Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନିଷ୍ଟ କଲେଜ ରେ ରାଷ୍ଟ୍ରୀୟ ବୌଦ୍ଧିକ ସମ୍ପଦ ଉତ୍ସବ ପାଳିତ।ବୌଦ୍ଧିକ ଜ୍ଞାନ ସମ୍ପଦ ହିଁ ଭାରତ କୁ ବିଶ୍ୱ ବିଜୟୀ କରାଇପାରିବ ।

ଗୋପାଳପୁର,୦୭/୦୭ ଭାରତ ସରକାରଙ୍କ ଦ୍ୱାରା ଜୁଲାଇ ମାସ କୁ ରାଷ୍ଟ୍ରୀୟ ବୌଦ୍ଧିକ ସମ୍ପଦ ଉତ୍ସବ ଭାବେ ପାଳନ କରିବାକୁ ସ୍ଥିର କରାଯାଇଛି।ଏହି କ୍ରମ ରେ ଗୋଳନ୍ଥରା ପାଲୁର ହିଲ ସ୍ଥିତ ନିଷ୍ଟ କଲେଜ ପରିସରରେ ଆଜି ଏକ-ଦିବସୀୟ ରାଷ୍ଟ୍ରୀୟ ବୌଦ୍ଧିକ ସମ୍ପଦ ସଚେତନତା ଉତ୍ସବ ପାଳନ ହୋଇଛି। ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ସି ଏସ ଆଇ ଆର- ଆଇ ଏମ୍ ଏମ ଟି( CSIR-IMMT) ର ବରିଷ୍ଠ ବୈଜ୍ଞାନିକ ଡ଼. ଟି. ପବନ କୁମାର ଓ ମୁଖ୍ୟ ଡ଼. ମନୀଷ କୁମାର ବକ୍ତା ଭାବେ ଯୋଗଦେଇ ବିଦ୍ୟାର୍ଥୀ ମାନଙ୍କୁ ଙ୍କୁ ସମ୍ବୋଧନ କରିଥିଲେ।
ଡ଼. ପବନ ତାଙ୍କ ବକ୍ତବ୍ୟ ରେ ଗବେଷଣା ଓ ଉଦ୍ଭାବନ କ୍ଷେତ୍ରରେ ବିଶ୍ୱ ସ୍ତରରେ ଭାରତର ବର୍ତ୍ତମାନ ସ୍ଥିତି ବିଷୟ ରେ ଅବଗତ କରାଇଥିଲେ। ବିଭିନ୍ନ ଉନ୍ନତ ଦେଶ ର ଅର୍ଥନୀତି ଓ ପ୍ରଗତିରେ ସେଠିକାର ଉଦ୍ଭାବକ, ଶିକ୍ଷାବିତ୍ ଗୋଷ୍ଠୀର କେଉଁ ପ୍ରକାର ଯୋଗଦାନ ଥାଏ, ସେ ବିଷୟରେ ଆଲୋକପାତ କରିଥିଲେ। ଗବେଷକ-ଉଦ୍ଭାବକ ମାନଙ୍କ କୌଣସି ମୌଳିକ ଅବଧାରଣା କୁ କପିରାଇଟ କରାଯାଇ ପାରୁଥିବା ବେଳେ ତାହାକୁ କାର୍ଯ୍ୟ ରେ ପରିଣତ କରି କୌଣସି ଉଦ୍ଭାବନ କଲେ ତାହାକୁ ପେଟେଣ୍ଟ କରାଯାଇ ପାରିବ। କପିରାଇଟ ଓ ପେଟେଣ୍ଟ ଉଭୟ ବୌଦ୍ଧିକ ଜ୍ଞାନ ସମ୍ପଦ ଯାହାର ବ୍ୟବସାୟୀକରଣ ଦ୍ୱାରା ଆର୍ଥିକ ଲାଭ ଉପାର୍ଜନ କରାଯାଇପାରିବ। ଭାରତ କୁ ପୃଥିବୀର ଚିନ୍ତାନାୟକ ହିସାବ ରେ ଗଣନା କରାଯାଏ। ଆମର ଐତିହ୍ୟ ଓ ପୁରାଣ ଶାସ୍ତ୍ର ଇତ୍ୟାଦି ରେ ମଧ୍ୟ ଅନେକ ଅଭୂତପୂର୍ବ କଳ୍ପନା ର ବର୍ଣ୍ଣନା ଅଛି, ଯାହାକୁ ଆଧାର କରି ଅନ୍ୟ ଦେଶ ର ଲୋକେ ବିଭିନ୍ନ ଉଦ୍ଭାବନ କରି ପେଟେଣ୍ଟ ଅର୍ଜନ କରୁଛନ୍ତି, ଏବଂ ସେଇ ଉତ୍ପାଦ ଆମକୁ ବିକି ଆମ ଠାରୁ ଲାଭ ପାଉଛନ୍ତି। ପରିସଂଖ୍ୟାନ ଅନୁଯାୟୀ ପ୍ରତ୍ୟେକ ଉନ୍ନତ ଦେଶ ବୌଦ୍ଧିକ ଜ୍ଞାନ ସମ୍ପଦ ବଳରେ ହିଁ ଆର୍ଥିକ ସ୍ୱଚ୍ଛଳତା ପାଇ ପାରିଛନ୍ତି। ଏଣୁ, ବର୍ତ୍ତମାନ ଠାରୁ ବିଦ୍ୟାଳୟ ରୁ ମହାବିଦ୍ୟାଳୟ ଯାଏଁ, ପାଠଶାଳା ରୁ କର୍ମଶାଳା ଯାଏଁ ଆମ ଦେଶ ର ବୌଦ୍ଧିକ ଜ୍ଞାନ ସମ୍ପଦର ଉନ୍ନତି ପାଇଁ ସଚେତନତା ଓ ଦକ୍ଷତା ସୃଷ୍ଟି କରିବାକୁ ପଡ଼ିବ। ଏ ଯୁଗୋପଯୋଗୀ ପରିବର୍ତ୍ତନ ସୁଅ ରେ ଠିକଣା ପଦକ୍ଷେପ ନେଇ ଆମ ଦେଶ ର ସମୃଦ୍ଧି ରେ ଉଚିତ ଯୋଗଦାନ ଦେବାକୁ ସେ ଆହ୍ବାନ ଦେଇଥିଲେ। ଅନ୍ୟତମ ଅତିଥି
ଡ଼ ମନୀଷ କୁମାର, ତାଙ୍କ ବକ୍ତବ୍ୟ ରେ ଉଦ୍ଭାବନ ସବୁ ପରିବେଶ ପାଇଁ ଉପକାରୀ ହେବା ଉଚିତ ବୋଲି କହିଥିଲେ। ଆମ ଚତୁଃର୍ପାଶ୍ୱ ରେ ଛୋଟ-ମୋଟ ହଜାର ସମସ୍ୟା ଅଛି, ଯାହାର ନିରାକରଣ ଆବଶ୍ୟକ। କିନ୍ତୁ, ପ୍ରତ୍ୟେକ ଉଦ୍ଭାବନ ପ୍ରକୃତି କୁ ସର୍ବୋପରି ବୋଲି ଭାବି କରିଲେ ତାର ସୁଫଳ ଦୀର୍ଘ ସମୟ ଧରି ମିଳି ପାରିବ ବୋଲି ମତ ପୋଷଣ କରିଥିଲେ।
ନିଷ୍ଟ ର ଉପାଧ୍ୟକ୍ଷ ଡ଼ ମୁ. ସୁରେଶ ବକ୍ତା ମାନଙ୍କୁ ଉପଢ଼ୌକନ ପ୍ରଦାନ କରି ଧନ୍ୟବାଦ ଜ୍ଞାପନ କରିଥିଲେ। ଏ କାର୍ଯ୍ୟକ୍ରମ ର ଆବାହକ ଡ଼ ସଂଦୀପନ ମଲ୍ଲିକ ଥିବା ବେଳେ, ପ୍ର. ଶ୍ରୀମତୀ ମିନାକ୍ଷୀ ଦାଶ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ; ପ୍ରଶାସନ-ମୁଖ୍ୟ ସୟଦ ସୁଲେମାନ ଅଲି, ଡ଼. ସୁଧୀର ପଟ୍ଟନାୟକ, ଡ଼ ପ୍ରୀତିରଞ୍ଜନ ସାହୁ, ଡ଼ ସୁଶାନ୍ତ କୁମାର ସାହୁ, ପିତାମ୍ବର ସାହୁ ପ୍ରମୁଖ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories