Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାକିସ୍ତାନ କ୍ରୀଡ଼ା ମନ୍ତ୍ରୀଙ୍କ ବଡ଼ ବୟାନ, କହିଲେ- ଆମେ ବି ବିଶ୍ଵକପ୍ ଖେଳିବାକୁ ଭାରତ ଯିବୁ ନାହିଁ

ନୂଆଦିଲ୍ଲୀ: ଏସିଆ କପ୍ ୨୦୨୩ ଏବଂ ବିଶ୍ଵକପ୍ ୨୦୨୩କୁ ନେଇ ଅଦ୍ୟାବଧି ପାକିସ୍ତାନ ନିଜର ସ୍ଥିତି ସ୍ପଷ୍ଟ କରି ନାହିଁ। ଏସୀୟ କ୍ରିକେଟ୍ ପରିଷଦ(ଏସିସି) ଏବଂ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ(ଆଇସିସି)କୁ ପାକିସ୍ତାନ କ୍ରିକେଟ୍ ବୋର୍ଡ(ପିସିବି) ପକ୍ଷରୁ ଟୁର୍ଣ୍ଣାମେଣ୍ଟ ଖେଳିବା ନେଇ ରାଜିନାମା ପତ୍ର ମିଳିଥିଲେ ହେଁ ପିସିବିର ଅଧ୍ୟକ୍ଷ ପରିବର୍ତ୍ତନ ପରେ ପୁଣି ଥରେ ଦୁଇ ଟୁର୍ଣ୍ଣାମେଣ୍ଟକୁ ନେଇ ପାକିସ୍ତାନ କଠୋର ଆଭିମୁଖ୍ୟ ଆପଣେଇଛି। ଏବେ ପାକିସ୍ତାନର କ୍ରୀଡ଼ା ମନ୍ତ୍ରୀ ଏହସାନ ମଜାରୀ କହିଛନ୍ତି, ଯଦି ଭାରତୀୟ ଦଳ ଏସିଆ କପ୍ ୨୦୨୩ ପାଇଁ ନିରପେକ୍ଷ ସ୍ଥାନ ଦାବି କରୁଛି ତେବେ ବିଶ୍ଵକପ୍ ପାଇଁ ପାକିସ୍ତାନ ଭାରତ ଗସ୍ତ କରିବ ନାହିଁ।

ଇଣ୍ଡିଆନ ଏକ୍ସପ୍ରେସ୍ ସହ ଆଲୋଚନା ବେଳେ ମଜାରୀ କହିଛନ୍ତି, ମୋର ବ୍ୟକ୍ତିଗତ ମତ ପିସିବି କ୍ରୀଡା ମନ୍ତ୍ରଣାଳୟ ଅନ୍ତର୍ଗତରେ ଆସୁଛି। ଯଦି ଭାରତ ଏସିଆ କପ୍ ଲାଗି ନିରପେକ୍ଷ ସ୍ଥାନ ଦାବି କରୁଛି ତେବେ ପାକିସ୍ତାନର ମଧ୍ୟ ଦାବି ରହିଛି। ସେ କହିଛନ୍ତି ଆମକୁ ଅହମ୍ମଦାବାଦରେ ବିଶ୍ଵକପ୍ ଖେଳିବାରେ କୌଣସି ସମସ୍ୟା ନାହିଁ , ମାତ୍ର ସର୍ତ୍ତ ଏହା ଯେ, ଭାରତୀୟ ଦଳ ପାକିସ୍ତାନ ଗସ୍ତ କରିଲେ ଯାଇ ପାକିସ୍ତାନ ଦଳ ବିଶ୍ଵକପ୍ ଖେଳିବା ପାଇଁ ଭାରତ ଯିବ। ଅନ୍ୟପଟେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ବିଶ୍ଵକପର ଭେନ୍ୟୁ ଦେଖିବା ପାଇଁ ଏକ ଉଚ୍ଚସ୍ତରୀୟ କମିଟି ପଠାଇବାକୁ ନିଷ୍ପତ୍ତି ନେଇଛି।

ଏହା ଉପରେ ଆଲୋଚନା ମଜାରୀ କହିଛନ୍ତି, କମିଟିର ନେତୃତ୍ଵ ନେବେ ବୈଦେଶିକ ମନ୍ତ୍ରୀ ବିଲାବଲ ଭୁଟ୍ଟୋ ଜର୍ଦ୍ଦାରୀ। ମୁଁ ମଧ୍ୟ ସେହି ୧୧ ଜଣିଆ କମିଟିର ସଦସ୍ୟ। ଏହା ଉପରେ ଆଲୋଚନା କରି ସୁପାରିସ ପ୍ରଧାନମନ୍ତ୍ରୀଙ୍କୁ ଦେବୁ। ଏହା ପରେ ଚୂଡ଼ାନ୍ତ ନିଷ୍ପତ୍ତି ପ୍ରଧାନମନ୍ତ୍ରୀ ନେବେ। ମଜାରୀ ଏହା ମଧ୍ୟ କହିଛନ୍ତି, ଏସିଆ କପ୍ ୨୦୨୩ ପାଇଁ ପିସିବି ଦ୍ଵାରା ଉପସ୍ଥାପିତ ହାଇବ୍ରିଡ ମୋଡେଲ ପକ୍ଷରେ ସେ ନ ଥିଲେ। ପାକିସ୍ତାନ ଆୟୋଜକ ଏବଂ ତାକୁ ସମସ୍ତ ମ୍ୟାଚ୍ ଆୟୋଜନ କରିବାର ଅଧିକାର ରହିଛି। କ୍ରିକେଟ୍ ପ୍ରେମୀ ଏହା ମଧ୍ୟ ଚାହାନ୍ତି। ଜଣା ନାହିଁ ଭାରତ ସରକାର କ୍ରିକେଟରେ କାହିଁକି ରାଜନୀତି ପୂରାଉଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ