Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନୂଆପଡ଼ା ଜିଲ୍ଲାର ତିନି ଜଣ ପୋଲିସ ଅଧିକାରୀଙ୍କୁ ପଦୋନ୍ନତି

ଖଡ଼ିଆଳ : ନୂଆପଡ଼ା ଜିଲ୍ଲାରେ କାର୍ଯ୍ୟରତ ତିନି ଜଣ ପୋଲିସ ଅଧିକାରୀଙ୍କ ପଦୋନ୍ନତି ହୋଇ ଅନ୍ୟ ଜିଲ୍ଲାରେ ଦାୟିତ୍ବ ନେବା ପାଇଁ ନିର୍ଦ୍ଧେଶ ରହିଅଛି। ଖରିଆର ରୋଡ ଥାନା ଅଧିକାରୀ କୈଳାସ ଚନ୍ଦ୍ର ସେଠୀଙ୍କୁ ବୌଦ ଜିଲ୍ଲାର ଏସଡିପିଓ ଭାବରେ ପଦୋନ୍ନତି ହୋଇଅଛି। ସେହିପରି କୋମନା ଥାନା ଅଧିକାରୀ ଜ୍ୟୋତି ରଂଜନ ଗୌଡ଼ଙ୍କୁ ଡେପୁଟି ଏସପି ରାଜ୍ୟ ଏଚଆରପିସି କଟକ, ଏବଂ ନୂଆପଡ଼ା ଥାନାଧିକାରୀ ନିର୍ମଳ ଚନ୍ଦ୍ର ପାଣିଗ୍ରାହୀଙ୍କୁ ଡେପୁଟି ଏସପି ସ୍ବତନ୍ତ୍ର ବ୍ରାଞ୍ଚ ଭୁବନେଶ୍ବରକୁ ବଦଳି ହୋଇଅଛି। ତାଙ୍କ କାର୍ଯ୍ୟକାଳରେ ନୂଆପଡ଼ା ଜିଲ୍ଲାର ବିଭିନ୍ନ ଥାନାରେ ଦାୟିତ୍ବ ନିର୍ବାହ କରି ଶାନ୍ତି ଶୃଙ୍ଖଳା ବଜାୟ ପାଇଁ ଉଲ୍ଲେଖନୀୟ ଅବଦାନ ନେଇ ଚିର ସ୍ମରଣୀୟ ଅଟେ। ସମସ୍ତଙ୍କୁ କୃତଜ୍ଞାତା ଜଣାଇ ଉତ୍ତମ କର୍ମ ଭବିଷ୍ୟତ କାମନା ଲୋକେ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ