ଆଗଲପୁରରେ ବିଜେପି ମଣ୍ଡଳ ଜନସମ୍ପର୍କ ଅଭିଯାନ


ବରପାଲି: ବରପାଲି ବ୍ଲକ ଆଗଲପୁର ନିୟନ୍ର୍ତିତ ବଜାର କମିଟି ପରିସରରେ ଆଗଲପୁର ମଣ୍ଡଳ ସ୍ତରିୟ ଜନସମ୍ପର୍କ ସମାବେଶ ଅନୁଷ୍ଠିତ ହୋଇଯାଇଛି । ମୂଖ୍ଯଅତିଥି ଭାବେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜମିଦାର ସନତ କୁମାର ଗଡତୀୟା ଯୋଗ ଦେଇ କାର୍ଯ୍ଯକ୍ରମକୁ ଉଦଘାଟନ କରିଥିଲେ। ଆଗଲପୁର ବିଜେପି ମଣ୍ଡଲ ସଭାପତି ଶୁକଦେବ ପଧାନଙ୍କ ନେତୃତ୍ବରେ ଜନସମ୍ପର୍କ ସମାବେଶ ଅନୁଷ୍ଠିତ ହୋଇଥିଲା । ଭାରତ ସରକାରଙ୍କ ଜନ ହିତକର ନୀତି , ବିକାଶ ମୂଳକ ଯୋଜନା , ଭିଭିଭୂମି ନିର୍ମାଣ , ଶିକ୍ଷା , ସ୍ୱାସ୍ଥ୍ୟ , ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ସହିତ ଓଡ଼ିଆ ଲୋକଙ୍କୁ ଜାତୀୟ ସ୍ତରରେ ସ୍ଵିକୃତି, ବିଗତ ୯ ବର୍ଷ ଶାସନ କାଳରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ଯଦକ୍ଷତା, ପ୍ରତିବଦ୍ଧତା, ସୁଶାସନ ,ଐତିହ୍ୟ, ବିକାଶ ତଥା ଗରିବ କଲ୍ୟାଣ ମୂଳକ ଧାରା ଉପରେ ମୂଖ୍ଯଅତିଥି ବରିଷ୍ଠ ନେତା ସନତ ଗଡତିୟା ଉଦବୋଧନ ଦେବା ସହ ଜନସମର୍ଥନ ଲୋଡିଥିଲେ । ସମାବେଶରେ ଅନ୍ୟମାନଙ୍କ ମଧ୍ୟରେ ନେତା ଶରତ ବିଶି,ପ୍ରମୋଦ ଛତର,ଗୋପାଳ ବିଶି, ତ୍ରିଲୋଚନ ସାହୁ, ରବିନ୍ଦ୍ର ବାଗ,ଅକ୍ଷୟ ଖମାରୀ,ଗୋବିନ୍ଦ ଜୁଆତି,ନିରଞ୍ଜନ ସାହୁ ପ୍ରମୁଖ ଉଦବୋଧନ ଦେଇଥିଲେ । ଏହି ଅବସରରେ ବିଜେପି ନେତା ଜମିଦାର ସନତ ଗଡତିୟାଙ୍କ ନେତୃତ୍ବ ପ୍ରତି ଅନୁପ୍ରାଣିତ ହୋଇ କେବାର୍ଡ ଅଚଂଳର ୨୦ ଜଣ ଯୁବକ କାଣ୍ତଙ୍କ ସମେତ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଥିଲେ । ସାଂସଦ ପ୍ରତିନିଧି ମହେଶ ଦେବତା ସଭାକାର୍ଯ୍ଯକୁ ସଂଯୋଜନା କରିଥିବା ବେଳେ ଗୋବିନ୍ଦ ନୂଆଡି ଧନ୍ୟବାଦ ଅର୍ପଣ କରିଥିଲେ ।