Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୈଳାସ ଜ୍ୱେଲର୍ସରେ ଡକାୟତି ଉଦ୍ୟମ ବିଫଳ

ଖଡ଼ିଆଳ : ଖଡ଼ିଆଳ ସହର ମଧ୍ୟରେ ଥିବା କୈଳାସ ଜ୍ୱେଲର୍ସରେ ଆଜି ଡକାୟତ ଉଦ୍ୟମ ହୋଇଥିବା ବେଳେ ଡକାୟତ ମାନେ ବିଫଳ ହୋଇଛନ୍ତି। ତିନି ଜଣ ଡ଼କାୟତ ମୁହଁରେ କଲା କନା ବାନ୍ଧି ଏକ ନିଲ ରଙ୍ଗର ବାଇକରେ ଆସିଥିଲେ। ସେମାନେ ଜ୍ୱେଲର୍ସ ଭିତରକୁ ଯାଇ ଧାରୁଆ ଅସ୍ତ୍ର ଓ ଦେଶୀ ବନ୍ଧୁକ ଦେଖାଇ ଡକାୟତି ଉଦ୍ୟମ କରିଥିଲେ। ଦୋକାନୀ ଜଣକ ଡକାୟତ କହି ଭିତରକୁ ଯାଇ ନିଜ ବନ୍ଧୁକ ଆଣିବାରୁ ଡକାୟତ ମାନେ ବିଫଳ ହୋଇ ଆଣିଥିବା ବାଇକ ଯୋଗେ ଫେରାର ହୋଇଥିଲେ। ତିନି ଜଣ ଡ଼କାୟତ ଏକ ବାଇକରେ ଖଡ଼ିଆଳ ସହରର ଆଜାଦ ଛକ ପଟୁ ଆସି ସେମାନେ ସିନାପାଲି ପଟେ ଫେରାର ହୋଇଥିବା ଜଣାପଡ଼ିଛି। ଖବର ପାଇ ଘଟଣାସ୍ଥଳକୁ ଖଡିଆଳ ଥାନାଧିକାରୀ ଅନିରୁଦ୍ଧ ମୁଦୁଲି ଓ ପୋଲିସ ତୁରନ୍ତ ପହଞ୍ଚିଥିଲେ। ସିସିଟିଭି କ୍ୟାମେରାରେ ଏହି ଦୃଶ୍ୟ ରେକର୍ଡ ହୋଇଥିବା ବେଳେ ପୋଲିସ ଘଟଣାର ତଦନ୍ତ ଚଳାଇଥିବା ନେଇ ଥାନାଧିକାରୀ ଶ୍ରୀମୁଦୁଲି ପ୍ରକାଶ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ