Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଦିବାସି ଓବିସି ଦଳିତ ସେନା ବୈଠକରେ ଉଦବେଗ

ବରପାଲି:ବରପାଲି ମାରଓ୍ବାଡ଼ି ଧର୍ମଶାଲା ଅଗ୍ରସେନ ଭବନ ପରିସରରେ ଓଡ଼ିଶା ଆଦିବାସୀ ଓବିସି ଦଳିତ ସେନା ପକ୍ଷରୁ ଏକ ବୈଠକ ହୋଇଯାଇଛି। ବରପାଲି ବ୍ଲକର ୨୩ ଗ୍ରାମ ପଞ୍ଚାୟତର କର୍ମକର୍ତ୍ତା ମାନଙ୍କୁ ନେଇ ବ୍ଲକ୍ ସଭାପତି ତ୍ରିଲୋଚନ ଭୁଏ ଙ୍କ ସଭାପତିତ୍ବରେ ସଭାକାର୍ଯ୍ଯ ପରିଚାଳିତ ହୋଇଥିଲା। ବୈଠକରେ ମୁଖ୍ୟଅତିଥି ଭାବେ ଓଡ଼ିଶା ଆଦିବାସୀ ଓବିସି ଦଳିତ ସେନା ରାଜ୍ୟ ସଭାପତି ସଂଗ୍ରାମୀ ନେତା ଗୋବର୍ଦ୍ଧନ ଭୋଏ ଯୋଗଦେଇ କାର୍ଯ୍ଯକ୍ରମକୁ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ ପଶ୍ଚିମ ଓଡ଼ିଶା ଆଦିବାସୀ ମହାସଂଘର ବରଗଡ଼ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଗୋବିନ୍ଦ ବରିହା , ଭାଗବତ ମିର୍ଦ୍ଧା , ବୁଡୁ ରଣା , ବିଦେଶୀ ରାଏ, ଦୁର୍ଯ୍ୟୋଧନ ଜମିଦାର, ଯଜ୍ଞେଶ୍ଵର ପଧାନ,ସଞ୍ଜୟ ଜରଜରିଆ, କ୍ଷମାନିଧି ନାଏକ,ଅଜିତ୍ ରାଏ, ମିନିକେତନ ଭୁଏ, ଇଶ୍ଵର ବିଶି,କୁମର ଭୁଏ , ରାମ ପ୍ରସାଦ ବେହେରା , ନାରୀ ନେତ୍ରୀ ଅଞ୍ଜଳି ମିର୍ଦ୍ଧା , ଆଲ୍ଲାଦିନି ମଲ୍ଲିକ ଏବଂ ମହିଳା ଓ ପୁରୁଷ ମାନେ ଉପସ୍ଥିତ ଥିଲେ , ବରପାଲି ବ୍ଲକ୍ ଥାନା ତହସିଲ ଓ ବ୍ଲକ୍ ର ବିଭିନ୍ନ ସମସ୍ୟା ଗୁଡିକର ସମାଧାନ ହେଉ ନ ଥିବାରୁ ଆଗାମୀ ଦିନରେ ବିରାଟ ଆନ୍ଦୋଳନ କରିବା ପାଇଁ ସଂଘ ଅଣ୍ଟା ଭିଡ଼ିଲା

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ