ଗୋପାଳପୁର,୧୭/୦୭ ଗଞ୍ଜାମ ଜିଲ୍ଲା କନିଷି ହାଟରେ ଘରକୁ ମଡ଼ଲିଂ କରି କମ୍ପାନୀ କରିବାକୁ କହି ୨୭ ଲକ୍ଷ୍ୟ ଟଙ୍କା ଠକିଥିବା ନେଇ ଗୋଳନ୍ଥରା ଥାନାରେ ଅଭିଯୋଗ ହୋଇଛି l ସୂଚନାନୁସାରେ, ବ୍ରହ୍ମପୁର ମହାନଗର ଗାନ୍ଧୀନଗରର ପ୍ରଜ୍ଞା ପରମିତା ପ୍ରଧାନ ଓ ହାଉସିଂ ବୋର୍ଡ଼ ବିଟ କଲୋନୀର ନନ୍ଦିନୀ ସାହୁଙ୍କ ଗୋଳନ୍ଥରା ଥାନା ଅଧିନସ୍ଥ କନିଷି ହାଟରେ ନିଜସ୍ୱ ଘର ରହିଛି l ୨୫ ମାର୍ଚ୍ଚ ରେ ଦୁଇ ଜଣ ଦଲାଲ ଗୌରଘୋଷ ଓ ରିଙ୍କୁ ସାଏ ତାଙ୍କ ଘର କୋଠାକୁ ଦେଖି ତାଙ୍କୁ ଫୋନ ମାଧ୍ୟମରେ ଏହି କୋଠାକୁ ଭଡ଼ା ଆକାରରେ ନେବେ ବୋଲି କହିଥିଲେ l ଏଠାରେ ଗୋଟିଏ କମ୍ପାନୀ ଖୋଲାଯିବ ବୋଲି କହିଥିଲେ l ଏହି କଥାରେ ପ୍ରଜ୍ଞା ପରମିତା ଓ ନନ୍ଦିନୀ ରାଜି ମଧ୍ୟ ହୋଇଥିଲେ ପରବର୍ତ୍ତୀ ସମୟରେ ଉକ୍ତ ଦୁଇ ଦଲାଲ ସୁମିତ ମୁଖାର୍ଜୀ ଓ ରାହୁଲ ଚକ୍ରବର୍ତ୍ତୀ ନାମକ ଦୁଇ ଯୁବକଙ୍କୁ ନେଇ ନନ୍ଦିନୀ ଓ ପରମିତାଙ୍କ ସାଙ୍ଗେ ସିଧାସଳଖ ସାକ୍ଷାତ କରି ଘର ଭଡ଼ା ସମ୍ପର୍କରେ ଆଲୋଚନା କରିବା ସହ କୋଠାକୁ ରି ମଡ଼ଲିଂ କିରବା ନିମନ୍ତେ କହିଥିଲେ l ଯାହା ଖର୍ଚ୍ଚ ହେବ କମ୍ପାନୀ ଏବଂ ପରମିତା, ନନ୍ଦିନୀ ଅଧା ଅଧା ଟଙ୍କା ଦେବେ ବୋଲି ଏକ ଚୁକ୍ତି ପତ୍ର କରାଯାଇଥିଲା l ଏନେଇ ଗତ ଏପ୍ରିଲ ମାସ ୫ ତାରିଖରୁ ପର୍ଯ୍ୟାୟ କ୍ରମେ ୧୯ ତାରିଖ ପର୍ଯ୍ୟନ୍ତ ୨୬ ଲକ୍ଷ ୬୯ ହଜାର ୨୬୪ଟଙ୍କା ସୁମିତ ଓ ରାହୁଲ ଙ୍କୁ ପଠାଯାଇଥିଲା ହେଲେ କିଛି ଦିନ ପରେ ଉଭୟଙ୍କ ଫୋନ ସୁଇଚଅଫ ହୋଇଯାଇଥିଲା l ଏହାପରେ ନନ୍ଦିନୀ ଓ ପ୍ରଜ୍ଞା ପରିମିତା ନିଜ ଘରର କୋଠା ପାଖକୁ ଯାଇଥିଲେ ଏଥିରେ କୌଣସି ପ୍ରକାର ଜିନିଷ କିମ୍ବା କିଛି ଦେଖିବାକୁ ପାଇନଥିଲେ ଏନେଇ ରବିବାର ରାତ୍ରୀରେ ଗୋଳନ୍ଥରା ଥାନାରେ ନନ୍ଦିନୀ ଓ ପ୍ରଜ୍ଞାପରମିତା ଅଭିଯୋଗ କରିଥିଲେ ଥାନା କେସ ନମ୍ବର ୩୪୩/୨୩ ପ୍ରକାରରେ ଠକେଇ ମାମଲା ପୋଲିସ ରୁଜୁ କରିବା ସହ ତଦନ୍ତ ଜାରି ରଖିଛି l