Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ହୀରାଖଣ୍ଡ ରାଜ୍ୟ ଦାବିରେ ବିଧାନସଭାରେ ଗଣଧାରଣା ନିଷ୍ପତ୍ତି

ସମ୍ବଲପୁର:ହୀରାଖଣ୍ଡ ରାଜ୍ୟ ଦାବୀରେ ବିଧାନସଭା ଠାରେ ଗଣଧାରଣା ଦିଆଯିବ।ଏଭଳି ମର୍ମରେ । ହୀରାଖଣ୍ଡ ସାମ୍ମୁଖ୍ୟର ଏକ ସଭା ଓଡିଶା ସାଂସ୍କୃତିକ ସମାଜ ହଲ ଠାରେ ଅନୁଷ୍ଠିତ ସଭାରେ ନିଷ୍ପତ୍ତି ନିଆଯାଇଛି। ସଭାପତି ଡ଼ ପରେଶ ଚନ୍ଦ୍ର ଦାନୀଙ୍କ ସଭାପତିତ୍ୱରେ ଏହି ସଭା ଅନୁଷ୍ଠିତ ହୋଇଥିଲା l ଏହି ସଭାରେ ସ୍ୱତନ୍ତ୍ର ହୀରାଖଣ୍ଡ ରାଜ୍ୟ ଏବଂ ସମ୍ବଲପୁରୀ ଭାଷାକୁ ସମ୍ବିଧାନର ଅଷ୍ଟମ ପରିଚ୍ଛେଦ ରେ ସାମିଲ କରିବା ଦାବୀ ଉପରେ ବ୍ୟାପକ ଆଲୋଚନା କରାଯାଇଥିଲା l ଗ୍ରାମାଞ୍ଚଳକୁ ଯାଇ ଅଧିକ ସଭାସମିତିର ଆୟୋଜନ, ହୀରାଖଣ୍ଡର ସମସ୍ତ ଜିଲ୍ଲା ମାନଙ୍କରେ ପୋଷ୍ଟର ଲଗେଇବା ଓ ପ୍ରଚାରପତ୍ର ବlଣ୍ଟିବା, ଆମ ଅଞ୍ଚଳର ପ୍ରତିଭା ମାନଙ୍କୁ ଲୋକଲୋଚନକୁ ଆଣି ହୀରାଖଣ୍ଡ ସମ୍ମାନ ଦେବା ପ୍ରଭୁତି ଦିଗ ମାନଙ୍କ ଉପରେ ସଭ୍ୟମାନେ ବ୍ୟାପକ ଆଲୋଚନା କରି ନିଜ ନିଜର ମତାମତ ରଖିଥିଲେ l ଆମର ଦାବିମାନଙ୍କୁ ଅଧିକ ଦୃଢ଼ୀଭୁତ କରିବା ପାଇଁ ବିଧାନସଭା ଚାଲୁଥିବା ସମୟରେ ଭୁବନେଶ୍ୱର ଠାରେ ଏକ ଗଣ ଧାରଣା ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା l ଏହି ସଭାରେ ସର୍ବଶ୍ରୀ ଅର୍ଜୁନ ରଞ୍ଜନ ପଣ୍ଡା, ଅରବିନ୍ଦ ମହାପାତ୍ର, ତ୍ରିବିକ୍ରମ ପ୍ରଧାନ, ପ୍ରଫୁଲ୍ଲ ହୋତା, ଅଶୋକ କୁମାର ମିଶ୍ର, ନଟୁ ଗୋପାଳ ପାତ୍ର, ନରେନ୍ଦ୍ର ପାଣିଗ୍ରାହୀ, ରାମାନୁଜ ପଣ୍ଡା, ପ୍ରଶାନ୍ତ କୁମାର ମିଶ୍ର, ବୋଧରାମ ଦାଶ, ଅରବିନ୍ଦ ନାୟକ, ହରି ଶଙ୍କର ପଣ୍ଡା, ସବ୍ୟସାଚୀ ମିଶ୍ର, ତାପସ କୁମାର ଦାସ, ଲୋକନାଥ ପାଣ୍ଡେ, ତର୍ପଣ ପ୍ରଧାନ, କୈଳାଶ ମିସ୍ତ୍ରୀ, ଅଶ୍ୱିନୀ କୁମାର ଆଚାର୍ଯ୍ୟ, ରମେଶ ଚନ୍ଦ୍ର ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ l ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଉପସଭାପତି ପ୍ରଶାନ୍ତ ପାଟ୍ଟଯୋଶୀ l