Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାନିୟ ଜଳ ସମସ୍ୟାକୁ ନେଇ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଓ ବ୍ଲକ ଅଧ୍ୟକ୍ଷାଙ୍କୁ ଗାଁ ରେ ଅଟକ ରଖିଲେ ଗ୍ରାମବାସି।

ନାରାୟଣପାଟଣା.୧୫।୦୭।୨୩ ପାନିୟ ଜଳ ସମସ୍ୟାକୁ ନେଇ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଓ ବ୍ଲକ ଅଧ୍ୟକ୍ଷାଙ୍କୁ ଗାଁ ରେ ଅଟକ ରଖିଲେ ଗ୍ରାମବାସି।ଏଇଭଳି ଘଟଣା ବନ୍ଧୁଗାଁ ବ୍ଲକ କାନାଗାଁ ପଞ୍ଚାୟତ ଅନ୍ତର୍ଗତ ରାମଜୀପୁଟ ଗାଁରେ ଦେଖିବାକୁ ମିଳିଛି।ଗତ ତିନି ବର୍ଷ ତଳେ ରାମଜିପୁଟ ଗ୍ରାମରେ ଲକ୍ଷାଧିକ ଟଙ୍କା ବେୟରେ ବସୁଧା ଯୋଜନାରେ ଏକ ପାନିୟ ଜଳ ପ୍ରକଳ୍ପ ନିର୍ମାଣ କରାଜାଇଥିଲା।ଗତ ଛଅ ମାସ ତଳେ ଉକ୍ତ ପ୍ରକଳ୍ପରୁ ପାନିୟ ଜଳ ସମ୍ପୁର୍ଣ ବନ୍ଦ ହେଇ ଜିବାରୁ ଲୋକେ ନଦି ନାଳ ଉପରେ ଭରସା କରିବାକୁ ବାଧ୍ୟ ହେଲେ।ସେହି ଦିନଠାରୁ ଗ୍ରାମବାସି ବନ୍ଧୁଗାଁ ପାନିୟ ଜଳ ଯୋଗାଣ କାର୍ଯ୍ୟାଳୟ ଦୌଡି ଦୌଡି ନୟାନ୍ତ ହେଇ ପଡିଥିଲେ ସୁଧା କେହିବି ତାଙ୍କ କଥା ସୁଣି ନଥିଲେ।କିଛି ଦିନ ତଳେ ବିଭାଗିୟ ଯନ୍ତ୍ରୀଙ୍କୁ ଜାଇ ପଚାରିବାରୁ ସିଏ କୁଆଡେ ମନ ଇଛା ଗ୍ରାମବାସିଙ୍କୁ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଛି।ଆଜି ଜିଲ୍ଲା ପରିଷଦ ଅଧ୍ୟକ୍ଷା ସସ୍ମୀତା ମେଲେକା ଓ ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀ ମିଣିଆକା କୌଣସି କାମରେ ଉକ୍ତ ଗ୍ରାମକୁ ଜାଇଥିଲା ଵେଳେ ଗାଁର ସମସ୍ତ ମହିଳା ଓ ପୁରୁଷ ମାନେ ଖାଲି ହାଣ୍ଡି ବାଲ୍ଟି ଧରି ରାସ୍ତା ଉପରେ ଦୁହିଁଙ୍କୁ ଘେରିଥିଲେ।ଆମ ସମସ୍ୟା ସମାଧାନ ନକଲା ଜାଏଁ ଏଠାରୁ ପାଦେ ଘୁଞ୍ଚିବାକୁ ଦେବୁନି ବୋଲି କହିଥିଲେ।ସେଶରେ ବାଧ୍ୟ ହୋଇ ବ୍ଳକ୍ ଅଧକ୍ଷା ସମ୍ପୃକ୍ତ କନିଷ୍ଠ ଯନ୍ତ୍ରୀ ସୁରେନ୍ଦ୍ର କୁମାର ନାୟକ ଙ୍କୁ ଫୋନ ଲଗାଇ ଆସନ୍ତା କାଲି ସୁଧା ସମସ୍ୟାର ସମାଧାନ କରିବାକୁ କହିବା ପରେ ଗ୍ରାମବାସି ଦୁହିଁଙ୍କୁ ଛାଡିଥିଲେ।ଏଥି ସହ ଯଦି ଆସନ୍ତା କାଲି ସୁଦ୍ଧା ପିଇବା ପାଣି ସମସ୍ୟା ସମାଧାନ ନ ହୁଏ ତେବେ ଆମେ ବ୍ଲକ ଅଫିସ ଘେରାଉ କରିବାକୁ ବାଧ୍ୟ ହେବୁ ବୋଲି ଗ୍ରାମବାସି କହିଛନ୍ତି।ଅପର ପଟେ ବନ୍ଧୁଗାଁ ବ୍ଲକର ଅନେକ ଦୁର୍ଗମ ଅଞ୍ଚଳବାସି ପାନିୟ ଜଳ ସମସ୍ୟାରେ ଘାଣ୍ଟି ହେଉଥିଲେ ମଧ୍ୟ ବିଭାଗ ତରଫରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଜାଉନି।ଦୁଇ ଜଣ ଯନ୍ତ୍ରୀ ବ୍ଲକ ଦାଇତ୍ଵରେ ଥିବା ବେଳେ ବର୍ତମାନ ଜଣକର ଦେଖା ମିଳୁଛି।ଆଉ ଜଣେ ଯନ୍ତ୍ରୀ କୁଆଡେ ଜାଇଛନ୍ତି ତାଙ୍କର ଆଜିଜାଏଁ ଦେଖା ନଥିବା ସାଧାରଣରେ ଅଭିଯୋଗ ହୋଇଥିବା ବେଳେ ନିଜ କାର୍ଯ୍ୟରେ ଅବହେଳା କରୁଥିବା ଯନ୍ତ୍ରୀଙ୍କ ବିରୋଧରେ ତୁରନ୍ତ ଜିଲ୍ଲା ପ୍ରସାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସବୁ ମହଲରେ ଦାବି ହୋଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ