ଚିପିଲିମା ଫୋର ୱେ ରୁ ଭାସମାନ ଯୁବକଙ୍କ ଗଳିତ ଶବ ଉଦ୍ଧାର


ଚିପିଲିମା ଶକ୍ତିକେନ୍ଦ୍ର ଫୋର ୱେ ରୁ ଜଣେ ଯୁବକଙ୍କ ଭାସ ମାନ ଗଳିତ ଶବ ଶୁକ୍ରବାର ଉଦ୍ଧାର ହୋଇଛି। ମୃତ ଯୁବକ ଜଣକ ହେଲେ ହୀରାକୁଦ ବିହାରିପଡା ର ମହେଶ ସାହାଣୀ (୧୯)।ପୋଲିସ ର ସୂଚନା ମୁତାବକ ଗତ ୫ତାରିଖ ଦିନ ହୀରାକୁଦ ବିହାରିପଡା ର ୪ ଜଣ ଯୁବକ ପାୱାର ଚେନାଲ ୧୮ ହଜ଼ାର ନିକଟରେ ଭୋଜି କରୁଥିଲେ।ସେଠରେ ଗାଧୋଇବା ସମୟରେ ମହେଶ ଖସିପଡି ପାଣିରେ ଭାସିଯାଇଥିଲେ।ଅନ୍ୟ ସାଙ୍ଗମାନେ ଅଗ୍ନିଶମ ବହିନୀକୁ ଜଣାଇଥିଲେ। ଅଗ୍ନିଶମ ବାହିନୀ ଆସି ବହୁ ଖୋଜାଖୋଜି ପରେ ମଧ୍ୟ ମହେଶ ର ସନ୍ଧାନ ପାଇ ନଥିଲେ।ହେଲେ ମହେଶ୍ୱଙ୍କ ଗଳିତ ଭାସମାନ ଶବ ଚିପିଲିମାରୁ ଉଦ୍ଧାର ହୋଇଛି।ଏନେଇ ବୁର୍ଲାଥାନା ରେ ଏକ ମାମଲା ରୁଜୁ ହୋଇଥିବାବେଳେ, ଶବ ବ୍ୟବଚ୍ଛେଦ ପରେ ଶବକୁ ପରିବାର ବର୍ଗଙ୍କୁ ହସ୍ତାନ୍ତର ହୋଇଛି।ଘଟଣାର ଅଧିକ ତଦନ୍ତ ପୋଲିସ ଜାରି ରଖିଥିବା ଜଣାପଡିଛି।