Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆବାସ ଯୋଜନାକୁ ନେଇ ଆନ୍ଦୋଳନ ବ୍ୟାପକ ହେବାରେ ଲାଗିଛି

ତରଭା: ଆବାସ ଯୋଜନାକୁ ନେଇ ଆନ୍ଦୋଳନ ବ୍ୟାପକ ହେବାରେ ଲାଗିଛି | ଆନ୍ଦୋଳନରେ ସାମିଲ ହେଲେ ସିଂହାରି ପଞ୍ଚାୟତରେ ବାଦ ପଡିଥିବା ହିତାଧିକାରୀ
ପ୍ରଶାସନର କଥା ମାନିଲେ ନାହିଁ | ଶୁକ୍ରବାରରୁ ଆମରଣ ଅନଶନ ନିଷ୍ପତ୍ତି |
ତରଭା ବ୍ଲକ ମରାଡୁଗୁଛା ପଞ୍ଚାୟତରେ ଆବାସ ଯୋଜନାର ପ୍ରକୃତ ହିତାଧିକାରୀ ଏଭଳିକି କାର୍ଯ୍ୟାଦେଶ ପାଇ ସାରିଥିବା କେତେଜଣ ହିତାଧିକାରୀଙ୍କ ନାମ ବ୍ଲକ ପ୍ରଶାସନ କାଟି ଦେଇଥିବା ଅଭିଯୋଗରେ ମଙ୍ଗଳବାର ଠାରୁ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଆରମ୍ଭ ହୋଇଥିବା ଆନ୍ଦୋଳନ ବ୍ୟାପକ ହେବାକୁ ବସିଲାଣି।ପ୍ରଥମ ଦୁଇଦିନ ମରାଡୁଗୁଚ୍ଛା ପଞ୍ଚାୟତର ଅସନ୍ତୁଷ୍ଟ ହିତାଧିକାରୀ ଆନ୍ଦୋଳନ ଚଳାଇଥିବା ବେଳେ ଗୁରୁବାର ସିଂହାରୀ ପଞ୍ଚାୟତର ଅସନ୍ତୁଷ୍ଟ ହିତାଧିକାରୀ ସାମିଲ ହେଲେଣି ଶୁକ୍ରବାର ପୁଆ ପଞ୍ଚାୟତର ସାମିଲ ହେବେ ବୋଲି ଶୁଣିବାକୁ ମିଳୁଛି।ବୁଧବାର ଆନ୍ଦୋଳନକାରୀ ଶୁକ୍ରବାର ଠାରୁ ଆମରଣ ଅନସନରେ ବସିବେ ବୋଲି ତରଭା ତହସିଲଦାରଙ୍କ ମାଧ୍ୟମରେ ଜିଲ୍ଲାପାଳଙ୍କୁ ଲିଖିତ ଅବଗତ କରିଥିଲେ।ଗୁରୁବାର ସୋନପୁର ପିଡି ଡିଆରଡିଏ ନିହାର ରଞ୍ଜନ କହଁର ତରଭାକୁ ଆସି ପ୍ରଥମେ ଆନ୍ଦୋଳନକାରୀଙ୍କ ସହ ବିଡ଼ିଓଙ୍କ ପ୍ରକୋଷ୍ଠରେ ଆଲୋଚନା କରିବା ସହ ଆନ୍ଦୋଳନକୁ ପ୍ରତ୍ୟାହାର କରିନେବାକୁ ବୁଝାଇଥିଲେ ।ସମସ୍ୟାର ସମାଧାନ ସକାଶେ ଜିଲ୍ଲା ପରିଷଦର ଅତିରିକ୍ତ ନିର୍ବାହୀ ଅଧିକାରୀଙ୍କ ଅଧ୍ୟକ୍ଷତାରେ ଏକ ଚାରି ଜଣିଆ କମିଟି ଗଠନ କରାଯାଇଛି କମିଟିରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ରୁରାଲ ହାଉସିଂର ପ୍ରୋଗ୍ରାମ ମ୍ୟାନେଜର ,ତରଭା ତହସିଲଦାର ଓ ସ୍ଥାନୀୟ ଆରଆଇ ରହିଛନ୍ତି।ଏହି କମିଟି ଆସନ୍ତା ସାତଦିନ ମଧ୍ୟରେ ତାଙ୍କର ରିପୋର୍ଟ ଦେବେ।ରିପୋର୍ଟ ମିଳିବା ପରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିବା ସହ ଏସମ୍ପର୍କିତ ଜିଲ୍ଳାପାଳ ସୁବର୍ଣ୍ଣପୁରଙ୍କ ପତ୍ର ସଂଖ୍ୟା ୪୬୦୨ ତାରିଖ ୧୩/୭/୨୦୨୩ ଆନ୍ଦୋଳନର ନେତୃତ୍ୱ ନେଇଥିବା ମରାଡୁଗୁଚ୍ଛା ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ ମିତ୍ରବ୍ରତ ମିଶ୍ର ଓ ବର୍ତ୍ତମାନର ସରପଞ୍ଚ ମନମୋହନ ସାହୁଙ୍କୁ ଦେଇଥିଲେ।ପରେ ପିଡି ଶ୍ରୀ କହଁର ବ୍ଲକ ଅଧ୍ୟକ୍ଷ ସରୋଜ କମ୍ପ, ବିଡ଼ିଓ ଅନିଲ କୁଲୁ, ଏନଏସି ଉପାଧ୍ୟକ୍ଷ ଗଗନ ଅଗ୍ରୱାଲ,ପୂର୍ବତନ ବ୍ଲକ ଅଧ୍ୟକ୍ଷ ଶତ୍ରୁଘ୍ନ ପୃଷ୍ଟିଙ୍କ ସହ ଆନ୍ଦୋଳନ ସ୍ଥଳୀକୁ ଆସି ବୁଝାସୁଝା କରିବା ସହ ଆନ୍ଦୋଳନକୁ ପ୍ରତ୍ୟାହାର କରିନେବାକୁ ଅନୁରୋଧ କରିଥିଲେହେଁ ସେମାନେ ମାନିନଥିଲେ। ଆନ୍ଦୋଳନକାରୀ ମାନେ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ପିଡିଙ୍କ ହସ୍ତେ ଅନ୍ୟଏକ ଦାବି ପତ୍ର ପ୍ରଦାନ କରିଥିଲେ ଦାବିପତ୍ରରେ ଏହି ଆନ୍ଦୋଳନ କେବଳ ମରାଡୁଗୁଚ୍ଛା ପଞ୍ଚାୟତର ନୁହେଁ ଏହା ତରଭା ବ୍ଲକର ସମସ୍ତ ୨୧ଟି ପଞ୍ଚାୟତର ଏଣୁ ବ୍ଲକର ବାଦ ପଡିଥିବା ସମସ୍ତ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ଦେବା ଓ ଅନ୍ୟାୟ ଭାବେ ଯୋଗ୍ୟ ହିତାଧିକାରୀଙ୍କୁ ବାଦ ଦେଇଥିବା ଅଧିକାରୀଙ୍କୁ ତୁରନ୍ତ ଚାକିରୀରୁ ବରଖାସ୍ତ ନକଲେ ଆନ୍ଦୋଳନ ଜାରି ରହିବ ବୋଲି ଉଲ୍ଲେଖ ରହିଛି।ଶୁକ୍ରବାର ଠାରୁ ହେବାକୁ ଥିବା ସାମୁହିକ ଆମରଣ ଅନଶନ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଜାରି ରହିବ ବୋଲି ମରାଡୁଗୁଚ୍ଛା ଓ ସିଂହାରି ପଞ୍ଚାୟତର ୪୭ ଜଣଙ୍କ ଦସ୍ତଖତ ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ