Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୋଲ କରିଡର ନହେଲେ ବିଜୁ ଯୁବ ଜନତା ଦଳର ଆନ୍ଦୋଳନ ଚେତାବନି

ସମ୍ବଲପୁର:ସମ୍ବଲପୁର ସମେତ ଝାରସୁଗୁଡା ଓ ସୁନ୍ଦରଗଡ ଏହି ୩ ଜିଲ୍ଲାକୁ ନେଇ କୋଲ କରିଡର ନହେଲେ ବିଜୁ ଯୁବ ଜନାତା ଦଳ ଆନ୍ଦୋଳନାତ୍ମକ ପଦକ୍ଷେପ କରିବ ବୋଲି ଆଜି ଚେତାବନୀ ଶୁଣାଇଛି । ଏ ସଂକ୍ରାନ୍ତରେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିବାକୁ ସମ୍ବଲପୁର ଅତିରିକ୍ତ ଜିଲ୍ଲାପାଳଙ୍କ ମାଧ୍ୟମରେ ସମ୍ବଲପୁର ଜିଲ୍ଲା ବିଜୁ ଯୁବ ଜନତା ଦଳ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛି।
ଏଥିରେ ଉଲ୍ଲେଖ ରହିଛିଯେ,ଉପରୋକ୍ତ ୩ ଜିଲ୍ଲାର ମୁଖ୍ୟ ସଡକ ପଥ ଦେଇ କୋଇଲା ପରିବହନ ହେଉଥିବାରୁ ବାରମ୍ବାର ଦୂର୍ଘଟଣା ଘଟି ଜନ ଜୀବନ ନଷ୍ଟ ହେଉଛି ଓ ପ୍ରଦୂଷଣ ବି ବଢୁଛି । ଏଥିରୁ ସୁରକ୍ଷା ଦେବା ପାଇଁ ସ୍ୱତନ୍ତ୍ର ପରିବହନ ବ୍ୟବସ୍ଥା ପାଇଁ କୋଲ କରିଡର କରାଯାଉ ନଚେତ କେବଳ ରେଲ ଗାଡିରେ କୋଇଲା ପରିବହନ କରାଯାଉ। ଦିନକ ହଜାର ହଜାର ଟନ ପରିମାଣରେ ସଡକ ପଥ ଦେଇ ରପ୍ତାନୀ ହେବା ଫଳରେ ବାରମ୍ବାର ଘଟଣା ଦୂର୍ଘଟଣା ବଢିବାରେ ଲାଗିଛି। ଏହି କୋଇଲାରୁ କେନ୍ଦ୍ର ସରକାର କୋଟି କୋଟି ଟଙ୍କାର ରାଜସ୍ୱ ପାଉଥିଲେ ସୁଦ୍ଧା ଏହି ୩ ଜିଲ୍ଲାର ଜନ ସ୍ୱାର୍ଥ ପ୍ରତି ଆଦୌ ଚିନ୍ତା କରାଯାଉନି। ଏପରିକି ପଶ୍ଚିମ ଓଡିଶାର ୫ ଜଣ ସାଂସଦ ଥାଇବି ସଂସାଦରେ ଏହାକୁ ନେଇ ଦାବି ନଉଠାଇବା ନେଇ ଯୁବ ବିଜେଡି କ୍ଷୋଭ ପ୍ରକାଶ କରି ଏହି ସମସ୍ୟାର ସମାଧାନ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିବାକୁ ମୁଖ୍ୟମନ୍ତ୍ରୀଙ୍କ ଠାରେ ନିବେଦନ କରିଛି । ଏଥିରେ ବିଳମ୍ବ ହେଲେ ଦଳ ରାସ୍ତା ଉପରକୁ ଓଲ୍ଳେଇବ ବୋଲି ଏହି ସ୍ମାରକ ପତ୍ରରେ ଉଲ୍ଲେଖ କରାଯାଇଛି।ଆଜି ଏହି ଦାବି ପତ୍ର ପ୍ରଦାନ ସମୟରେ ଜିଲ୍ଲା ଯୁବ ସଭାପତି ଲକ୍ଷ୍ମୀ ପ୍ରସାଦ ମହାପାତ୍ର ନେତୃତ୍ୱରେ ରାଜ୍ୟ ଯୁଗ୍ମ ସମ୍ପାଦକ ଦିଲ୍ଲିପ ଦୂରିଆ, ଜିଲ୍ଲା ଆଇ.ଟି ସଂଯୋଜକ ଚିତ୍ତରଞ୍ଜନ ରାଉଳ, ଜିଲ୍ଲା ଯୁବ ସମ୍ପାଦକ ନିଶିକାନ୍ତ ବିଶ୍ବାଳ, ଜିଲ୍ଲା ଯୁବ ସମ୍ପାଦକ ମଞ୍ଜୁ ଓରାମ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଉଦ୍ଧବ ବାରିକ, ନାରୀ ନେତ୍ରୀ ଲିଲିମା ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ