Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ତରଭା ଜେଏନଭିରେ ବନ ମହୋତ୍ସବ

ତରଭା,୭/୭ ତରଭା ଜବାହର ନବୋଦୟ ବିଦ୍ୟାଳୟ ପରିସରରେ ଶୁକ୍ରବାର ବନ ମହୋତ୍ସବ ପାଳନ ହୋଇଛି।ଅଧ୍ୟକ୍ଷ ଜୟରାମ ନାଏକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜେଏମଏଫସି ସରିତା କୁମାରୀ ପଣ୍ଡା,ସମ୍ମାନିତ ଅତିଥିଭାବେ ତରଭା ଥାନା ଆଇଆଇସି ଅନିତା କିଡୋ ଯୋଗ ଦେଇ ଛାତ୍ରଛାତ୍ରୀଙ୍କ ଗହଣରେ ୩୦ଟି ଚାରା ରୋପଣ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ବିଦ୍ୟାଳୟର ଶିକ୍ଷକ ବିକ୍ରମ ଭୋଇ, ସୂର୍ଯ୍ୟପ୍ରକାଶ ମହାନ୍ତିଙ୍କ ସମେତ ଶଙ୍କର୍ଷଣ ସାହୁ,ରତ୍ନାକର ମାଝୀ, ରାକେଶ ଭୋଇ, ଶ୍ୱାସତ ସାହୁ,ମନମୋହନ ପଟେଲ, ପ୍ରଦୀପ କୁମାର ପଟେଲ ,ଓକିଲ ଉମେଶ ନାଏକ, ସୁବିଜ୍ଞ ଦରୁଆନ, ସୁରେଶ ମହଲା, ରାଜକିଶୋର ନନ୍ଦ, ସତ୍ୟନାରାୟଣ ନାଏକ, ପୋଲିସ ଓ ବନବିଭାଗ କର୍ମଚାରୀ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ