Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଓଜେୟୁ ପକ୍ଷରୁ ୫ଟି ସଚିବଙ୍କୁ ୧୦ ଦଫା ଦାବି ପତ୍ର ପ୍ରଦାନ

ସମ୍ବଲପୁର:ଓଡିଶା ସାମ୍ବାଦିକ ସଂଘ (ଓଜେୟୁ) ସମ୍ବଲପୁର ଜ଼ିଲ୍ଲା ଶାଖା ପକ୍ଷରୁ ଆଜି ରାଜ୍ୟ ସରକାରଙ୍କ ୫ ଟି ସଚିବ ଭି. କେ. ପାଣ୍ଡିଆନ ଙ୍କୁ ୧୦ ଦଫା ଦାବି ପତ୍ର ପ୍ରଦାନ କରାଯାଇଥିଲା I ସାମ୍ବାଦିକଙ୍କ ପାଇଁ ରାଜ୍ୟ ସରକାରଙ୍କ ଦ୍ଵାରା ପ୍ରଚଳିତ ଗୋପବନ୍ଧୁ କାର୍ଯ୍ୟରତ ସାମ୍ବାଦିକ ବୀମା ରାଶି ଅନ୍ୟୁନ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିବା, ମୃତକ ସାମ୍ବାଦିକ ପରିବାରକୁ ସାମ୍ବାଦିକ କଲ୍ୟାଣ ପାଣ୍ଠିରୁ ୪ ଲକ୍ଷ ଟଙ୍କା ପ୍ରଦାନ ରାଶିକୁ ବୃଦ୍ଧି କରି ଅନ୍ୟୁନ ୧୫ ଲକ୍ଷ ଟଙ୍କା ପ୍ରଦାନର ବ୍ୟବସ୍ଥା କରିବା, ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକଙ୍କ ଏକ ପୂର୍ଣ୍ଣାଙ୍ଗ ତାଲିକା ସଂଗ୍ରହ ପୂର୍ବକ ରାଜ୍ୟ ଗେଜେଟରେ ପ୍ରକାଶ କରିବା, ୬୦ ବର୍ଷରୁ ଉର୍ଦ୍ଧ ସାମ୍ବାଦିକଙ୍କୁ ରାଜ୍ୟ ସରକାର ପେନସନ୍ ବୀମା ଭୁକ୍ତ କରିବା, ସାମ୍ବାଦିକଙ୍କ ସୁରକ୍ଷା ପାଇଁ ଏକ ସ୍ବତନ୍ତ୍ର ଆଇନ ପ୍ରଣୟନ କରିବା, ସମ୍ବେଦନଶୀଳ ଘଟଣା ଅନୁସନ୍ଧାନ (ମାଓପ୍ରବଣ, ବନ୍ୟା, ବାତ୍ୟା, ଦଙ୍ଗା) ଆଦି ଘଟଣା ସମ୍ପର୍କିତ ଖବର ସଂଗ୍ରହ ବେଳେ ସାମ୍ବାଦିକମାନଙ୍କ ଭୂମିକା ନେଇ ଏକ ଆଦର୍ଶ ମାର୍ଗଦର୍ଶିକା କାର୍ଯ୍ୟାବଳୀ (ଏସ.ଓ.ପି) ଜାରି କରିବା ଏବଂ ଏନେଇ ସାମ୍ବାଦିକମାନଙ୍କୁ ପର୍ଯ୍ୟାୟକ୍ରମେ ପ୍ରଶିକ୍ଷଣ ଦିଆଯିବା, ଏକ୍ରିଡ଼ିଏସନ୍ ନିୟମ ପରିବର୍ତ୍ତନ କରିବା, କର୍ତ୍ତବ୍ୟରତ ସାମ୍ବାଦିକ ମାନେ ଯାତାୟତ ସମୟରେ ରିହାତି ଦେବା ସହ ଟୋଲଟେସ୍କ ଛାଡ଼ କରିବା, ରାଜ୍ୟରେ ସାମ୍ବାଦିକ ଆବାସ ଯୋଜନା ପ୍ରଣୟନ କରିବା, ସାମ୍ବାଦିକଙ୍କ ସକାଶେ ଉଦ୍ଧିଷ୍ଟ ବ୍ୟାଙ୍କ ଋଣକୁ ସରଳୀକରଣ କରିବା ଦାବି ଗୁଡିକ ପ୍ରତି ରାଜ୍ୟ ସରକାର ବିଚାର କରି ପଦକ୍ଷେପ ନେବାକୁ ଅନୁରୋଧ କରାଯାଇଛି I ୫ଟି ସଚିବଙ୍କ ଦ୍ୱାରା ସ୍ଥାନୀୟ ମନ୍ଦଲିଆ ପଡିଆରେ ଅନୁଷ୍ଠିତ ଅଭିଯୋଗ ଶୁଣାଣୀ ଶିବିରରେ ଏହି ଦାବି ପତ୍ର ପ୍ରଦାନ ସମୟରେ ସଂଘର ଜ଼ିଲ୍ଲା ସାଧାରଣ ସମ୍ପାଦକ ସରୋଜ ସାହୁ, ରାଜ୍ୟ ଉପ ସଭାପତି ସୁଶାନ୍ତ ମହାପାତ୍ର, ସାଧବ ପ୍ରଧାନ,ଡା.ରାଜାରାମ ଷଡ଼ଙ୍ଗୀ, ଲଳିତ ଶର୍ମା, ଗୁଣମଣୀ ବିଶ୍ୱାଳ, ଅମଳେନ୍ଦୁ ନାୟକ, ସୁବ୍ରତ ମିଶ୍ର, ବାଦସାହା ଜୁସମନ ରାଣା, ମାନସ ସାହୁ, ସୁରେନ୍ଦ୍ର ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ I

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ