୧୪ରେ ବେଜବରୁଆଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଭୂମିପୂକା

ସମ୍ବଲପୁର:ଆସାମର ସଂସ୍କୃତି, ପର୍ଯ୍ୟଟନ, ଯୁବ ବ୍ଯାପାର ବିଭାଗର କେବିନେଟ ମନ୍ତ୍ରୀ ଶ୍ରୀ ବିମଲ ବୋରା ଆସନ୍ତା ୧୪ ତାରିଖ ଶୁକ୍ରବାର ଦିନ ଅପରାହ୍ନ ୫.୩୦ କଚେରୀ ଛକ ଠାରେ ଥିବା ବେଜବରୁଆ ଭବନରେ ବେଜବରୁଆଙ୍କର ଏକ ପ୍ରତିମୂର୍ତ୍ତି ସ୍ଥାପନ ଲାଗି ଭୂମିପୂଜନ କରାଯିବା କାର୍ଯ୍ୟକ୍ରମ ରହିଛି। ସନ୍ଧ୍ୟା ୬ ଟାରେ ତପସ୍ବିନୀ ହଲରେ ଏକ ସଭାର ମଧ୍ଯ ଆୟୋଜନ ହୋଇଛି।ସମ୍ବଲପୁରର ବେଜବରୁଆ ଭବନ ଲାଗି ଆସାମ ସରକାର ୫୦+୪୭.୫ ଏପରି ମୋଟ ୯୭.୫ ଲକ୍ଷ ଟଙ୍କା ଦେଇଛନ୍ତି। ଏହା ବାହାରେ ବାହାରେ ମୂର୍ତ୍ତି ପାଇଁ ୨୫ ଲକ୍ଷ ଟଙ୍କା ଦେଇଛନ୍ତି । ଆୟୋଜିତ ଉତ୍ସବରେ ଓଡିଶା ପର୍ଯ୍ୟଟନ ନିର୍ଦ୍ଦେଶକ, ମେହେର ବିଶ୍ବବିଦ୍ୟାଳୟର କୁଳପତି, ଜିଲ୍ଲାପାଳ ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଥିବା ବେଜବରୁଆ ସ୍ମୃତି କମିଟିର ମୂଖ୍ୟ ତଥା ବିଶିଷ୍ଟ ଐତିହାସିକ ଦୀପକ କୁମାର ପଣ୍ଡା ସୂଚନା ଦେଇଛନ୍ତି।