Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଦ୍ୟାଳୟରେ ସ୍କୁଲ ଦୁଇ ହଳ ଲେଖାଏଁ ପୋଷାକ ବଣ୍ଟନ

ନାରାୟଣପାଟଣା,୧୭/୭/୨୩, ଆଜି କୋରାପୁଟ ଜିଲ୍ଲା ବନ୍ଧୁଗାଁ ନୂତନ ପ୍ରାଥମିକ ବିଦ୍ୟାଳୟରେ ଆଜି ଛାତ୍ରଛାତ୍ରୀଙ୍କୁ ସ୍କୁଲ ପୋଷାକ ବଣ୍ଟନ କରାଯାଇଛି । ସ୍କୁଲ ପରିଚାଳନା କମିଟି ସଭାପତି ସୋମେଶ୍ୱର ବାଙ୍ଗାରୀ ସଂଯୋଜନାରେ ଅନୁଷ୍ଠିତ ପୋଷାକ ବଣ୍ଟନ ଉତ୍ସବରେ ସିଆରସିସି ସଞ୍ଜୟ କୁମାର ସିଙ୍ଘ ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରାଥମିକ ସ୍ତରରେ ଗୁଣାତ୍ମକ ଓ ମୂଲ୍ୟ ବୋଧଭିତ୍ତିକ ଶିକ୍ଷାଦାନ ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି ଅବସରରେ ବିଦ୍ୟାଳୟର ୨୬୩ ଜଣ ଛାତ୍ରଛାତ୍ରୀଙ୍କୁ ଦୁଇ ହଳ ପୋଷାକ ବଣ୍ଟନ କରାଯାଇଥିଲା। ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ପ୍ରତିଭା ଦାସ କାର୍ଯ୍ୟକ୍ରମ ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ସ୍କୁଲର ସଦାମିନି ପୁହିଣ, ସନ୍ତୋଷିନି ମାଝୀ, ନାରାୟଣ ଡାକୁଆ,ଜୟପ୍ରଦା ଦାସ, କାବେରୀ ଜେନା,ଦେରିମ୍ବୁ ରଣା, ବୈଜୟନ୍ତ ମାଳା ପାତ୍ର ସହ ପରିଚାଳନା କମିଟି ସଦସ୍ୟ ଓ ବହୁ ଅଭିଭାବକ ଯୋଗଦାନ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ