Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୫ଟି ସଚିବଙ୍କ ସମ୍ବଲପୁର ଗସ୍ତକୁ କଂଗ୍ରେସ ଓ ବିଜେପିର ଟାର୍ଗେଟ୍

ସମ୍ବଲପୁର: ୫ଟି ସଚିବଙ୍କୁ ଜିଲ୍ଲା କଂଗ୍ରେସ ଓ ବିଜେପି ସିଧା ଟାର୍ଗେଟ କରିଛି । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫ଟି ସଚିବ ଭି.କାର୍ତ୍ତିକେୟନ ପାଣ୍ଡିଆନଙ୍କ ଆସନ୍ତା ୨ ଦିନିଆ ସମ୍ବଲପୁର ଜିଲ୍ଲା ଗସ୍ତକୁ ନେଇ ଉଭୟ ୨ ଜାତୀୟ ବିରୋଧି ଦଳ ଖପ୍ପା ହୋଇଛନ୍ତି। ଗତକାଲି କଂଗ୍ରେସ ପକ୍ଷରୁ ଦଳୀୟ କାର୍ଯ୍ୟାଳୟରେ ଜିଲ୍ଲା ସଭାପତି ଆସଫ ଅଲ୍ଲି ଖାଁ ଖବରଦାତା ସମ୍ମିଲନୀ ଡକାଇ କଂଗ୍ରେସ ଆଭିମୂଖ୍ୟ ଜଣାଇ କହିଥିଲେ ପାଣ୍ଡିଆନଙ୍କ ଗସ୍ତକୁ ତାଙ୍କ ଦଳ ସଂପୁର୍ଣ୍ଣ ବିରୋଧ କରିବ।ଗଣତନ୍ତ୍ରକୁ ହତ୍ୟା କରି ନିର୍ଦ୍ଦିଷ୍ଟ ଏକ ଦଳ ସପକ୍ଷରେ ଅମଳାତନ୍ତ୍ରର ଏଭଳି ଅନୁପ୍ରବେଶକୁ ଦଳ କେବେବି ଶୁଭ ଦୃଷ୍ଟିରେ ଦେଖୁନି, ତେଣୁ କଂଗ୍ରେସ ୫ଟି ସଚିବଙ୍କ ଏ ଗସ୍ତକୁ ବିରୋଧ କରିବ। ସେହିପରି ଆଜି ଜିଲ୍ଲା ଭାଜପା ସଭାପତି ଗିରିଶ ଚନ୍ଦ୍ର ପଟେଲ ମଧ୍ୟ ସମାନ ଅଭିଯୋଗ ଆଣିବା ସହିତ ଆଉ ପାଦେ ଅଗକୁ ବଢି ୫ଟି ସଚିବଙ୍କ ଏହି ଗସ୍ତ ଗଣତନ୍ତ୍ର ପ୍ରତି ବଡ ବିପଦ ଓ ଜନ ପ୍ରତିନିଧି ମାନଙ୍କ ଉପରେ ଶକ୍ତଚାପୁଡା ବୋଲି ଅଭିଯୋଗ ଆଣି ୫ଟି ସଚିବଙ୍କ ସମ୍ବଲପୁର ଗସ୍ତକୁ ବିଜେପି ବିରୋଧ କରୁଥିବା ନେଇ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସ୍ୱଷ୍ଟ କରିଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ