Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବରିଷ୍ଠ ନାଗରୀକଙ୍କୁ ସମ୍ମାନ ଦେବାକୁ ଭାଇ ପାଖରେ ଭାଇଙ୍କ ନିବେଦନ

ସମ୍ବଲପୁର(କଟକ): ଭାଇଙ୍କୁ କରିଛନ୍ତି ଭାଇ ନିବେଦନ। ବରିଷ୍ଠ ନାଗରିକଙ୍କୁ ସମ୍ମାନ ଦେବା ଓ ସେହି ପରିଣତ ବୟସ ଶ୍ରେଣୀରେ ଉପନୀତ ହୋଇଥିବା ବରିଷ୍ଠ ନାଗରୀକଙ୍କ ପାଇଁ ନିର୍ଦ୍ଦିଷ୍ଟ ସରକାରୀ ଯୋଜନା କାର୍ଯ୍ୟକାରି କରିବାକୁ ।ଏକ ଗଣମାଧ୍ୟମକୁ ସ୍ୱତନ୍ତ୍ର ସାକ୍ଷାତକାର ଦେଇ ଦିଲ୍ଲିପ ପଟ୍ଟନାୟକ ନିଜ ଭାଇ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏଭଳି ପରାମର୍ଶ ଦେଇଛନ୍ତି । ନବୀନଙ୍କ ବିକାଶ ମୂଳକ କାର୍ଯ୍ୟକୁ ସେ ପ୍ରସଂଶା କରିଥିବା ବେଳେ ପାରିବାରିକ ସଂପର୍କ ଓ ବନ୍ଧନ ମଧ୍ୟ ଏକ ବୃହତ ସେବା ବୋଲି ସେ ପରୋକ୍ଷରେ କହିଛନ୍ତି । ଗୋଟିଏ ବଂଶର ଓ ଗୋଟିଏ ଘର ଆନନ୍ଦ ଭବନରେ ସମସ୍ତଙ୍କ ଜନ୍ମ ହୋଇଥିବା ବିଷୟକୁ ସେ ମନେ ପକାଇ ବିଜୁ ବାବୁଙ୍କ ଅମୂଲ୍ୟ ଦାନ ହିଁ ଓଡିଶାର ପରିଚୟ ଓ ବିଜୁ ବାବୁଙ୍କ ପାଇଁ ନବୀନ ପରିଚୟ ପାଇଥିଲେବି ବିଜୁ ବାବୁଙ୍କ ଅଧୁରା ସ୍ୱପ୍ନକୁ ସେ ପୂରଣ କରି ପାରିନାହାଁନ୍ତି କିମ୍ବା ବିଜୁ ବାବୁଙ୍କ ପରି କୌଣସି ଚିରସ୍ଥାୟୀ ବିକାଶର ମୂକସାକ୍ଷୀ ରଖି ପାରି ନାହାଁନ୍ତି । ଏପରିକି ବିଜୁ ବାବୁଙ୍କ ସମୟର ଅନେକ ଶିଳ୍ପ ସଂସ୍ଥା ଋଗ୍ଣ ଅବସ୍ଥାରେ ଥିଲେବି ତାର ପୁନଃଋଦ୍ଧାର ହୋଇ ପାରୁନି। ଗରୀବ ଶ୍ରେଣୀର ଲୋକ ମାନଙ୍କ ପାଇଁ ମଧ୍ୟ ବହୁତ କିଛି କରିବାର ଆବଶ୍ୟକତା ଏବେବି ରହିଛି,ତାହାକୁବି ସେ ମନେ ପକାଇ ଓଡିଶା ବିକାଶରେ ବିଜୁ ସାହସୀକତାର ପରିଚୟ ତୋଲିବାରେ ଆଉ କିଏ ଓଡିଶାରେ ଜନ୍ମ ନେବାର ସନ୍ଦେହ ରହୁଥିବା ମଧ୍ୟ ସେ କହିଛନ୍ତି । ସାମାଜିକ ଓ ପାରିବାରିକ ସଂପର୍କକୁ ରାଜନିତି ସହିତ ସେ ଆଦୌ ଯୋଡିନଥିଲେ ମଧ୍ୟ,ଯିଏ ଯେତେ ଶିର୍ଷ ସ୍ଥାନରେ ରୁହନ୍ତୁନା କାହିଁକି ବିଜୁ ବାବୁଙ୍କ ପାରିବାରିକ ସଂପର୍କ ଖୁବ ମଜଭୁତ ଥିଲା ବୋଲି ସେ ମନେ ପକାଇ ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ