ସାଙ୍ଗାନ୍ନା ଉଚ୍ଚ ବିଦ୍ୟାଳୟ ରେ ବନ ମହୋତ୍ସବ ପାଳନ ହୋଇଯାଇଛି। ଲକ୍ଷ୍ମୀପୁର ବନ ବିଭାଗ ଅଧିକାରୀ କୁମାର ଖରା ଙ୍କ ସହାୟତାରେ ବିଦ୍ୟାଳୟର ୧୮୦ଜଣ ଛାତ୍ର ଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିବାବେଳେ,ପ୍ରଧାନ ଶିକ୍ଷକ ଗୋପାଳ ମଣ୍ଡଳଙ୍କ ନେତୃତ୍ୱରେ ବିଜ୍ଞାନ ଶିକ୍ଷକ ଗୋଲକ ଚନ୍ଦ୍ର ଲେଙ୍କା, ଜେ ଆର ସି କାଉନସିଲର ସପନ କୁମାର ଦିକ୍ଷୀତ, କ୍ରୀଡା ଶିକ୍ଷକ ଆଶୀର୍ବାଦ ନାୟକ ବୃକ୍ଷ ରୋପଣ କାର୍ଯକ୍ରମ ପରିଚାଳନା କରିଥିଲେ। ସମାଜ ସେବୀ ଶ୍ରୀବତ୍ସ ଖରା, ବନ ବିଭାଗ କର୍ମଚାରୀ ଓ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ,କର୍ମଚାରୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।ସେହିପରି ମିନାପାଇ ଆଶ୍ରମ ବିଦ୍ୟାଳୟ ଓ ଲକ୍ଷ୍ମୀପୁର କଲେଜ୍ ରେ ମଧ୍ୟ ବନମହୋସ୍ଚବ ସପ୍ତାହ ଉପଲକ୍ଷେ ଛାତ୍ରଛାତ୍ରୀ ଓ କର୍ମଚାରୀ ମାନେ ମିଳିମିସି ବିଭିନ୍ନ ପ୍ରକାର ବୃକ୍ଷରୋପଣ କରିଥିଲେ।