Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୋପାଳପୁର ବିଜେଡି ପକ୍ଷରୁ ରାଜ୍ୟ ସଭା ସାଂସଦ ମାନସ ମଙ୍ଗରାଜ ଙ୍କୁ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ।ଗୋପାଳପୁର ରେ ଯାହାକୁ ନେତା ବଝାଯିବ ତାକୁ ସମସ୍ତେ ବିପୁଳ ପରିମାଣରେ ଜିତାଇ ଆଣିବା।

ଗୋପାଳପୁର,୦୯/୦୭, ଗୋପାଳପୁର ବିଜେଡି ପକ୍ଷରୁ ଆଜି ବ୍ରହ୍ମପୁର ସଂସଦୀୟ କ୍ଷେତ୍ରର ପର୍ଯ୍ୟବେକ୍ଷକ ତଥା ରାଜ୍ୟସଭା ସାଂସଦ ଙ୍କୁ କର୍ମୀ ଙ୍କ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।ଏହି ଅବସରରେ ଡୁରା ଛକ ଠାରେ ଶ୍ରୀ ମଙ୍ଗରାଜ ପହଞ୍ଚିବା ପରେ କର୍ମୀ ମାନେ ଏକ‌ ବିରାଟ ମୋଟରସାଇକେଲ ପଟୁଆରରେ ଗୋପାଳପୁର ବସଷ୍ଟାଣ୍ଡ ନିକଟରେ ହୋଇଥିବା ସଭାସ୍ଥଳ ପର୍ଯ୍ୟନ୍ତ ପାଛୋଟି ଆଣିଥିଲେ। ଆୟୋଜିତ ସଭାରେ ଶ୍ରୀ ମଙ୍ଗରାଜ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପର୍ଯ୍ୟବେକ୍ଷକ ଭାବେ ଯେଉଁ ଗୁରୁ ଦାୟିତ୍ୱ ଦେଇଛନ୍ତି ତାଙ୍କର ଆଦର୍ଶ, ନିଷ୍ଠା ଓ ଲୋକ ପ୍ରିୟତାର ସମ୍ପୂର୍ଣ୍ଣ ଦାୟିତ୍ୱ ପାଳନ କରିବି କହିବା ସହ ରାଜ୍ୟସଭାର ନିଜସ୍ୱ ପାଣ୍ଠିର ରହିଥିବା ୫ କୋଟି ଟଙ୍କା ସାଂସଦ ପାଣ୍ଠିରୁ ୫୦ ଶତକଡା ଅର୍ଥ ଗୋପାଳପୁର ର ବିକାଶ ନିମନ୍ତେ ପ୍ରଦାନ କରିବେ ବୋଲି ପ୍ରତିଶୃତି ଦେଇଥିଲେ l ତାହାସହ ୨୦୨୪ ନିର୍ବାଚନ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଗୋପାଳପୁର ନିର୍ବାଚନ ମଣ୍ଡଳୀ ପାଇଁ ବିଧାୟକ ପାର୍ଥୀ କରିବେ ସମସ୍ତେ ତାଙ୍କୁ ସମର୍ଥନ କରି ବିଜୟ କରିବାକୁ କହିଥିଲେ l ତାହାସହ ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ଯୋଜନା ଏବଂ ଉନ୍ନତି ମୂଳକ କାର୍ଯ୍ୟକ୍ରମ ଲୋକଙ୍କୁ ଅବଗତ କରିବା ପାଇଁ ପରାମର୍ଶ ଦେଇଥିଲେ ।ଏହା ସହ ଆଜି ଏଠାରେ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ ପାଇଁ ଯେଉଁ ସଭାର ଆୟୋଜନ କରାଯାଇଛି, ତାହା ଆଜି ଏକ କର୍ମୀ ସମ୍ମିଳନୀ ରେ ପରିଣତ ହୋଇଥିବା ଅଭିବ୍ୟକ୍ତ କରିଥିଲେ ପରେ ଗୋପାଳପୁରେ ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳ କାର୍ଯ୍ୟାଳୟକୁ ଉଦଘାଟନ କରିଥିଲେ l ପରେ ଗୋପାଳପୁର ପୁରୁଣା ସର୍କିଟ ହାଉସରେ ଗୋପାଳପୁର ନିର୍ବାଚନ ମଣ୍ଡଳୀର ଲୋକ ପ୍ରତିନିଧି ଓ କର୍ମକର୍ତ୍ତାଙ୍କ ସହ ବିଭିନ୍ନ ସମସ୍ୟା ଓ ଉନ୍ନତି ମୂଳକ ଉପରେ ଆଲୋଚନା କରିଥିଲେ।ସଭାରେ ଉପସ୍ଥିତ ଥିବା ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ସରକାରଙ୍କ ବିଭିନ୍ନ ଯୋଜନା ଉପରେ ଆଲୋକପାତ କରିବା ସହ ଦଳକୁ ମଜବୁତ କରିବା ଓ ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତାର ଗୁଣଗାନ କରିଥିଲେ l ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ଗୋପାଳପୁର ଉନ୍ନତି ନିମନ୍ତେ ନିଜସ୍ୱ ପାଣ୍ଠିର ଅନୁଦାନ ଦେବେ ବୋଲି କହିଥିଲେ।।ସଭା ପ୍ରାରମ୍ଭରେ ଗୋପାଳପୁର ବିଜେଡି ନେତାଙ୍କ ପକ୍ଷରୁ ଉପଢୌକନ ସହ ପୁଷ୍ପ ଗୁଛ ଦିଆଯାଇ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ବ୍ଲକ ବିଜେଡି ସଭାପତି ଅଜିତ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବ ଡ ଗୋପବନ୍ଧୁ ଦାସ, ଜିଲ୍ଲା ପରିଷଦ ଉପାଧକ୍ଷା ରାଜେଶ୍ବରୀ ଦୋରା, ବହ୍ମପୁର ମେୟର ସଂଘମିତ୍ରା ଦଳାଇ,ଡେପୁଟି ମେୟର ବିବେକ ରେଡ୍ଡୀ , ଡ଼ ଚ୍ୟାଉ ପଟ୍ଟନାୟକ, ବ୍ଲକ ଅଧ୍ୟକ୍ଷା ସିଏଚ ଉଷାରାଣୀ, ଉପାଧକ୍ଷା ଅନିତା ମହାଙ୍କୁଡ, କରାପଲ୍ଲୀ ସରପଞ୍ଚ ତଥା ବିଜେଡି ବ୍ଲକ ମହିଳା ସଭାନେତ୍ରୀ ଏସ ମେନେକା ରେଡ୍ଡୀ, ସିଏଚ ଭରତ, ଜିଲ୍ଲା ଯୁବ ବିଜେଡି ସଭାପତି ଭବାନୀ ସାହୁ, ବନମାଳୀ ସେଠୀ,ଏସ ଧର୍ମରାଜ ରେଡ୍ଡୀ, ଗୋପାଳପୁର ଏନ ଏ ସି ଅଧ୍ୟକ୍ଷ ଏ ଜାନକୀ ରାମ, ଶଶିଭୂଷଣ ମହାନ୍ତି,ପ୍ରମୁଖ ମଞ୍ଚାସିନ ରହିଥିଲେ।ଏହି ଅବସରରେ ଗୋପାଳପୁର ଠାରେ ବିଜେଡ଼ି କାର୍ଯ୍ୟାଳୟ କୁ ସାଂସଦ ମଙ୍ଗରାଜ ଉଦଘାଟନ କରିଥିଲେ। କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ସମସ୍ତ ଜିଲ୍ଲା ପରିଷଦ ସଭ୍ୟ, ସମସ୍ତ ସରପଞ୍ଚ ଓ ସମିତି ସଭ୍ୟ ସହ ଓ୍ବାର୍ଡ ସଦସ୍ୟ, ଦଣ୍ଡପାଣି ପାଣିଗ୍ରାହୀ,ରାମହରି ପାତ୍ର, ଶିବରାମ ପାତ୍ର, ପ୍ରକାଶ ସାମନ୍ତ ପ୍ରମୁଖ ଉପସ୍ଥିତ ରହିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories