Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୌନ ସତ୍ୟାଗ୍ରହରେ ସମ୍ବଲପୁର କଂଗ୍ରେସ ଦେଖାଇଲା ଦମ୍

ସମ୍ବଲପୁର(ଭୁବନେଶ୍ବର):ସମ୍ବଲପୁର କଂଗ୍ରେସ ଆଜି ବଳ ଦେଖାଇଛି ଓଡିଶାର ରାଜଧାନୀ ଛାତିରେ।ଜିଲ୍ଲାର ସବୁ ବ୍ଲକର କଂଗ୍ରେସ ଉତ୍ସର୍ଗିତ ନେତା ଓ କର୍ମୀ ସତ୍ୟାଗ୍ରହରେ ସାମିଲ ହୋଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଦେଖାଇ ଦେଇଛନ୍ତି ସାଢେ ଚାରିକୋଟି ଓଡିଆଙ୍କୁ ନେଇ ଗର୍ବ କରୁଥିବା ସରକାର ଠାରୁ ସେମାନେ ଭିନ୍ନ। କଂଗ୍ରେସର ରାହୁଲ ଗାନ୍ଧୀଙ୍କ ପ୍ରତି ଅବିଚାର ହେଉଛି ଏହି ସତ୍ୟାଗ୍ରହ କାର୍ଯ୍ୟକ୍ରମର ଏକ ନିଦର୍ଶନ ଓ ଏହାର ପ୍ରତିଫଳନହିଁ କଂଗ୍ରେସର ବିଜୟ ପାଇଁ ନବ ନିର୍ମାଣର ବାର୍ତ୍ତା। ଏଭଳି ଚର୍ଚା ଆଜି ଆରମ୍ଭ ହୋଇଛି ସମ୍ବଲପୁର ର ପୁର ପଲ୍ଲିରେ।ଜୟ ଶ୍ରୀରାମ ଓ ଜୟ ଜଗନ୍ନାଥ ଏ ଦୁଇ ଧର୍ମ ଭାବନାକୁ ନେଇ ଯେଉଁ ଭଳି ଭାଜପା ଓ ବିଜେଡି ମଧ୍ୟରେ ଶୀତଳ ଯୁଦ୍ଧ ଆରମ୍ଭ ହୋଇଛି ତାର ବାଟ କାଟି କଂଗ୍ରେସ ଓଡିଶା ରାଜନୀତିରେ
ପୁନଶ୍ଚ ତ୍ୟାଗର ବଳ ଜାଗ୍ରତ କରି ଏକ ଓଡିଶାର ସତ୍ୟାଗ୍ରହରେ ବିପୁଳ ତ୍ୟାଗପୁତ ସମର୍ଥନ ହାସଲ କରିବାରେ ସକ୍ଷମ ହୋଇଛି। ସମଗ୍ର ଓଡିଶାରେ ଏଭଳି ପ୍ରତିଫଳନ ଦେଖିବାକୁ ମିଳିଥିବା ବେଳେ ସମ୍ବଲପୁର କିନ୍ତୁ ତାର କରିସ୍ମା ଦେଖାଇଛି ସାରା ଓଡିଶାରେ। ଜିଲ୍ଲା କଂଗ୍ରେସ ସଭାପତି ଆସଫ ଅଲ୍ଲି ଖାଁଙ୍କ ନେତୃତ୍ୱରେ ସମ୍ବଲପୁର ଜିଲ୍ଲାରୁ ହଜାର ହଜାର ସଂଖ୍ୟାରେ ଏହି ସତ୍ୟାଗ୍ରହ ସାରା ଦେଶକୁ ଦେଇଛି ଏକ ନୂଆଁ ଦିଶା ।ଏହା ସବୁ ଆଖିରେ ଜଳ ଜଳ ଦେଖା ଦେଉଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ