Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ନିହାଲ ସିଂ ପାଇବେ ରେଡକ୍ରସ୍ ମ୍ୟାରିଡ୍ ସାର୍ଟିଫିକେଟ୍ ଆୱାର୍ଡ

ସମ୍ବଲପୁର: ୨୦୨୧-୨୨ ବର୍ଷ ପାଇଁ ସମ୍ବଲପୁର ଜିଲ୍ଲାର ଅଗ୍ରଣୀ ସମାଜସେବୀ ନିହାଲ ସିଂଙ୍କୁ ରେଡକ୍ରସ୍ ମ୍ୟାରିଡ ସାର୍ଟିଫିକେଟ୍ ଆୱାର୍ଡ ପ୍ରଦାନ କରାଯିବ । ଏ ନେଇ ଆଜି ସୂଚନା ମିଳିଛି। ଆସନ୍ତା ୧୭ ତାରିଖ ଦିନ ରାଷ୍ଟ୍ରପତି ଭବନରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଏହି ସମ୍ମାନ ପ୍ରଦାନ କରିବା କାର୍ଯ୍ୟକ୍ରମ ରହିଛି। ସୂଚନା ଯୋଗ୍ୟଯେ ୨୦୧୭ ମସିହାରେ ଶ୍ରୀ ସିଂ ସମ୍ବଲପୁର ଜିଲ୍ଲା ରେଡକ୍ରସ ପକ୍ଷରୁ ଶ୍ରେଷ୍ଟ ସମାଜସେବୀ ରୂପରେ ସମ୍ମାନ ଗ୍ରହଣ କରିଥିଲେ । ଯେ କୌଣସି ଦୈବି ଦୂର୍ବିପାକ,ଅସହାୟ ରୋଗୀଙ୍କ ସେବା ଠାରୁ ରକ୍ତଦାନ ଓ ଚିକିତ୍ସା ଶିବିର ଭଳି ଆୟୋଜନରେ ସକ୍ରିୟ ଭୂମିକା ଗ୍ରହଣ କରିଥାନ୍ତି। ଗତ କୋଭିଡ୍ ସମୟରେ ସମ୍ବଲପୁର ଓ ବୁର୍ଲା ଠାରେ କୋଭିଡ୍ ରୋଗୀଙ୍କ ସେବା ଠାରୁ ଶବ ସତ୍କାର ଯାଏ ବହୁ ଉଲ୍ଲେଖନୀୟ ସେବା ପ୍ରଦାନ କରି ଭୁୟସି ପ୍ରଶଂସା ସାଉଁଟି ଥିଲେ।ତାଙ୍କର ଏହି ସମ୍ମାନ ପାଇଁ ବିଭିନ୍ନ ଅନୁଷ୍ଠାନ,ସଂଗଠକ ଓ ଶୁଭେଚ୍ଛୁ ମାନଙ୍କ ଠାରୁ ଶୁଭେଚ୍ଛାର ସୁଅ ଛୁଟୁଛି।