ଜଗନ୍ନାଥ କଲୋନି ରାସ୍ତା ସାଜିଛି ମରଣ ଯନ୍ତା

ସମ୍ବଲପୁର(ଜଗନ୍ନାଥ କଲୋନି):ରାସ୍ତା ସାଜିଛି ମରଣ ଯନ୍ତା। ଶୁଣିବାକୁ କେହି ନାହିଁ। ଘଟଣା ପରେ ଘଟଣା ଘଟୁଛି। ତେବେବି ନିଦ ଭାଙ୍ଗିନି ମହାନଗର ପ୍ରଶାସନର। ବାହାର ଠିକାଦାର ଯାହା କଲେବି ସବୁ ମାଫ। ଲୋକ ମରନ୍ତୁ କିନ୍ତୁ ଠିକାଦାରଙ୍କୁ ତାଗିଦ୍ କରିବାକୁ ପ୍ରଶାସନ କାହିଁକି କୁନ୍ଥୁକୁନ୍ଥୁ ହେଉଛି ଜଗନ୍ନାଥ କଲୋନି ମୁଖ୍ୟ ରାସ୍ତାକୁ ଦେଖିଲେ ଯେ କେହିନା ବିଶ୍ୱାସ କରିବ।ଘରକୁ ଘର ଗ୍ୟାସ ଲାଇନ ନାମରେ ଚାଲିଛି ଗାତ ଖୋଲା।ମାସ ମାସ ଧରି ଏମିତି ପଡିଛି। ବର୍ଷା ଯୋଗୁଁ ପାଣି ଜମି ରହିବା ଫଳରେ ଜଣା ପଡୁନି ଗାତ ବା ଠିକା ସଂସ୍ଥା ପକ୍ଷରୁ କୌଣସି ସୂଚନାବି ନାହିଁ। ଫଳରେ ଦିନକୁ ଦିନ ବଢିଚାଲିଛି ଘଟଣା। ସାଖିପଡାରୁ ବୁଢାରାଜା ରାସ୍ତାବି ଏହାର ମୁକସାଖୀ ସାଜିଛି। ରାସ୍ତା ଯେଭଳି ମରଣଯନ୍ତା ସାଜିଛି ତାହା କେତେବେଳେ ଯେ କାହା ଜୀବନ ନେବ ଠଉରାଇବାବି ସମ୍ଭବ ନୁହେଁ। ଏଭଳି ରାସ୍ତା ପାଇଁ ଆଜି ଏକ ବାଇକ ଆରୋହୀ ଅଳ୍ପକେ ବର୍ତ୍ତିଥିବା ବେଳେ ସ୍କୁଲ ବସବି ଏହି ଗାତରେ ଫସି ରହିବା ଭଳି ଖବର ରହିଛି। ହେଲେ ଏଦିଗ ପ୍ରତି ପ୍ରଶାସନ ନଜର ନଦେଲେ ଏହାଯେ ସମ୍ବଲପୁର ପାଇଁ କାଳ ସାଜିବ ଏହା ଆଜିଠୁ ଜଳଜଳ ହୋଇ ଦେଖା ଦେଲାଣି । ଫଳରେ ଅଞ୍ଚଳର ବିଭିନ୍ନ ଅନୁଷ୍ଠାନ ,ବୁଦ୍ଧିଜୀବୀ ଏହି ରାସ୍ତା ଓ ଗ୍ୟାସ ଲାଇନ କାମକୁ ନେଇ ଚିନ୍ତାରେ ପଡିଛନ୍ତି।