Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମହିଳା ମହାବିଦ୍ୟାଳୟରେ ବିଦାୟକାଳୀନ ସମ୍ବର୍ଦ୍ଧନା

ବରପାଲି: ବରପାଲି ବ୍ଲକ କଦଳୀପାଲି ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟ ପରିସରରେ ଛାତ୍ରୀ ମାନଙ୍କୁ ବିଦାୟ କାଳିନ ଉତ୍ସବ ପାଳିତ ହୋଇଯାଇଛି। ମହାବିଦ୍ୟାଳୟ ଅଧ୍ୟକ୍ଷା ପଦ୍ମିନୀ ଦାଶଙ୍କ ଅଧ୍ୟକ୍ଷତାରେ ପରିଚାଳିତ ଉତ୍ସବରେ
ଚତୁର୍ଥ ପର୍ଯ୍ୟାୟ ଛାତ୍ରୀ ପୂଜା ଗହୀରଙ୍କ ସଂଯୋଜନାରେ ସଭାକାର୍ଯ୍ଯ ସଂଚାଳିତ ହୋଇଥିଲା।
ମୁଖ୍ୟଅତିଥି ଭାବେ ବିଜେପୁର ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଦୀପ କୁମାର ମିଶ୍ର ଯୋଗ ଦେଇଥିବା ବେଳେ
ସମ୍ମାନିତ ଅତିଥି ଭାବରେ ମହାବିଦ୍ୟାଳୟ ପ୍ରତିଷ୍ଠାତା ଅନ୍ତର୍ଯ୍ୟାମୀ ପଣ୍ଡା ଯୋଗ ଦେଇ ଛାତ୍ରୀ ମାନଙ୍କୁ ଦିଗଦର୍ଶନ ପ୍ରଦାନ ମାଧ୍ଯମରେ ଜୀବନଦର୍ଶନ ଓ ଭବିଷ୍ଯତ ମାର୍ଗଦର୍ଶନ ଉପରେ ବୁଝାଇଥିଲେ। ପ୍ରାରମ୍ଭିକ ପର୍ଯ୍ୟାୟରେ ଛାତ୍ରୀ ଶ୍ରାବଣୀ ଭୋଇ ଅତିଥି ମାନଙ୍କୁ ସ୍ବାଗତ ଜଣାଇଥିଲେ। ଅତିଥି ମାନଙ୍କ ଗହଣରେ ପ୍ରଦ୍ବୀପ ପ୍ରଜ୍ବଳନ ହୋଇଥିବା ବେଳେ ଛାତ୍ରି ମାନଙ୍କ ଦ୍ବାରା ସ୍ବାଗତ ଓ ସମାପ୍ତି ସଙ୍ଗୀତ ଗାନ କରାଯାଇଥିଲା ।
ପରିଶେଷରେ ଛାତ୍ରୀ ପୂଜା ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟାପକ ଯତୀନ୍ଦ୍ର କୁମାର ସାହୁ,ନୀତିଶ ତାଣ୍ଡି,ନେପାଲ ବିଶ୍ଵାଲ,ଶଶାଙ୍କ ଶେଖର ପଧାନ, ସାର୍ଥକ ପାଣିଗ୍ରାହୀ ଅଧ୍ୟାପିକା ନିଳୀମା ନାୟକ, ଅଙ୍କିତା ବାବୁ,ଜ୍ୟୋତି ସାହୁ,ମନ୍ଦାକିନୀ ମେହେର, ମୌସୁମୀ ମାଝୀ, ପିଙ୍କି ବାରିକ ସହକର୍ମୀ ବିରେନ୍ଦ୍ର ଖଟୁଆ, ନୃପରାଜ ବରିହା,ତ୍ରିପୁରା ବେହେରା ସାମିଲ ହୋଇଥିଲେ। ପରେ ମଧ୍ୟାହ୍ନ ସମୟରେ ଏକ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ