Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କନିସି ରେ ବିଜେପି ପକ୍ଷରୁ ଗରିବ କଲ୍ୟାଣ ସମାବେଶ।ରାଜ୍ୟ ସରକାର କେନ୍ଦ୍ର ର ଯୋଜନା କୁ ନିଜର କହି ଜନସାଧାରଣ ଙ୍କୁ ଭୁଆଁ ବୁଲାଉଛନ୍ତି-ବିଭୂତି।

ଗୋପାଳପୁର,୧୪/୦୭ ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କନିସି ଠାରେ ବିଜେପି ପକ୍ଷରୁ ଶୁକ୍ରବାର ଦିନ ଗରିବ କଲ୍ୟାଣ ସମାବେଶ ଅନୁଷ୍ଠିତ ହୋଇଥିଲା। ଗୋଳନ୍ଥରା ମଣ୍ଡଳ ସଭାପତି ସନତ ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗଜପତି ଜିଲ୍ଲା ବିଜେପି ସଭାପତି ତଥା ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ ଯୋଗ ଦେଇ ମୋଦିଙ୍କ ୯ ବର୍ଷ ଶାସନରେ ଗରିବଙ୍କ କଲ୍ୟାଣ ଯୋଜନା ଉପରେ ଆଲୋକପାତ କରିଥିଲେ। ଅନ୍ୟତମ ଅତିଥି ଭାବେ ଗଞ୍ଜାମ ଜିଲ୍ଲା ବିଜେପି ସଭାପତି ବିଭୂତି ଭୂଷଣ ଜେନା କେନ୍ଦ୍ର ସରକାରଙ୍କ ସମସ୍ତ ଯୋଜନାକୁ ରାଜ୍ୟ ସରକାର ନିଜସ୍ଵ ଯୋଜନା କହି ଲୋକଙ୍କୁ ଭୁଆଁ ବୁଲାଉଥିବା ସେ ସମାଲୋଚନା କରିଥିଲେ।ଏଥିସହ ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ସରକାରଙ୍କ ବିଭିନ୍ନ ଯୋଜନାକୁ ଘରେ ଘରେ ପହଞ୍ଚିବା ସହ ପ୍ରକୃତ ହିତାଧିକାରୀ ଯେପରି ଯୋଜନାରୁ ବଞ୍ଚିତ ନହେବେ ସେଥି ପ୍ରତି ଦଳୀୟ କର୍ମୀମାନେ ସଜାଗ ରହିବାକୁ ପରାମର୍ଶ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲା ଉପସଭାପତି ଡାକ୍ତର ସୁବାସ ଚନ୍ଦ୍ର ସାହୁ,ଉପସଭାପତି ବିନୋଦ ଚନ୍ଦ୍ର ମିଶ୍ର,ଗଞ୍ଜାମ ଜିଲ୍ଲା ଓବିସି ମୋର୍ଚ୍ଚା ଉପସଭାପତି ସୁନୀଲ କୁମାର ପାତ୍ର ,ଗଞ୍ଜାମ ଜିଲ୍ଲା ସାଧାରଣ ସଂପାଦକ ଗଙ୍ଗାଧର ଶତପଥୀ,ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକ ରାଜେଶ ସାହୁ ,ଗୋଳନ୍ଥରା ମଣ୍ଡଳ ପଭାରୀ ଶିବ ପ୍ରସାଦ ପାତ୍ର,ତୁଳ ମଣ୍ଡଳ ସଭାପତି ବ୍ରଜ ମୋହନ ନାହାକ, ତୁଳ ମଣ୍ଡଳ ପ୍ରଭାରୀ ରଜତ କୁମାର ପଣ୍ଡିତ , କୋଳଥିଗାଁ ସରପଞ୍ଚ ଜଗମୋହନ ପାତ୍ର,କାଳିଆ ବେହେରା,କେଦାର ମାହାନ୍ତି, ଟୁନା ଜେନା, ବି ଲୋକା ପାତ୍ର,ଡମୁରୁ ପାତ୍ର,ଲକ୍ଷ୍ମୀ ନାୟକ।ନିମଖଣ୍ଡି ମଣ୍ଡଳ ସଭାପତି ଚଣ୍ଡୀ ପାତ୍ର, ମୋହନ ଦାସ ;ପ୍ରଦୀପ କୁମାର ପଟ୍ଟନାୟକ ସମେତ ୧ ହଜାରରୁ ଉର୍ଦ୍ଧ୍ବ କର୍ମୀ ଉପସ୍ଥିତ ରହିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories