Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୫ଟି ସଚିବଙ୍କ ସମ୍ବଲପୁର ଗସ୍ତକୁ ବିରୋଧ କରି କଂଗ୍ରେସର ରାସ୍ତା ଅବରୋଧ,ଶତାଧିକ ଗିରଫ

ସମ୍ବଲପୁର:ରାଜ୍ୟରେ ଚାଲିଥିବା ଅଗଣତାନ୍ତ୍ରିକ ଓ ଅମଲାତନ୍ତ୍ର ସର୍ବସ୍ବ ଶାସନ ବ୍ୟବସ୍ଥାକୁ ବିରୋଧ କରି ଓ ୫ଟି ସଚିବ ଭିକେ ପାଣ୍ଡିଆନଙ୍କ ସମ୍ବଲପୁର ଗସ୍ତର ପ୍ରତିବାଦ ରେ ଆଜି ସମ୍ବଲପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲା ସଭାପତି ଆସଫ ଅଲ୍ଲିଖାଁଙ୍କ ନେତୃତ୍ୱରେ ଜିଲ୍ଲା କଂଗ୍ରେସ ଅଫିସ ଠାରୁ ଶତାଧିକ ନେତା ଓ କର୍ମୀ ଏକ ରାଲିରେ ଯାଇ ଲକ୍ଷ୍ମୀ ଟକିଜ୍ ଛକରେ ରାସ୍ତା ଅବରୋଧ କରିବା ସମୟରେ ପୋଲିସ ମଧ୍ୟରେ ଯୁକ୍ତି ତର୍କ ହେବା ସହ ଉତ୍ତେଜନା ପ୍ରକାଶ ପାଇଥିଲା। ଫଳରେ କଂଗ୍ରେସ ଜିଲ୍ଲା ଆସଫ ଅଲ୍ଳୀଖାଁଙ୍କ ସମେତ ସୁତପା ମିତ୍ର, ଦିନବନ୍ଧୁ ପରିଡା,ଏମ ଭି ମୁକ୍ତାର, ତରଙ୍ଗିଣୀ ବାରିକନିୟତି ସେନ,ଆଶୁତୋଷ ସ୍ୱାଇଁ, ମୋହନ ସ୍ୱାଇଁ,ଜୟରାମ ବଣିଆ,ସସ୍ମିତା ପଟ୍ଟନାୟକ,ସୀମା ନାଏକ,ଭୁବନ ବିଶ୍ୱାଳ,ଶିବ ଦଳେଇ,ଏମଭି ଯୁବେର,ଶିବ ପ୍ରଧାନ,ସୁମିତ ପଣ୍ଡା,ମୁନା ଓଝା,ବିନୋଦିନି ଦୀପ,ଦେବରାଜ ନାୟକ,ଅମୃତ ମହାନ୍ତି ସମେତ ଶତାଧିକ କର୍ମୀଙ୍କୁ ପୋଲିସ ଗିରଫ କରି ଶେଷରେ ବ୍ୟକ୍ତିଗତ ମୁଚାଲିକାରେ ଛାଡି ଦେଇଥିଲେ।
ଶତାଧିକ କର୍ମୀ କଳା ପଟି ବାନ୍ଧି ଗଣତନ୍ତ୍ର ହତ୍ୟାକରି ପାଣ୍ଡିଆନ ଫେରିଯାଅ ସ୍ଲୋଗାନ ଦେଇ ଫ୍ଲାକାର୍ଡ ଓ ଦଳୀୟ ପତକା ଧରି କଂଗ୍ରେସ ଏଥିରେ ସାମିଲ ହୋଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ