ହୀରାକୁଦ ଡାକ୍ତରଖାନାକୁ ବର୍ଷା ଦିନ ସାଜିଛି କାଳ

ସମ୍ବଲପୁର(ହୀରାକୁଦ): ହୀରାକୁଦ ସରକାରୀ ଡାକ୍ତରଖାନା ବର୍ଷାଦିନରେ ରୋଗୀଙ୍କ ପାଇଁ କାଳ ସାଜିଛି।ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି ରୋଗୀଙ୍କୁ। ଅସରାଏ ବର୍ଷା ରେ ସମ୍ପୂର୍ଣ ଡାକ୍ତରଖାନା ଜଳମଗ୍ନ ହୋଇ ପଡୁଛି। ନାଳି ନର୍ଦ୍ଧମା ର ପାଣି ଡାକ୍ତରଖାନା ପରିସରକୁ ପଶିଆସୁଛି। ଏଭଳି ପୁତି ଗନ୍ଧମୟ ପରିବେଶରେ ରୋଗୀସେବା ସମ୍ପୁର୍ଣ ଭାବେ ପ୍ରଭାବିତ ହେଉଛି।ତା ସଙ୍ଗେ ସାପ, ବେଙ୍ଗ ମଧ୍ୟ୍ୟ ପଶି ଆସୁଛନ୍ତି ଡାକ୍ତରଖାନାକୁ।ବାରମ୍ବାର କର୍ତ୍ତୃପକ୍ଷଙ୍କୁ ଜଣାଇଲେ ମଧ୍ୟ ଏହି ସମସ୍ୟାର ସମାଧାନ କରାଯାଉନାହିଁ।ସମାଜସେବୀ କାର୍ତ୍ତିକ କଲେତ,ସୁନିଲ ସେଟ ହୀରାକୁଦ ଜନସାଧାରଣଙ୍କ ପକ୍ଷରୁ ଜିଲ୍ଲାପାଳ ଓ ମହାନଗର ନିଗମ କର୍ତ୍ତୃପକ୍ଷଙ୍କୁ ଏହି ସମସ୍ୟାର ତୁରନ୍ତ ସମାଧାନ ନିମନ୍ତେ ଅନୁରୋଧ କରିଛନ୍ତି।