Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗାଇସିଲେଟରେ ଜନହିତକର ବିଭିନ୍ନ ପ୍ରକଳ୍ପ ଉଦଘାଟିତ

ବରପାଲି : ହସ୍ତତନ୍ତ ବୟନ ଶିଳ୍ପମନ୍ର୍ତୀ ରୀତା ସାହୁଙ୍କ ଦ୍ବାରା ଗାଇସିଲେଟ ବ୍ଲକର ଜନ ହିତକର କାର୍ଯ୍ଯକ୍ରମ ମାନ ଉଦଘାଟିତ ହୋଇଯାଇଛି। ରବିବାର ପୁର୍ବାହ୍ନରେ ଗାଇସିଲେଟ ବାସୀଙ୍କ ବହୁ ଦିନର ଆଶା ଓ ଦାବୀକୁ ସାର୍ଥକ କରିବା ନିମନ୍ତେ ମନ୍ର୍ତୀ ରୀତା ସାହୁ ଫିରିଙ୍ଗିମାଲ ଲେବିଡି ନାଳା ସେତୁ ନିର୍ମାଣ, ଫିରିଙ୍ଗିମାଲ ଆର୍.ଡି ରାସ୍ତା ଭାୟା କଣ୍ଟାଯୁଡ଼ା ରାସ୍ତାର ଉନ୍ନତିକରଣ ଉଦଘାଟନୀ ସହିତ ଗାଇସିଲେଟ ନଟବରପୁର କଲର ସମାଜ କଲ୍ୟାଣ ମଣ୍ଡପ ନିର୍ମାଣ ସକାଶେ ଭୂମିପୂଜନ ଉତ୍ସବରେ ସାମିଲ ହୋଇ ଅଚଂଳବାସୀଙ୍କ ଉଦେଶ୍ଯରେ ଉତ୍ସର୍ଗ କରିଥିଲେ। ଆୟୋଜିତ ଉତ୍ସବରେ ଗାଇସିଲେଟ ବ୍ଲକ ଅଧ୍ୟକ୍ଷ ପ୍ରଣୟ ସାହୁଙ୍କ ସମେତ ଭାରତ ଦାଶ, ସରୋଜ ଶ୍ରିଭୁସନ୍ ସାହୁ, ଚୈତନ୍ୟ ସାହୁ, ଗୋପାଳ ଦାଶ ଓ ବିଭାଗୀୟ ଅଧିକାରୀ ତଥା ସହ କର୍ମଚାରି ଏବଂ ସ୍ଥାନିୟ ବରିଷ୍ଠ ଓ ବିଶିଷ୍ଠ ମହିଳା ଏବଂ ବ୍ଯକ୍ତି ମାନେ ଉପସ୍ଥିତ ରହିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ