Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିବେକାନନ୍ଦ ଭାରତର ପରିଚୟ

ସମ୍ବଲପୁର: ସମ୍ବଲପୁର ପବ୍ଲିକ ଲାଇବ୍ରେରି ଠାରେ ରାଷ୍ଟ୍ରଗଠନରେ ଯୁବ ପ୍ରସ୍ତୁତି ଧାରାବାହିକ ପ୍ରଶିଷଣ ଶିବିରର ଷଷ୍ଠଦଶ ସପ୍ତାହର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ମା ଵାଗଦେବୀଙ୍କ ପୂଜା ଓ ବିଶ୍ୱଶାନ୍ତି ପ୍ରାର୍ଥନା ପରେ ଆଜିର ପ୍ରଶିକ୍ଷିକା ଦୀପାଲି ଚୌଧୁରୀ ମହାପୁରୁଷଙ୍କ ଜୀବନୀ ଉପରେ ସ୍ୱାମୀ ବିବେକାନନ୍ଦ ବିଷୟରେ ଆଲୋଚନା ଆରମ୍ଭ କରି ସ୍ୱାମୀଜୀଙ୍କ ଜୀବନ ରେ ଆସିଥିବା ବିଭିନ୍ନ ଘଟଣାବଳୀକୁ ଆଧାର କରି ବିଭିନ୍ନ ଗପ ସହ ତାଙ୍କ ଆଦର୍ଶ ରେ ପ୍ରେରିତ ହେବାକୁ ଶିକ୍ଷାର୍ଥୀଙ୍କୁ ଆହ୍ୱାନ ଦେଇଥିଲେ।ଏହି ଉପଲକ୍ଷେ ସ୍ୱାମୀ ବିବେକାନନ୍ଦ କେନ୍ଦ୍ର ଧନୁପାଲି ତରଫରୁ ପ୍ରଦାନ କରଯାଇଥିବା ସ୍ୱାମୀଜୀଙ୍କ ଏକ ଫୋଟୋଚିତ୍ର ଲାଇବ୍ରେରୀ ର ଅଧ୍ୟକ୍ଷ ପ୍ରଫେସର ପାଢ଼ୀ ଉନ୍ମୋଚନ କରଥିଲେ। ଦ୍ବିତୀୟ ଅଧିବେଶନ ରେ ଡାକ୍ତର ଲକ୍ଷ୍ମୀ ନାରାୟଣ ରଥ ସ୍ମରଣଶକ୍ତି ବିକାଶ ର ବିଭିନ୍ନ ଦିଗ ଉପରେ ଆଲୋଚନା ଆରମ୍ଭ କରି ପିଲାଙ୍କୁ ବିଭିନ୍ନ ଶୈଳୀ ଉପରେ ବୁଝେଇଇଲେ। କାର୍ଯ୍ୟକ୍ରମ ର ସଂଯୋଜକ ରାଜେନ୍ଦ୍ର କୁମାର ପଣ୍ଡା ସମଗ୍ର ବ୍ୟବସ୍ଥାକୁ ପରିଚାଳନା କରିଥିବା ବେଳେ ,ପିଲାଙ୍କୁ ଉତ୍ସାହିତ କରିବା ପାଇଁ ଅନୁଷ୍ଠାନ ର ସଭାପତି ପ୍ରଫେସର ଆଦିତ୍ୟ ପ୍ରସାଦ ପାଢ଼ୀ, ପ୍ରଫେସର ମୁରଲୀଧର ପ୍ରେମନାଥ ନାୟକ,ଡାକ୍ତର ଲକ୍ଷ୍ମୀ ନାରାୟଣ ରଥ, ପ୍ରଫେସର ରବିନାରାୟଣ ମିଶ୍ର ,ଡାକ୍ତର ଜୟଦେବ ମେହେର, ପ୍ରଫେସର ଦେବେନ୍ଦ୍ର ପଣ୍ଡା,ପୃଥିରାଜ ମିଶ୍ର ,ଡକ୍ଟର ଅଶୋକ ହୋତା ଓ ଗୋଳକ ବିହାରୀ ମିଶ୍ର ,ଉଦିତ ପାଟଯୋଶୀ ପ୍ରମୁଖ ଉପସ୍ଥିତ ଥିଲେ।ଶ୍ରୀ ଅଭିନନ୍ଦନ ତ୍ରିପାଠୀ ଓ ବିଜୟ କୁମାର ସାହୁ କାର୍ଯ୍ୟକ୍ରମ କୁ ଆଭାଷୀ ପ୍ରସାରଣ ପାଇଁ ବୈଷୟିକ ସାହାଯ୍ୟ ଯୋଗାଇଥିଲେ ପ୍ରତିକୂଳ ପାଗ ସତ୍ତ୍ୱେ,ଆଜିର ପ୍ରଶିକ୍ଷଣ ଶିବିରରେ ମୋଟ ୧୫ଟି ହାଇସ୍କୁଲରୁ ୨୦ଜଣ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ ।ଶେଷର ଧନ୍ୟବାଦ ଓ ଜାତୀୟ ସଙ୍ଗୀତ ଗାନ ପରେ କାର୍ଯ୍ୟକ୍ରମ ଶେଷ ହୋଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ