Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଯେବେ ବି ଆମେ ଚୂଡାନ୍ତ ଏକାଦଶ ଚୟନ କରୁ, ବହୁତ ଲୋକ ନିରାଶ ହୋଇଥାନ୍ତି

ନୂଆଦିଲ୍ଲୀ: ଭାରତୀୟ ଦଳର ମୁଖ୍ୟ କୋଚ୍ ଭାବେ ରାହୁଲ ଦ୍ରାବିଡ଼ଙ୍କ ନିଯୁକ୍ତକୁ ୨୦ ମାସ ସମୟ ହୋଇ ସାରିଛି। ଏହି ଅବଧିରେ ସେ ଯେତିକି ସଫଳତା ହାସଲ କରି ନାହାନ୍ତି ତାଠୁ ଅଧିକ ହରାଇଛନ୍ତି। ତାଙ୍କ କୋଚିଂ ସମୟରେ ଦଳ ଦକ୍ଷିଣ ଆଫ୍ରିକାରେ ଟେଷ୍ଟ ଏବଂ ଦିନିକିଆ ସିରିଜ୍ ହାରିଛି। ଏଥିସହ ଏସିଆ କପ୍ ଫାଇନାଲ୍ ମଧ୍ୟ ଦଳ ଯୋଗ୍ୟତା ଅର୍ଜନ କରି ପାରି ନଥିଲା। ଇଂଲଣ୍ଡରେ ରିସିଡ୍ୟୁଲ ପଞ୍ଚମ ଟେଷ୍ଟ ହାରିଥିଲା। ଟି-୨୦ ବିଶ୍ଵକପ୍ ୨୦୨୨ର ସେମି ଫାଇନାଲରେ ଭାରତ ପରାଜିତ ହୋଇଥିଲା ଏବଂ ଚଳିତ ବର୍ଷ ବିଶ୍ଵ ଟେଷ୍ଟ ଚାମ୍ପିଅନସିପରେ ଦଳକୁ ପରାଜୟର ମୁହଁ ଦେଖିବାକୁ ପଡ଼ିଥିଲା।

କିନ୍ତୁ ଗୋଟିଏ ଜିନିଷ ଦେଖିବାକୁ ମିଳିଛି ଯେ, ରାହୁଲ ଦ୍ରାବିଡ଼ଙ୍କ କୋଚିଂରେ ଖେଳାଳିଙ୍କୁ ଲମ୍ବା ସମୟ ଖେଳିବାର ସୁଯାଗ ମିଳିଛି। ଏବେ ସେ କହିଛନ୍ତି ଯେ, ଦଳ କୋଚ୍ ଭାବେ ସବୁଠୁ ଅଧିକ କଠିନ କାମ କେଉଁଟି। ରାହୁଲ ଦ୍ରାବିଡ଼ କହିଛନ୍ତି, ଯେବେ ସେ ଚୂଡ଼ାନ୍ତ ଏକାଦଶ ଚୟନ କରନ୍ତି, ତେବେ ଲୋକଙ୍କୁ ନିରାଶ କରନ୍ତି। କାରଣ ହାରିବା ପରେ ଦଳକୁ ସମାଲୋନା କରାଯାଏ। ଏମିତି କିଛି ଡବ୍ଲ୍ୟୁଟିସି ୨୦୨୩ ଫାଇନାଲରେ ଘଟିଥିଲା, ଯେତେବେଳେ ଦଳ ୪ ଦ୍ରୁତ ବୋଲରଙ୍କୁ ନେଇ ପଡ଼ିଆକୁ ଓହ୍ଲାଇଥିଲା।

ଦ୍ରାବିଡ଼ କହିଛନ୍ତି, ଯେବେ କୌଣସି ଟୁର୍ଣ୍ଣାମେଣ୍ଟ ପାଇଁ ଚୂଡାନ୍ତ ୧୫ ଜଣିଆ ଦଳ ଚୟନ କରୁ, ଅନେକ ଖେଳାଳି ଅନୁଭବ କରନ୍ତି ଯେ, ଆମକୁ ଟିମରେ ସ୍ଥାନ ମିଳିବାର ଥିଲା। ଏମିତିରେ ଆପଣ ଭାବନାତ୍ମକ ଭାବେ ଖରାପ ଅନୁଭବ କରନ୍ତି। କିନ୍ତୁ ଆମେ ଉଦ୍ୟମ କରୁ ଯେ, କେମିତି ଭଲ ଖେଳାଳିଙ୍କୁ ଦଳରେ ରଖିବୁ। ମୁଁ ଏହା କହୁନାହିଁ ଯେ, ମୁଁ ସଂପୂର୍ଣ୍ଣ ଭାବେ ଠିକ୍ ଅଛି। ମୁଁ ମଧ୍ୟ ବେଳେ ବେଳେ ଭୁଲ୍ ପ୍ରମାଣିତ ହୁଏ ବୋଲି ଦ୍ରାବିଡ଼ କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ