Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବଦଳିବ ସମ୍ବଲପୁର ଜିଲ୍ଲା ବିଜେଡି ସଂଗଠନର ନେତୃତ୍ୱ !

ସମ୍ବଲପୁର:ଖୁବ ଶୀଘ୍ର ବିଜୁ ଜନତା ଦଳର ଜିଲ୍ଲା ନେତୃତ୍ୱ ବଦଳିବା ନେଇ ଆଭାଷ ମିଳୁଛି। ବିଜେଡ଼ି ରାଜ୍ୟ ସାଙ୍ଗଠାନିକ ସମ୍ପାଦକ ତଥା ଯାଜପୁର ବିଧାୟକ ଶ୍ରୀ ପ୍ରଣବ ପ୍ରକାଶ ଦାଶ ସମ୍ବଲପୁର ଜିଲ୍ଲାର ପର୍ଯ୍ୟବେକ୍ଷକ ଦାୟିତ୍ୱ ଗ୍ରହଣ କରିବା ପରେ ଆଜି ଦ୍ୱିତୀୟ ଥର ପାଇଁ ସମ୍ବଲପୁର ଗସ୍ତରେ ଆସି ଦଳୀୟ ନେତୃ ମଣ୍ଡଳୀ ସହ ଆଲୋଚନା କରିଛନ୍ତି।ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀର ସାଧାରଣ କର୍ମୀଙ୍କୁ ନେଇ ସର୍କିଟ ହାଉସ ଠାରେ ସାକ୍ଷାତ କରିବା ସହ ଆଗାମୀ ସାଧାରଣ ନିର୍ବାଚନ ପାଇଁ କର୍ଣ୍ଣମନ୍ତ୍ର ଦେଇଛନ୍ତି । ପ୍ରଣବ ଚେତାଇ ଦେଇଛନ୍ତିଯେ, ସମ୍ବଲପୁରରେ ସମସ୍ତଙ୍କୁ ଏକ ହୋଇ କାମ କରିବାକୁ ଅଛି, ଗୋଷ୍ଠୀ ବିବାଦ ଚଳିବ ନାହିଁ ଯଦି ଏହାର ବ୍ୟତିକ୍ରମ କିଏ କରେ ତା ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଆଉ ଅଳ୍ପ ଦିନ ମଧ୍ୟରେ ଜିଲ୍ଲା ସଂଗଠନ କୁ ବଦଳାଇ ନୂତନ ସଂଗଠନ କରି ଉଚିତ ଲୋକଙ୍କୁ ଦାୟିତ୍ୱ ଦିଆଯିବ ବୋଲି କର୍ମୀଙ୍କୁ ସେ କହିଛନ୍ତି । ଏହି ସମୟରେ ଭଟଲି ବିଧାୟକ-ସୁଶାନ୍ତ ସିଂ, ରେଢ଼ାଖୋଲ ବିଧାୟକ-ରୋହିତ ପୂଜାରୀ, ସମ୍ବଲପୁର ପୂର୍ବତନ ବିଧାୟିକା-ରାସେଶ୍ୱରୀ ପାଣିଗ୍ରାହୀ,ରେଙ୍ଗାଲୀ ପୂର୍ବତନ ବିଧାୟକ-ରମେଶ ପଟୁଆ, କୁଚିଣ୍ଡା ବିଧାୟକ-କିଶୋର ନାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷ।-କୁମଦିନି ନାୟକ, କାଳିଆ ଯୋଜନା ଉପଦେଷ୍ଟା-ସଞ୍ଜୟ ବାବୁ,ଜିଲ୍ଲା ସଭାପତି-ସିଦ୍ଧାର୍ଥ ଦାସ, ସଞ୍ଜିତ ମହାନ୍ତି,ଏମ ବି ଜଟିଆ,ସମ୍ବଲପୁର ପୌରସଭାର ପୁର୍ବତନ ଉପାଧ୍ୟକ୍ଷ ତଥା ସମାଜସେବୀ ସିଦ୍ଧାର୍ଥ ସାହା(ସିଦ୍ଧୁ),ପ୍ରଫୁଲ କୁମାର ଦାଶ, ପ୍ରଶାନ୍ତ କୁମାର ଥାପା, ଆର ଏ ଶିବ କୁମାର, ଦୁଲାଲ ଚନ୍ଦ୍ର ରାୟ,ବସନ୍ତ ମିଶ୍ରଙ୍କ ପରି ଶତାଧିକ ମହିଳା ଓ ପୁରୁଷ କର୍ମୀ ଉପସ୍ଥିତ ଥିଲେ । ନିର୍ବାଚନ ମଣ୍ଡଳୀ ସ୍ତରୀୟ ଆଲୋଚନା ପର୍ଯ୍ୟାଲୋଚନା କରିବା ସହିତ ଏହି ମାନସ ମନ୍ଥନରୁ ଦଳୀୟ ଅସନ୍ତୋଷର ବାସ୍ନାରେ ଜିଲ୍ଲା ସଂଗଠନର ପରିବର୍ତ୍ତନ ଆଭାଷ ସାମ୍ନାକୁ ଆସିଛି ।