Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ସମ୍ବଲପୁର ବିକାଶ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଯୁବ ବିଜେଡିର ୧୧ ଦଫା ଦାବିପତ୍ର

ସମ୍ବଲପୁର(ହୀରାକୁଦ):ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସମ୍ବଲପୁର ବିଜୁ ଯୁବ ଜନତା ଦଳ ପକ୍ଷରୁ ୫ଟି ସଚିବଙ୍କୁ ୧୧ ଦଫା ଦାବିପତ୍ର ପ୍ରଦାନ କରାଯାଇଛି।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟାଳୟ ୫ଟି ସଚିବ ତଥା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି. କାର୍ତ୍ତିକେୟନ୍ ପାଣ୍ଡିଆନଙ୍କ ସଂଯୋଜନାରେ ତଥା ପ୍ରତ୍ୟକ୍ଷ ଉପସ୍ଥିତିରେ ସମ୍ବଲପୁର ଗସ୍ତ ଅବସରରେ ସମ୍ବଲପୁର ବିଜୁ ଯୁବ ଜନତା ଦଳ ପକ୍ଷରୁ ସମ୍ବଲପୁର ସହରର ଉନ୍ନତି ନିମନ୍ତେ ସମ୍ବଲପୁର ସର୍କିଟ ହାଉସ ଏହି ଦାବିପତ୍ର ପ୍ରଦାନ କରାଯାଇଥିଲା।ଜିଲ୍ଲା ଯୁବ ସଭାପତି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ନେତୃତ୍ୱରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ୧୧ ଦଫା ଦାବି ଭିତରେ ବେସରାରୀ ହସପିଟାଲ ନିଜ ରକ୍ତଭଣ୍ଡାର ଖୋଲିବା,ସମ୍ବଲପୁର ଜିଲ୍ଲାକୁ କୋଲକରିଡର କରିବାକୁ କେନ୍ଦ୍ରକୁ ଚିଠି କରିବା,ସହରରେ ଅତ୍ୟାଧୁନିକ ଖେଳ ପଡିଆ ଓ ଅଡିଟୋରିୟମ ପ୍ରତିଷ୍ଠା ,ଦ୍ୱିତୀୟ ଚିଡିଆଖାନା, ଭିମସାର ଆଇୟୁସିରେ ବେଡ୍ ସଂଖ୍ୟା ବୃଦ୍ଧି,ଅଇଁଠାପାଲି ଫ୍ଲାଇଓଭର ତୁରନ୍ତ ନିର୍ମାଣ,ଭିନ୍ନକ୍ଷମଙ୍କ ପାଇଁ ସ୍ୱତନ୍ତ୍ର ଶିକ୍ଷାକେନ୍ଦ୍ର ପ୍ରତିଷ୍ଠା,ହୀରାକୁଦ ରେମେଡ ରାସ୍ତା ଦୋହରୀ କରଣ,ବୁର୍ଲାରୁ ହୀରାକୁଦ ସିଧାସଳଖ ରାସ୍ତା ନିର୍ମାଣ,ଗୋଲବଜାର ଧୋବି ଯୋର ଉପରେ ଅତ୍ୟାଧୁନିକ ପାର୍କିଂ ବ୍ୟବସ୍ଥା କରିବା ଭଳି ଦାବି ଉପସ୍ଥାପିତ କରାଯାଇଛି।